ଚିରି ନଯାଉ ସେ ପିଙ୍ଗାଲି ପତାକା, ଏତିକି ଚିନ୍ତା

Share it

Mo Lekha

Laxmidhar Nayak
My Facebook Post: 16th August 2021

ଆମ ସରପଞ୍ଚମାନଙ୍କ ପୃଥିବୀ ବୋଇଲେ ତାଙ୍କ ପଞ୍ଚାୟତ, ଏମାନେ ପୁରା ଜିଲ୍ଲା କଥା ଚିନ୍ତା କରି ପାରନ୍ତିନି

ଆମ ବିଧାୟକମାନଙ୍କ ପାଇଁ ପୃଥିବୀ ବୋଇଲେ ତାଙ୍କ ନୀର୍ବାଚନ ମଣ୍ଡଳୀ, ଏମାନେ ପୁରା ରାଜ୍ୟ କଥା ଭାବି ପାରନ୍ତି ନାହିଁ

ଆମ ସାଂସଦମାନଙ୍କ ପାଇଁ ପୃଥିବୀ ବୋଇଲେ କେବଳ ତାଙ୍କ ଦଳ , ପୃଥିବୀର ଲୋକ ବୋଇଲେ କେବଳ ତାଙ୍କ ଦଳୀୟ କର୍ମୀ, ଲୋକନୀତି ବୋଇଲେ ସେମାନେ ବୁଝନ୍ତି ଲୋକାଲ ନୀତି, ବିଶ୍ୱ ନେତା ବୋଇଲେ ତାଙ୍କ ଦଳୀୟ ନେତା

ଡିଆଗୋଗାର୍ସିଆ, ବନହଂସ, ଅଏଲ ଆଇଲାଣ୍ଡ, ବ୍ରିଟିଶ ଇଣ୍ଡିଆନ୍ ଓସନ ଟେରିଟୋରୀ ପରିକା କଥା ତ ତାଙ୍କ କୋର୍ସ ବାହାରର ବିଷୟ, ସେମାନଙ୍କପାଇଁ ଫରେନ ଗୀତା,

ଏମାନେ ହୁଅନ୍ତି ଯେଉଁ ଦେଶର ନେତା
କାନ୍ଦେ ସେ ଦେଶ
କାନ୍ଦି କାନ୍ଦି ବଞ୍ଚେ ସେ ଦେଶ ଜନତା

ତେଣୁ ଆଫଗାନୀସ୍ଥାନ ସମସ୍ୟା ଏମାନଙ୍କ ଦୃଷ୍ଟିରେ ଗୋଟେ କାବୁଲି କଥା

ଯେ ଦେଶ କୁଟନୀତିଜ୍ଞ ଟିଭି ଦେଖି ଜାଣନ୍ତି ବିଶ୍ୱ ବ୍ୟବସ୍ଥା
ସେ ଦେଶ ସ୍ୱାଧୀନ
ସୁଦୁ କଞ୍ଚା ମିଛ
ପୁଟୁର୍ ରେ ଖାଲି ଦିନ ଗଣୁଥା

ଚିରି ନଯାଉ ସେ ପିଙ୍ଗାଲି ପତାକା
ଏତିକି ଚିନ୍ତା


Laxmidhar Nayak
My Facebook Post: 16th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights