ବୈଜ୍ଞାନିକ ଭଗବାନକୁ ଡାକି ଡାକି ଥକିଲାଣି, ଭଗବାନ ତାକୁ କରୁଣା କରୁ ନାହାନ୍ତି କି କରୁଣା ସମ୍ପର୍କରେ ସଠିକ ଜ୍ଞାନ ଦେଉ ନାହାନ୍ତି, ବୈଜ୍ଞାନିକ ବଚରା ବାଉଳି ଚାଉଳି ହେଇ ଥକିଲାଣି, କରୋନା ସମ୍ପର୍କରେ ଗଲା ସାତ ମାସରେ 70 ପ୍ରକାର କଥା କହିଲାଣି
କେତେବେଳେ କହୁଚି କରୋନା ମାଟିରେ ଗଡେ
କେତେବେଳେ କହୁଚି ପବନରେ ଉଡେ
କେତେବେଳେ କହୁଚି ତାକୁ ଖାଇଲେ ବ୍ୟାପେ, ଖାଆନା
କେତେବେଳେ କହୁଚି ତାକୁ ଛୁଇଁଲେ ବ୍ୟାପେ, ଛୁଉଁନା
କେତେବେଳେ କହୁଚି ସାନିଟାଇଜରରେ ଗାଧା
କେତେବେଳେ କହୁଚି ସାନିଟାଇଜର ପାଇଁ ଇମ୍ୟୁନ ପାୱାର କମିଲା, ଭଲ ବ୍ୟାକ୍ଟେରିଆକୁ ମାଇଲା, ଖରାପ ଭାଇରସ ବଞ୍ଚିଲା, ସାନିଟାଇଜର ପାଇଁ ଲୋକ ମଲେ, ସାନିଟାଇଜର ଦୃଷ୍ଟି ଶକ୍ତି କମେଇ ଲୋକଙ୍କୁ କରିଦେବ ଅନ୍ଧା
କେତେବେଳେ କହୁଚି କରୋନା ବ୍ୟାପି ବ୍ୟାପି ଥକି ଗଲେ ମାନେ ହର୍ଡ ଇମୁନିଟି ହେଇଗଲେ ( hard ନୁହେଁ herd ମାନେ ଦଳ ) ମନକୁ ଛାଡି ପଳେଇବ, ଏବେ କହୁଚି ହର୍ଡ ଇମୁନିଟି ମନକୁ ହୁଏନି, ମାନେ କୁମ୍ପାନୀ ବଟିକା ଯଥା ଅଶ୍ୱଗନ୍ଧା ଶିଲାଜିତ୍ ଗିଲୟ ଚବନପ୍ରାସ ହରଲିକ୍ସ ….କିଣିକି ଖାଇଲେ ଯାଇ ହବ
ବିଚରା ବୈଜ୍ଞାନିକ
କାମ କରୁଥାଏ, ଭଗବାନକୁ ଡାକୁଥାଏ
କରୁ କରୁ ଡାକୁ ଡାକୁ କଣ ଖିଏ ଜ୍ଞାନ ପାଇଗଲେ,
ସେଇଟାକୁ କୁହେ ବିଜ୍ଞାନ
ତା ଠୁ ମାଗିଆଣି କୁହେ ସେମିତିକା କେହି ଲୋକ ନାହିଁ
ଭଗବାନ ବୋଲି କିଛି ଜିନିଷ ନାହିଁ , ଭଗବାନ ପୁରା ମିଛ କଥା
ବିଜ୍ଞାନ ଏକମାତ୍ର ସତ, ବୈଜ୍ଞାନିକ ଏକମାତ୍ର ତ୍ରାଣ କର୍ତ୍ତା
ଦେଖ ବଟିକା ଇଞ୍ଜେକସନ ତମ ଜର ଭଲ କଲା , କୋଉ ଭଗବାନ ଆସିକି କଲାନି, ତା ମତରେ ବଟିକା ଟା ଭଗବାନ ନୁହେଁ, ବଟିକା ଟା ବିଜ୍ଞାନ
ଲୋକେ କହନ୍ତି ସତ କଥା ତ
ଏପଟେ ନନା ଗୋଷ୍ଠି ଦେଖନ୍ତି ବିଜ୍ଞାନ ବିଜ୍ଞାନ କହି ଏ ବୈଜ୍ଞାନିକ ଗୋଷ୍ଠି ତାଙ୍କ ଭେଳା ବୁଡେଇ ଦେବେ,
ଭଣ୍ଡିଖାଉଥିବା ଭେଣ୍ଡିଆକୁ ଏବେ ଖଟି ଖାଇବାକୁ ହବ
ସିଏ କୁହେ ଅଦୃଶ୍ୟ ଶକ୍ତି ବୁଦ୍ଧି ଜ୍ଞାନର ନାଁ ଭଗବାନ ନୁହେଁ,
ଭଗବାନ ଗୋଟେ ହାର୍ଡ ଜିନିଷ
ଆଉ ସେଇଟା କେବଳ ମୋରି ଘରେ ମୋରି ପିଞ୍ଜରାରେ ଅଛି
ମୁଁ ତାକୁ ଶୁଆ ଭଳିଆ ସବୁ ଦିନ ବୁଟ ଚଣା କଦଳି ସେଉ ଖୋଇ ପାଳିଛି, ସେଇ ସାରା ସଂସାର ପାଳୁଛି
ତମ ଛୁଆପିଲାଙ୍କର ଗ୍ରହ ଦୋଷ ଖଣ୍ଡନ କରୁଚି,
ଗ୍ରହ ଦୋଷରୁ ତମ ଛୁଆ ପିଲା ଚାକିରୀ ବାକିରି ପାଉ ନାହାନ୍ତି,
ତମେ ତେଲ ହଳଦୀ ଭୋଗ ରାଗ ଦକ୍ଷିଣା ନେଇକି ଆସ, ତମ ପିଲାଙ୍କ ଗ୍ରହ ଦୋଷ ଖଣ୍ଡନ କରିଦେବି, ସିଏ ଚାକିରୀ ପାଇବେ
ଚଗଲା ହେତୁବାଦୀ ଯଦି ପଚାରିଲା ନନା ଭଗବାନମାନେ କଣ ଚାଇନା ବିଲେଇ, ତୁମରି ପିଞ୍ଜରାରେ ପାଳିତ ,
ଆଚ୍ଛା ତମ ଛୁଆପିଲା ବି ତ ଚାକିରୀ ବାକିରି ନପାଇ ବୁଲୁଚନ୍ତି, ତାଙ୍କ ଗ୍ରହ ଦୋଷ ଟିକେ ଖଣ୍ଡନ କରି ଦେଉନ , ନନା କୁହନ୍ତି ସେଇଟା ଆମ୍ୱେଦକର ଅଣ ସୁରର ଆରକ୍ଷଣ ଦୋଷ , ଆମ ପିଲାଙ୍କର ଗ୍ରହ ଦୋଷ ପୂଜାପାଠ ହାସ୍ୟାସ୍ପଦ କଥା , କଣ ବାପ ପକେଟରୁ ପୁଅ ପଇସାନେଇ ବାପକୁ ଦକ୍ଷିଣା ଦବ, ଏଇଟା କି ଅର୍ଥନୀତି, ଏଇଟା ଅର୍ଥ ଶାସ୍ତ୍ର ରେ ନିଷିଦ୍ଧ ମନ୍ତ୍ର
ମୁଁ ଯାହା ଦୃଖୁଚି ଏ ନନା ଆଉ ବୈଜ୍ଞାନିକ , ଗୋଟାଏ ସଂସାର ଫେସାର ଦୁଇଟି ଫାଳ ମାତ୍ର, ତା ମଝିରେ ବିରି ଭଳିଆ ରଗଡି ହୁଏ ସଂସାରୀ ଲୋକ
ଛାଡ ଆମକୁ କଣ ସେଥିରୁ ମିଳୁଛି ହେ
ଆମେ ତ ଭକତ ନୋହୁ
ଆମେ ତ ଭୋକତା
ଭୋକତା ମାନେ
ଭୁକିବା ଲୋକ
ନହେଲେ ଭୁଞ୍ଜିବା ଲୋକ
ଆଜି ଏତିକି ଥାଉ
ଆମକୁ ହେଲାଣି ଭୋକ
ମା କୁ ଡାକ
ଆଉ ମୋ ପାଠକ ?
ସେମାନଙ୍କ ପାଇଁ କଙ୍ଗନା ତ ରାବିଡି ପରିକା ମିଠା
ଆଉ ରାବିଡି ପରି ମା ତାଙ୍କ ସୁଖ ସଂସାରର କଣ୍ଟା
ତାଙ୍କ ଛାତିକୁ ତ୍ରିଶୂଳ ବିନ୍ଧା ଯନ୍ତ୍ରଣା ଦୁଃଖ
ସିଏ କଣ ପଢିବେ
ଇଏ ତ ଅବନା ପାଠ
ଜିସିକି ରଚନା ଇତନି ସୁନ୍ଦର୍
ଓ କିତିନା ସୁନ୍ଦର ହୋ ଗା …
ଓ କିତନା ସୁନ୍ଦର ହୋ ଗା … …….
Laxmidhar Nayak
My Facebook Post: 15th October 2020
( ଅନେକ ଲୋକ କହୁଥିଲେ ଭାଇ କରୋନା ସମ୍ପର୍କରେ ଆପଣ କିଛି ଲେଖନ୍ତୁନି, ଏ ରକ୍ଷସ ଦଳଙ୍କ ହାବୁଡରେ ପଡୁଥିବା ଅନେକ ଲୋକଙ୍କୁ ଏମାନେ ଚକ୍ରାନ୍ତ କରି ମାରି ଦେଉଛନ୍ତି, ନିଜ ସ୍ବାର୍ଥ ସିଦ୍ଧି ପାଇଁ। ମୋତେ ବି ଏବେ ସନ୍ଦେହ ଲାଗୁଛି କରୋନା ଆଳରେ ଚକ୍ରାନ୍ତ କରି କିଛି ରାକ୍ଷସ ଅନେକ ଦେବତୁଲ୍ଯ ଲୋକଙ୍କୁ ମାରିଦେବାର କାରଣ ଏପରି ଲେଖା ମଧ୍ଯ ହୋଇପାରେ – 15th October 2024 )