ଚରଣଚୁଟିଆ ନୀତି ବି ଗୋଟେ ନୀତି

Share it

ମୋ ଲେଖା
My Facebook Post: 9th August 2022

ନୀତୀଶ : ନୀତୀର ଈଶ | ନୀତୀର ଈଶ୍ୱର | ନୀତୀ କୁ ଛାଡିବା ଲୋକ ନୁହନ୍ତି | ତେଣୁ ସେ ତାଙ୍କ ନୀତୀ ଛାଡନ୍ତେ କେମିତି ?
ଚରଣଚୁଟିଆ ନୀତି ବି ଗୋଟେ ନୀତି, ଦରକାର ପଡିଲେ ଚରଣ ଦରକାର ପଡିଲେ ଚୁଟି ଧରିବ |

आपको बता दें कि नीतीश का मतलब कानून के परमेश्वर, एक अच्छी तरह से कानून में निपुण, सही तरीके से अनुयायी, सही रास्ते के मास्टर होता है।

नीतीश नाम रखने से आपका बच्चा भी इस नाम के मतलब की तरह व्यव्हार करने लगता है।

ଲାଲୁ କରଣୁ ଉତପତି
ଭା-ଲୁଙ୍କ ସଙ୍ଗେ ହେଲା ପ୍ରୀତି
ଜ-ପିଲେ ବହୁ ରାଷ୍ଟ୍ରଭକ୍ତି
ପା-ଇଲେ ନାହିଁ ଯାହା ଚିନ୍ତି …1

ଖାଇଲେ ଭାଲୁଙ୍କ ଆମ୍ପୁରା
ଲୋଡିଲେ ଲାଲୁଙ୍କ ସାହାରା …2

ଦେଶ ପ୍ରଧାନ ମନେ ଜାଗି
ହେଲେ ଏନଡିଏ ସହଭାଗୀ
ମୋଡି ଆଇଲେ ତେଣୁ ମାଡି
ଶବଦ ଜେହ୍ନେ ଘଡଘଡି
ସାଥିରେ ଟଙ୍କାର ପାହାଡ
ଭୟେ ନୀତୀଶ ହସ୍ତଯୋଡ….3

ଏଥୁ ଶକୁନି ଖେଳ କଲା
ନୀତୀଶ ଚେରକୁ କାଟିଲା ….4

ନୀତୀଶ ହୋଇଲା ନିରେଖ
ଏବେ ଭଜଇ ଲାଲୁ ରଖ
ଶରଣ ପଶଇ ଚରଣ
ମନରେ ଭରି ମାମୁଁ ପଣ
ଜାଣେ ଭଣଜା ଛୋଟ ପିଲା
ତା ଚୁଟି କେତେ ବାଟ ଭଲା ….5

ଏକଥା ନଜାଣେ ନୀତୀଶ
ମାମୁଁ ମରଇ ହେଲେ କଂସ
ମାମୁଁ ହୋଇଲେ ଜହ୍ନ ସମ
ତାରେ ଭଣଜା କରେ ନମ …6

ନୀତୀଶ ପାଳେ କଂସ ନୀତୀ
କ୍ଷଣ କ୍ଷଣକେ ଭିନ୍ନ ମତି
ଜନତା ଅଟେ ଜନାର୍ଦ୍ଦନ
ସାହା ନୀତୀଶ ସାବଧାନ ….7

ଲକ୍ଷ୍ମୀଧର ନାୟକ
My Facebook Post: 9th August 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights