Mo Lekha
My Facebook Post: 22nd August 2022
ଏ ଫଟୋ ତଳେ ଚାରିଧାଡି ଜୀବନ ବେଦ ଲେଖିଛି, ହା ହା ହା , ପଢିବା ହେବେ
***** ******* ******
ଚାରି ବର୍ଗକଡି ହିଡ
ବନ୍ଯା ମରୁଡିକୁ ତଡ
ଏ ଜମିରେ ହିଡଗୁଡିକ ଥାଇ ନଥିଲା ପରି କେବଳ ମାଲିକାନା ସୀମା ନିର୍ଦ୍ଧାରଣ କରିବାକୁ ଉଦିଷ୍ଟ ପରି ହୋଇଛି, ହିଡର ମୁଖ୍ଯ କାମ ବର୍ଷାଜଳ ପରିଚାଳନା, ( In situ conservation of rain water ) ମାଲିକାନା ନିର୍ଦ୍ଧାରଣ ଦ୍ବିତୀୟ ଆବଶ୍ୟକତା,
ଲୋକମାନଙ୍କୁ କୁହନ୍ତୁ ହିଡ ଗୁଡିକ ଦୁଇଫୁଟ୍ ଚଉଡା ଓ ଦୁଇ ଫୁଟ ଉଚ୍ଚା କରିବେ, ବର୍ଷାଜଳ ପରିଚାଳନାର ଏହା ସାଧାରଣ ନିୟମ ,
ଏ ନିୟମଟି କାମରେ ମାନିବାକୁ ସେମାନଙ୍କୁ ପ୍ରୋତ୍ସାହିତ କରାଯାଉ, ବିଡିଓ ସରପଞ୍ଚ ଏପରି ହିଡ ତିଆରି କରିବାକୁ ସେମାନଙ୍କୁ ମନରେଗାରୁ ମଜୁରୀ ଦିଅନ୍ତୁ,
ପାଣି ଯେଉଁଠି ବର୍ଷିଲା ସେଇଠି ମାଟି ତଳକୁ ଭେଦିଯିବ, ମାଟିର ବତର ବଢିବ, ଅଧିକ ଦିନ ଅଧିକ ଫସଲ ହେବ,
ଫଳରେ କୋରାପୁଟରେ ମରୁଡି ହେବନି କି
କଟକରେ ବନ୍ଯା ହେବନି,
ଲୋକେ ଏଇ କାମକୁ ଏପ୍ରିଲରୁ ଜୁନ୍ ଯାଏ କରିବେ, ମନରେଗାରୁ ମଜୁରୀ ପାଇବେ, ଦାଦନ ଯିବାକୁ ମନ କରିବେନି, ଜୁନୂ 15 ଚାଷ ଆରମ୍ଭ ବେଳକୁ ଚାଷୀ ଆକାଉଣ୍ଟରେ 50 ହଜାର ଟଙ୍କା ଥିଲେ ସେ ଚାଷ ଛାଡି ଦାଦନ ଯିବ କି ?
ଯଦି ଗୋଟିଏ ପରିବାରର 3 ଜଣ ଲୋକ ଏ ଖରା ତିନିମାସ ହିଡ ସଜାଡିବା କାମ କରନ୍ତି ତାହେଲେ ତ ତାଙ୍କ ଆକାଉଣ୍ଟରେ ଜୁନ 15 ରଜ ବେଳକୁ ଦେଢ ଲକ୍ଷ ଟଙ୍କା ଥିବ, ସେ ପରିବାର ଚାଷ ଛାଡି ଦାଦନ ଯିବ କାହିଁକି ନା ଆମେ କଦଳୀ ଆନ୍ଧ୍ରରୁ, ଆଳୁ ପଶ୍ଚିମ ବଙ୍ଗରୁ, ପିଆଜ ରସୁଣ ନାସିକରୁ, ଶ୍ରମିକ ବାଂଲାଦେଶରୁ ଆଣିବା କାହିଁକି ?
It can be done through Soil Moisture Conservation programs of Govt of India or Govt of Odisha, it can also be done from CSR funds even.
Laxmidhar Nayak
My Facebook Post: 22nd August 2022