ଚାଲ ବିଶ୍ବଗୁରୁ ହେବା

Share it

Mo Lekha
30th August 2022

ହିନ୍ଦୁ ସଂସ୍କୃତି, ମଦ୍ୟପାନ ଓ ଅଶ୍ଳୀଳ ନୃତ୍ୟ :
ଚାଲ ବିଶ୍ବ ଗୁରୁ ହେବା

ଆପଣ କେବେ ଜୈନ ମାନଙ୍କୁ ସେମାନଙ୍କ ଈଶ୍ୱରଙ୍କ ଆଗରେ ଅଶ୍ଳୀଳ ଗୀତରେ ଡିଜେ ବଜାଇ ନାଚୁଥିବା ଦେଖିଛନ୍ତି କି ?

ଆପଣ କେବେ ବୌଦ୍ଧ ମାନଙ୍କୁ ସେହିପରି ସେମାନଙ୍କ ଈଶ୍ୱରଙ୍କ ଆଗରେ ଅଶ୍ଳୀଳ ଗୀତରେ ନାଚୁଥିବା ଦେଖିଛନ୍ତି କି ?

ଆପଣ କେବେ ଦେଖିଛନ୍ତି ଖ୍ରୀଷ୍ଟିଆନମାନେ ମଦ୍ୟପାନ କରି ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମଦିନରେ ଗୀର୍ଜାରେ ଦ୍ୱିଅର୍ଥବୋଧକ ଅସଂସ୍କାରି ଅଶ୍ଳୀଳ ଗୀତ ବଜାଇ ନାଚିବାର ??

ଆପଣ କେବେ ଦେଖିଛନ୍ତି କି ମୁସଲମାନମାନେ ମଦ୍ୟପାନ କରି ଇଦ୍‌ରେ ମସଜିଦ ସମ୍ମୁଖରେ ଅଶ୍ଳୀଳ ଗୀତରେ ନାଚୁଛନ୍ତି ?

ଏ ସମସ୍ତ ଲୋକ ସେମାନଙ୍କର ସଂସ୍କୃତିକୁ ଆନ୍ତରିକତାର ସହିତ ସମ୍ମାନ କରନ୍ତି |

ତା’ହେଲେ ମଦ୍ୟପାନ ସହ ଡିଜେ ଓ ତା ସହିତ ଅଶ୍ଳୀଳ ଗୀତ ବଜାଇ ଆମ ହିନ୍ଦୁ ପର୍ବପର୍ବାଣିରେ, ଦେବାଦେବୀଙ୍କ ସାମ୍ନାରେ ଆମର ଏପରି ଅଶ୍ଳୀଳ ନୃତ୍ୟ କାହିଁକି ?

ମଦ୍ୟପାନ ସହ ଡିଜେରେ ଅଶ୍ଳୀଳ ଗୀତ ବଜାଇ ନାଚି, ଆମେ ଆମର ସଂସ୍କୃତିର ମାନ ବଢାଉଛନ୍ତି ନା ଆମ ସଂସ୍କୃତିକୁ ଅପମାନିତ କରୁଛନ୍ତି ?

ଆମ ସଂସ୍କୃତି ଓ ପରମ୍ପରା କଣ ସମ୍ପୁର୍ଣ୍ଣ ଅସାର ଓ ମୁଲ୍ୟହୀନ କି ?

ଯଦି ଏହା ଅସାର ଓ ମୁଲ୍ୟହୀନ ବି ହୋଇଥାଏ ତାହେଲେ ଏହାକୁ ବରଂ ପରିହାର କରାଯାଇ ପାରନ୍ତା, କିନ୍ତୁ ସଂସ୍କୃତି ପରମ୍ପରା ପାଳନ ଆଳରେ ଆମେ ଚାନ୍ଦାଭେଦା କରି ଆମ ସଂସ୍କୃତିକୁ ପରମ୍ପରାକୁ ଏପରି ବିକୃତ କରିବା ଏକ ଅପରାଧ ଭାବେ ଗଣ୍ୟ ହୋଇ ପାରିବନି କି ?

#ଚାଲବିଶ୍ବଗୁରୁହେବା

Laxmidhar Nayak
My Facebook Post: 30th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights