ମୋ ଲେଖା
My Facebook Post: 9th August 2018
ଚଞ୍ଚଳା ବୁଲିଲେ ବାର ଦୁଆର
ପୁରଇ ପ୍ରଭୁଙ୍କ ରତ୍ନ ଭଣ୍ଡାର
ଚଞ୍ଚଳା ହେଲେ ଅଚଳା
ଧଳାଟା ହୁଅଇ କଳା
ଗୋଟାଏ ଦେଶରେ ଗୋଟାଏ ମୁର୍ଖ ରାଜା ଶାସନ କରୁଥିଲା । ଅର୍ଥନୀତି କଣ ବୁଜିବାକୁ ତା ମୁଣ୍ଡରେ ବୁଦ୍ଧି ନଥିଲା ।
ଫଳରେ ରାଜ୍ୟକୁ ଘୋର ଆର୍ଥିକ ସଂକଟ ଗ୍ରାସିଗଲା । କାହାରି ହାତରେ ରୋଜଗାର ରହିଲା ନାହିଁ । ସମସ୍ତେ ହା ହୁତାସରେ ଥାଆନ୍ତି। ସମସ୍ତେ ଧାର ଉଧାର କରଜ ବାରଜରେ ବୁଡିକି ଥାଆନ୍ତି । ବେପାର ବଣିଜ ଚାଷ ବାସ ସବୁ ମାନ୍ଦା, ସବୁ ଅଚଳ ପ୍ରାୟ ।
ଏଥିରୁ ଉଦ୍ଧାର ପାଇବାର ବାଟ କାହାକୁ ଦିଶୁ ନଥାଏ ।
ରାଜା ତ ମୂର୍ଖ ଗୁଡବକ୍ । ସିଏ ପାରିଧି ମଉଜ ମଜଲିସ ରେ ବ୍ୟସ୍ତ, ବିଦେଶ ବୁଲିବାରେ ବ୍ୟସ୍ତ । ଅର୍ଥନୀତି ତ ତାଙ୍କ ବୁଜିବା ବାହାରର କଥା, ସେଗୁଡା ରାଜାଙ୍କ ମଗଜରେ ପଶେନି ।
ଥରେ ରାଜାଙ୍କର ଜଣେ ହିଦେଶୀ ସାଙ୍ଗ ରାଜାଙ୍କ ସହ ଆସିଲେ ।ରହିବାପାଇଁ ଗୋଟାଏ ହୋଟେଲକୁ ଗଲେ । କାଉଣ୍ଟରରେ ହଜାରେ ଟଙ୍କା ଆଡଭାନ୍ସ ଦେଇ ରୁମ୍ ଟିଏ ବୁକ୍ କଲେ ।
ସେ କହିଲେ ମୋତେ ତୁମ ରୁମ୍ ସବୁ ଦେଖାଅ, ମୋର ଯେଉଁ ରୁମ୍ ପସନ୍ଦ ହେବ ମୁଁ ସେହି ରୁମ୍ ରେ ରହିବି। ହୋଟେଲ ବୟ ତାଙ୍କୁ ସାଙ୍ଗରେ ନେଇଗଲା ରୁମ୍ ଦେଖାଇବାକୁ ।
ହୋଟେଲ୍ ସିକୁରିଟି ଗାର୍ଡ ମ୍ୟାନେଜର ପାଖକୁ ଆସି ସେ ଟଙ୍କାକୁ ବିକଳରେ ଚାହିଁକି ଛିଡା ହେଲା, ତିନି ମାସ ହେଲା ଦରମା ପାଇ ନଥିଲା, ତିନି ମାସର ଦୋକାନ ବାକି, ଘରେ ଆଜି ଖାଇବାକୁ ନାହିଁ, ଆଜି କିଛି ପଇସା ଦୋକାନୀକୁ ନ ଦେଲେ ସେ ଚାଉଳ ଦେବନି, ପିଲା ଖାଇବେ କଣ ?
ମ୍ୟନେଜର ବା କରିବ କଣ, ବେପାର ତ ମାନ୍ଦା, ଚାଲୁନି, ଯାହା ଚାଲୁଛି ବାକିରେ, ତାପାଖରେ ତ ଟଙ୍କା ନାହିଁ, ଦରମା ଦେଇଥାଆନ୍ତା କେମିତି?
ଗାର୍ଡର ବିକଳ ସହି ନପାରି ମାନେଜର ସେ ହଜାରେ ଟଙ୍କା ସିକୁରିଟି ଗାର୍ଡକୁ ଦେଇଦେଲା । ସିକୁରିଟି ଗାର୍ଡ ଦଉଡି ଦଉଡି ଯାଇ ସେ ଟଙ୍କାକୁ ଚାଉଳ ଦୋକାନୀକୁ ଦେଇ ଘରକୁ କିଛି ସଉଦା ନେଇ ଆସିଲା।
ଚାଉଳ ଦୋକାନୀ ସେ ହଜାରେ ଟଙ୍କାକୁ ଦଉଡି ଦଉଡି ଯାଇ ଯୋଉ ଚାଷୀଠୁ ବାକିରେ ଚାଉଳ ଆଣିଥିଲା ସେ ଚାଷୀକୁ ଦେଇ ଆସିଲା, କାରଣ ସେ ଜାଣିଥିଲା ଚାଷୀ ପଇସା ନପାଇଲେ ଚାଷ ଛାଡି ଦେବ, କରି ପାରିବ ନାହିଁ ।
ଚାଷୀ ହଜାରେ ପାାଇବା ମାତ୍ରେ ଦଉଡି ଦଉଡି ଯାଇ ସାର ବାଲାକୁ ଦେଇ ଦେଲା ।
ସାର ଡିଲର ପାଖରେ ସାର କମ୍ପାନୀ ରିପ୍ରେଜେଣ୍ଟେଟିଭ୍ ବସିଥିଲା । ସାର ଡିଲର ସାଙ୍ଗେ ସାଙ୍ଗେ ସେ ପଇସା କମ୍ପାନୀ ରିପ୍ରେଜେଣ୍ଟେଟିଭକୁ ଦେଇଦେଲା, ଭାବିଲା କିଛି ତ କରଜ ଶୁୃଝି ଯାଉ ।
କପାନୀ କିପ୍କେଜେଣ୍ଟେଟିଭ୍ ହାତରେ ହଜାରେ ଟଙ୍କା ପଡିବା ମାତ୍ରେ ସେ ଦଉଡିଲା ସେ ହୋଟେଲ ମାନେଜର ପାଖକୁ, କାରଣ ଟୁର୍ ରେ ଆସିଲେ ସିଏ ସେ ହୋଟେଲରେ ରହେ, ପଇସା ନଥିବାରୁ ହୋଟେଲରେ ବାକିରେ ରହୁଥିଲା, ଭାବିଲା ହୋଟେଲର କିଛି ବାକି ଶୁଝି ଯାଉ ।
ସିଏ ସେ ହଜାରେ ଟଙ୍କାକୁ ଦଉଡି ଦଉଡି ଯାଇ ହୋଟେଲ ମାନେଜର କୁ ଦେଇ ଦେଲା ।
ଏତିକି ବେଳେ ପର୍ଯ୍ୟଟକ ଜଣକ ହୋଟେଲର ସବୁ ରୁମ୍ ବୁଲିବାଲି ଦେଖିକି ମାନେଜର ପାଖକୁ ଆସିଲା ଏବଂ କହିଲା ,
ମୋର ତମ ରୁମ୍ ପସନ୍ଦ ହେଉନି,
ତୁମେ ମୋ ପଇସା ଫେରେଇ ଦିଅ,
ମୁଁ ଅନ୍ୟ ହୋଟେଲ ଦେଖିବି ।
ମାନେଜର ସେ ହଜାରେ ଟଙ୍କା ସେ ପର୍ଯ୍ୟଟକଙ୍କୁ ଫେରେଇ ଦେଲା ।
କଣ ଅର୍ଥନୀତି କିଞ୍ଚିତ୍ ମୁଣ୍ଡରେ ପଶିଲା କି ?
ଚଞ୍ଚଳା ବୋଇଲେ ଲକ୍ଷ୍ମୀ ବା ଟଙ୍କା ।
ଟଙ୍କା ଯେତେ ଶିଘ୍ର ହାତ କୁ ଦି ହାତ ହେବ, ସରକାରୀ ତିଜୋରୀ ସେତେ ଶିଘ୍ର ପୁରିବ ।
କେମିତି ?
ଆମେ ଯାହା ବି କିଣୁ ସରକାରଙ୍କୁ ଟିକସ ଦେଉ । ଟିକସ ପରିମାଣ ୦% ରୁ ଆରମ୍ଭ ହୋଇ ୨୮% ପର୍ଯ୍ଯନ୍ତ ହୋଇ ଥାଏ ।
ହାରାହାରି ଏହା ୧୮% ଧରାଯାଏ ।
ଆପଣ ଯଦି ୧୦୦ ଟଙ୍କା ଔଷଧ ଦୋକାନୀ ହାତକୁ ବଢାଇ ଦେଲେ, ଅର୍ଥାତ୍ ଟଙ୍କା ଗୋଟିଏ ହାତ ବଦଳାଇଲା, ତାହେଲେ ସରକାର ପାଆନ୍ତି ୧୮ ଟଙ୍କା ।
ଟଙ୍କା ବା ଚଞ୍ଚଳା ଯଦି ୬ ହାତ ଗଲା ସରକାରଙ୍କ ତିଜୋରୀକୁ ୧୦୮ ଟଙ୍କା ଯିବା ଥୟ । ସେଥିରୁ ଅଧା ଯାଏ ରାଜ୍ୟ ତିଜୋରୀକୁ, ଆର ଅଧକ କେନ୍ଦ୍ର ତିଜୋରୀକୁ ।
ଏଇ ଟଙ୍କାରେ ଏମାନେ ଚିଠା କରନ୍ତି, କେଉଁଥିପାଇଁ କେତେ ଖର୍ଚ କରିବେ, ଏ ଚିଠାକୁ ସେମାନେ ବଜେଟ୍ କହନ୍ତି ।
ଆମେ ଦେଉଥିବା ଟଙ୍କାରେ ଯୋଜନା ହୁଏ, ନାଁ ଦିଆଯାଏ ବିଜୁ ସେତୁ, ମୋଦୀ କେୟାର, ଦୀନଦୟାଲ ପାଇଖାନା, ଇନ୍ଦିରା ଆବାସ ଇତ୍ଯାଦି ।
କିଏ କହେ ନବୀନ ଦେଲା, କିଏ କହେ ମୋଦୀ ଦେଲା ।
ନରୋତ୍ତମ ଦାସ୍ କୟେ
କୋନୋ ସାଲା କୁଛ୍ ନା ଦିୟେ
ସବୁ ସାଲା ଆମାର୍ ଟାକା
ଆମାକେ ୟେ ଭାବିଛେ ବୋକା
ଯଦି ଆମେ ଟିକସକୁ ହାରାହାରି ୧୮% ନ ଧରି, ଏହାକୁ ତାର ଅଧା ଅର୍ଥାତ୍ ହାରାହାରି ୯% ବି ଧରନ୍ତି, ତାହେଲେ ଟଙ୍କା ମାତ୍ର ୧୨ ଟି ହାତ ବଦଳାଇଲେ ୧୨ x ୯ = ୧୦୮ ଟଙ୍କା ଯାଇ ସରକାରୀ ଭଣ୍ଡାରରେ ।
ଗରିବ ହାତକୁ ଟଙ୍କା ଆସିଲେ ସେ ତାକୁ ରଖିପାରେ ନାହିଁ, ଶିଘ୍ର ଖର୍ଚ କରିଦିଏ, ଧନୀ ଲୋକଙ୍କ ପାଖକୁ ପଇସା ଗଲେ ସେମାନେ ତାକୁ ତକିଆ ଭିତରେ, କିଏ କାନ୍ଥ ଭିତରେ ପୁରେଇ ଦିଅନ୍ତି, ଟଙ୍କାଟା ଅଚଳ ହୋଇଗଲେ ସରକାର ସେଥିରୁ କିଛି ପାଆନ୍ତି ନାହିଁ ।
ଏଥିରୁ ଭାବନ୍ତୁ ଧନୀଙ୍କ ପଇସାରେ ରାସ୍ତା, ଘାଟ, ସ୍କୁଲ, ଡାକ୍ତର ଖାନା ଇତ୍ଯାଦି ହଉଚି ନା ଗରିବ ପଇସାରେ ।
ଏତେକ ଭାବି ସାରିବା, ପରେ ବାକି ବହୁତ କଥା ଆସ୍ତେ ଆସ୍ତେ କଥାବାର୍ତ୍ତା ହେବା ।
ୟାଙ୍କୁ ଅର୍ଥନୀତି ପଢେଇବା, ଏମାନେ ଗାଁ ଲୋକଙ୍କୁ ଗୁଡ୍ ବକ୍ ଭାବିଚନ୍ତି ।ଆମେ ଯାହା ଦେଖୁଚନ୍ତି ସେଇଆ କହିବା, ସେଇଟା ଆମ ଅର୍ଥନୀତି ବହି ।
– ଲକ୍ଷ୍ମୀଧର ନାୟକ
My Facebook Post: 9th August 2018
( ମୁଁ ଆପଣମାନଙ୍କୁ ଗୋଟେ ଉଦାହରଣ ଦେଉଛି–
CGST – Central GST ବା କେନ୍ଦ୍ର ସରକାର ବା ମୋଦୀ ସରକାରଙ୍କ ଆକାଉଣ୍ଟକୁ ଆମେ ଦାନ କରିଥିବା ଟିକସ ଟଙ୍କା,
SGST – State GST ବା ବର୍ତ୍ତମାନର ରାଜ୍ଯ ସରକାର ବା ନବୀନ ସରକାରଙ୍କ ଆକାଉଣ୍ଟକୁ ଆମେ ଦାନ କରିଥିବା ଟିକସ ଟଙ୍କା
ଆମ ପିଲାମାନଙ୍କ ପେଟକୁ ଗଣ୍ଡେ ଦାନା ଦେବା ପାଇଁ ଗୋଟିଏ ଗ୍ଯାସ କିଣିଲେ ଆମେ କେନ୍ଦ୍ର ସରକାରଙ୍କୁ GST ଦେଉ 22 ଟଙ୍କା 05 ପଇସା ଓ ରାଜ୍ଯ ସରକାରଙ୍କୁ 22 ଟଙ୍କା 05 ପଇସା
ଏମିତି ବର୍ଷକୁ ଦେଉ ପ୍ରାୟ 2 ଲକ୍ଷ କୋଟି ଟଙ୍କା, ଯେଉଁ ପଇସାରେ IAS, OAS, Tahsildar, BDO, Police, ଡାକ୍ତର, ଇଞ୍ଜିନିୟର, ଜେଇ, ଏଇ, ନର୍ସ, ଶିକ୍ଷକ ସମସ୍ତେ ଦରମା ନିଅନ୍ତି, ଏଇ ପଇସାରୁ ଆମକୁ ବିପିଏଲ ଚାଉଳ, ବାର୍ଦ୍ଧକ୍ଯ ଭତ୍ତା , କାଳିଆ ଟଙ୍କା, କଳାକାର ଭତ୍ତା , ବିଜୁ ସ୍ବାସ୍ଥ୍ଯ କଲ୍ଯାଣ ଟଙ୍କା, ଛତୁଆ ଠୁ ଆରମ୍ଭ କରି ହରିଶ୍ଚନ୍ଦ୍ର ଛତା ପର୍ଯ୍ୟନ୍ତ ସବୁ ଏଇ ଆମରି ପଇସାରୁ ଆମକୁ ଦିଅନ୍ତି
ଲକ୍ଷ୍ମୀଧର ନାୟକ
9th August 2024 )