ଚାରି ବର୍ଗକଡି ହିଡ, ବନ୍ୟା ମରୁଡିକୁ ତଡ

Share it

26th March 2023

ମୋ ଓଡିଆ ଢଗ ବୋଇଲା –

ଚାରି ବର୍ଗକଡି ହିଡ
ବନ୍ୟା ମରୁଡିକୁ ତଡ

ଛତିଶଗଡ, ଓଡିଶା, ଭାରତ ସାରା ଯଦି ସବୁ ଜମିରେ ଏମିତିକା ଦି କଡି ଉଚ୍ଚା ଦି କଡି ଚଉଡା ହିଡ ଟେ ରହିବ, ମହାନଦୀ ତ ମହାନଦୀ ତମ ଗାଁ ନାଳ କୁଅ ପୋଖରୀରୁ ବି ପାଣି ଶୁଖିବନି ବର୍ଷ ସାରା କିମ୍ୱା ତମ ଗାଁ ନଈ ନାଳ ପୋଖରୀ କୁଅ କେବେ ବି ଉଛୁଳି ପଡିବନି ଢୋ ଢୋ ଶିରାବଣ ବର୍ଷାରେ ମଧ୍ୟ ।

ଶହେ ଆନିକଟ କଲେ ବି କୋଉ ନଦୀର ଧାର ଛିଡିବନି,
ସ୍ଯା ପ୍ରତିକାର ପାଇଁ ହାଉଳି ନଖାଇ ଭୋଟ୍ ପାଇଁ ମହାନଦୀ ମହାନଦୀ ହାଉଳି ଖାଇଲେ କଣ ଇନ୍ଦ୍ରିଆଣୀ ସଚୀ ମାଠିଆରେ ପାଣି ଆଣି ତମ ମହା ନଦୀରେ ଢାଳିବ ନା କଣ ?

ଦଶ ଥର ଲେଖିଥିବି, ବାବୁ କେନ୍ଦ୍ର ସରକାର, ମନରେଗା ବଜେଟ୍ କମାଅନି, ବରଂ ତାକୁ ତିନି ଚାରିଗୁଣା କରି ଦିଅ,

ସେ ପଇସାରେ ସର୍ବ ମୋଟ୍ ଗୋଟିଏ କାମ କର, ଜମି ମାଲିକମାନଙ୍କୁ କୁହ, କିଛି ନହେଲେ କେବଳ ଚାଷୀକୁ କୁହ ସେ ତା ନିଜ ଜମି ଚାରିକଡେ ଏ ଚାରି ବର୍ଗ କଡି ବା ଚାରି ବର୍ଗଫୁଟ୍ ହିଡଟେ କରୁ ,

ତମେ ସେ ସବୁଯାକ ମନରେଗା ପଇସା କେବଳ ଚାଷୀକୁ ଦେଇ ଦିଅ, ତମ ମହାନଦୀ ଶୁଖିବନି କି କୃଷ୍ଣା କାବେରୀ ବ୍ରହ୍ମପୁତ୍ର ବ୍ରାହ୍ମଣୀ କେହି ଶୁଖିବେନି।

ନିଜ ବିଲରେ ନିଜେ 100/150 ଦିନ କାମ କରି ଚାଷୀ, ମୁଲିଆ ମନରେଗାରୁ ବର୍ଷକୁ ଯଦି ଟଙ୍କା 50 /60 ହଜାର ଏକ୍ସଟ୍ରା ପାଇଲା ତମ ଭୋଟ୍ ଗୁଡା ଚାଷୀ ବିଲରେ ହିଁ ଫଳିବ, ତମ ପଲିଟିକାଲ ପାର୍ଟିମାନଙ୍କୁ ମଏଲଏ କିଣିବା ପର୍ଯ୍ୟନ୍ତ କଥା ଯିବନି।

ରାଜ୍ୟ ସରକାରମାନଙ୍କ ପାଇଁ ବି ସମାନ କଥା ପ୍ରଯୁଜ୍ୟ

ଏ ସରକାରମାନେ ସତରେ କାଲା ନା ଓଲା ବା ?

ହଁ ଆପଣ ଭାବୁଥିବେ ଜମି ମାଲିକ ନିଜ ବିଲରେ ହିଡ କଲେ ମହାନଦୀରେ ପାଣି କେମିତି ବହିବ ?

ଏଟା ଗୋଟେ ଲମ୍ୱା କଥା
ଠିକେ ଠିକେ କହୁଛି।

ମେଘ ବର୍ଷିଲା ।
ଭୁଇଁରେ ପଡିଲା ତ ସମୁଦ୍ର ଆଡକୁ ଗଡିଲା । ଘଣ୍ଟାକୁ ହାରାହାରି ବେଗ 6 କିଲୋ ମିଟର ଧରାଯାଉ । ମାନେ ଛତିଶଗଡ ସମଲପୁରରେ ବର୍ଷିଲେ 72 ଘଣ୍ଟା ଭିତରେ ଯାଇ ସମୁଦ୍ରରେ ହାଜର।

ମାନେ ବର୍ଷା ଦିନେ ଉପରମୁଣ୍ଡରେ ଦି ତିନି ଦିନ ଲଗାତର ବର୍ଷା ହେଲେ ଅତିବେଶୀରେ ସାତ ଦିନ ଭିତରେ ସବୁ ପାଣି ଯାଇ ସମୁଦ୍ରରେ ଓଜାଡି ହେଇ ପଡିଲା ବୋଲି ଜାଣ।

ଆଉ ତମେ ଖରାଦିନେ ମହାନଦୀରେ ପାଣି ଖୋଜିଲେ କୋଉଠୁ ଆସିବ? କଣ ଇନ୍ଦ୍ରର ଅପସରାମାନେ ଆସି ଛତିଶଗଡରେ କି ତମ ମହାନଦୀରେ ମୁତିବେ ନା କଣ ?

ସବୁ ଜମିରେ 2 ଫୁଟ୍ ଉଚ୍ଚା ହିଡଟେ ବାନ୍ଧିଲେ କଣ ହେବ ?

ଏଇଆ ହେବ ଯେ ଯେଉଁ ପାଣି ଯେଉଁ ଜମିରେ ବର୍ଷିଲା ସେ ପାଣି ସେଇଠି ଠିଆ ହେବ, ବର୍ଷୁ ବର୍ଷୁ ମାଟି ଉପରେ ଗଡି ଗଡି ସମୁଦ୍ରକୁ ଦଉଡିବ ନାହିଁ । ପ୍ରାୟ 24 ଘଣ୍ଟା ଜମିରେ ଛିଡା ହେଇଗଲେ ସେ ପାଣି ମାଟି ତଳକୁ ଭେଦିଯିବ।

ମାଟି ଉପରେ ଯେମିତି ପାଣି ଉଚ୍ଚ ଜମିରୁ ଖାଲ ଜମି, ଖାଲ ଜମିରୁ ନାଳ, ନାଳରୁ ନଈ ତା ପରେ ନଈରେ ନଈରେ ସମୁଦ୍ରକୁ ଦଉଡେ,
ମାଟି ତଳେ ତଳେ ପାଣି ପାଇଁ ବି ସେମିତି ରାସ୍ତା ଅଛି, ସେଇ ଏକା ରାସ୍ତା।

ଫରକ ଏତିକି ଯେ, ମାଟି ଉପରେ ବର୍ଷା ପାଣି ଘଣ୍ଟାକୁ 6 କିମି ବେଗରେ ଦଉଡି 72 ଘଣ୍ଟା ଭିତରେ ଯାଇ ସମୁଦ୍ରରେ ପଶିଯାଏ।

ସେମିତି ଜମିରେ ହିଡ ଥିବାରୁ ସେ ଠିଆପାଣି ମାଟି ତଳକୁ ଭେଦି ମାଟି ତଳେ ତଳେ ଜମିରୁ ନାଳ, ନାଳରୁ ନଦୀ, ନଦୀରୁ ସମୁଦ୍ରକୁ ବହେ, ଘଣ୍ଟାକୁ ମାତ୍ର 75 ମିଲି ମିଟର ବେଗରେ।

ଅର୍ଥାତ୍ ଏଇ ବେଗରେ ପାଣି ମାଟି ତଳେ ତଳେ ଗଡିଲେ ପ୍ରାୟ ସାଢେ ଏଗାର ମାସ ଧରି ସେ ଭେଦାପାଣି ନଈ ଭିତରକୁ ଧିରେ ଧିରେ ଝରୁଥାଏ, ଏଇଟା ହେଲା ପ୍ରକୃତିର ବ୍ୟବସ୍ଥା ବା ନିୟମ।

– ଏଇ ଧାଡିକ କଥାକୁ ଆଉଥରେ ପଢନ୍ତୁ ଓ ମନେ ରଖନ୍ତୁ ଯେ,

ବର୍ଷାପାଣି ମାଟି ଉପରେ ଗଡିଲେ 72 ଘଣ୍ଟାରେ ସମୁଦ୍ରରେ ଓଜାଡି ହେଇ ପଡେ, ତାପରେ ନଦୀ ଶୁଖିଲା ,

ସେଇ ବର୍ଷାପାଣି ମାଟି ତଳେ ତଳେ ଗଡିଲେ ସେ ପାଣି ବର୍ଷ ସାରା ପୁଣି ବର୍ଷା ଆସିବା ପର୍ଯ୍ୟନ୍ତ ନଦୀ ଭିତରକୁ ଧୀରେ ଧୀରେ ଝରୁଥାଏ, ଅର୍ଥାତ୍ ବର୍ଷସାରା ନଦୀରେ ପାଣି ଧାରଟେ ବା ପାଣିର ଗୋଟେ ଫ୍ଲୋ ଥାଏ ।

ଢଗ –
ମାଟି ତଳେ ତଳେ ବହିଲେ ନଈ,
ସମ୍ପନ୍ନ ହୁଅଇ ମୋ ଦେଶ ଭୁଇଁ

ପାଣିର ସେଇ ପ୍ରାକୃତିକ ଫ୍ଲୋ ଚାଟ୍ କୁ ମାପି କୋଉ ନଦୀରେ କେତେ ଡିସଷ୍ଚାନସରେ କେତେଟା ଆନିକଟ୍ କରାଗଲେ ଭାୟାବୁଲ ହେବ ସେକଥା ଜଳ ସମ୍ପଦ ଇଞ୍ଜିନିୟର କୁହନ୍ତି,

ଆମ ଦେଶର ଜଳ ସମ୍ପଦ ଇଞ୍ଜିନିୟର ମାନେ ଯଦିଓ ଜଳ ଅମଳ ପାଇଁ ଦରମା ନେଇ ନିୟୋଜିତ ହୋଇଥାଆନ୍ତି, ଆମ ବିଜ୍ଞ ନେତାମାନେ କିନ୍ତୁ ସେମାନଙ୍କୁ ଜଳ ଅମଳ ଚିନ୍ତା ଛାଡି କେବଳ ପିସି ଅମଳ କରିବା ଓ ତାହାର ସୁଷମ ବିତରଣ କରିବା କାମରେ ଲଗାନ୍ତି,

ଏପଟେ ଲୋକଙ୍କୁ ଭକୁଆ ବନେଇ ଭୋଟ୍ ହାତେଇବାକୁ କେତେବେଳେ ଛତିଶଗଡ ଦାୟୀ କେତେବେଳେ କେନ୍ଦ୍ରୋ ଦାୟୀ କହି ପଲ୍ଲୀରୁ ଦିଲ୍ଲୀ ଲଢେଇ କରୁଥିବା ଭଳି ଗୋଟେ ରିତିମତ ଡ୍ରାମା କରନ୍ତି ।

କି ହୋ ଏଇ ହିଡ ପରି ସାଦା ଗାଉଁଲି କଥାଟେ ବୁଝିପାରିଲା ଭଳି ଇଞ୍ଜିନିୟର ଆମ ଓଡିଶାରେ ନାହାନ୍ତି ନା ଛତିଶଗଡରେ ନାହାନ୍ତି ନା କେନ୍ଦ୍ର ସରକାରଙ୍କ ପାଖରେ ନାହାନ୍ତି ନା ସେ ଟ୍ରିବୁନାଲରେ ନାହାନ୍ତି ନା ଏମାନେ ଦରମା ଫରମା ନିଅନ୍ତି ନାହିଁ ବା ?

କେରଳର ଗୋଟେ ଗାଁ ଜମିର ଫଟୋ ଏଠାରେ ଦେଉଛି,
ଲାଲୁଙ୍କ ଆରଜେଡିର ୟୁପିଏ ମନ୍ତ୍ରୀ ରଘୁବଂଶଙ୍କ ମନରେଗା ପଇସା ଖର୍ଚ୍ଚ କରି ଭାରତ ସାରା ସବୁ ଜମିକୁ ଏପରି କର, ସବୁ ଜମି ଚାରିକଡେ ଏପରି ଥରେ ହିଡ ଦେଇ, ତାକୁ ପାଞ୍ଚ ବର୍ଷ ସେପରି ମେଣ୍ଟେନ କରିକି ଦେଖ ତ ,

ଭାରତ ସାରାର କୋଉ ନଦୀର ତଣ୍ଟି ଶୁଖିଯିବ କି କୋଉ ନଦୀରେ ବନ୍ୟା ହେଇ କୋଉ ସରକାର ରିଲିଫ୍ ବାଣ୍ଟିବ, ତାର ଗୋଟେ ଫଟୋ ମୋ ପାଖକୁ ପଠାଇବ, ମୁଁ ତୁମକୁ ସେ ଫଟୋ ବାବଦକୁ 50 ଟଙ୍କା ଦେବି, ହା ହା ହା

ଏ କଥା ଏଇଠି ସଇଲା
***** ******* *******

ଲକ୍ଷ୍ମୀଧର ନାୟକ


Share it

Leave a comment

Your email address will not be published. Required fields are marked *