ଘୋର ସଙ୍କଟ କାଳ ସାଧୁ ସାବଧାନ୍

Share it

ମୋ ଲେଖା
My Facebook Post: 8th August 2021

ଘୋର ସଙ୍କଟ କାଳ
ସାଧୁ ସାବଧାନ୍

ଏବେ ସରକାରମାନେ ଦିନକୁ ଦିନ ମାତ୍ରାଧିକ ସମାଲୋଚନା ଅସହଣି ହୋଇପଡୁଛନ୍ତି,
ଏହା ଦୁର୍ବଳର ସ୍ୱଭାବ, ଦୁର୍ବଳ ଭୟରେ କାମୁଡି ପକେଇବା କଥା ଗାଁ ଲୋକେ ବି ବୁଝି ପାରନ୍ତି

ତହୁଁ ଚିନ୍ତା ଜନକ କଥାଟି ହେଲା ତାଙ୍କ ଦଳୀୟ ସମର୍ଥକମାନେ ଅତି ମାତ୍ରାରେ ସମାଲୋଚନା ଅସହଣୀ ହୋଇପଡ଼ିବା

ସବୁଠୁ ଚିନ୍ତାଜନକ କଥାଟି ହେଲା ଅଣସରକାର ବା ଲୋକଦଳ ଗୁଡିକ ସମୟ ସହଣୀ ହୋଇ ନପାରିବା କାରଣରୁ ନିଜକୁ ଅସମର୍ଥ ବୋଲି ବିଚାରିବା

ଯେଉଁ ଦେଶର ଶାସକ ଦଳମାନେ ସମାଲୋଚନା ଅସହଣୀ ଅପଦାର୍ଥ ଓ ଲୋକ ଦଳମାନେ ସମୟ ଅସହଣୀ ଅସମର୍ଥ

ସେ ସମୟକୁ ଘୋର ସଙ୍କଟ କାଳ ହିଁ କୁହାଯିବ,
ସାଧୁ ସାବଧାନ୍

ସାଧୁ ସାବଧାନ୍ ଅର୍ଥ ସାଧୁ ଭୟରେ ଅବଧାନ କରିବା ନୁହେଁ, ଏ ସଙ୍କଟ ସ୍ଥିତିର ପରିବର୍ତ୍ତନ ନଦେଖିବା ପର୍ଯ୍ୟନ୍ତ ସାଧୁ ସାବଧାନତାର ସହ ତାର ସାମର୍ଥ୍ୟକୁ ଅଧିକ ଶାଣିତ ଓ ବ୍ୟବହାର ଉପଯୋଗୀ ସ୍ଥିତିରେ ରଖୁ ଓ ପରିସ୍ଥିତି ଚାପରେ ଅନ୍ୟ କାହାର ଅନ୍ଧ ସମର୍ଥକ ହୋଇଯିବାକୁ ବାଧ୍ୟ ହୋଇ ନଯାଉ, ସେଥିପାଇଁ ସାବଧାନ୍

ସାଧୁ ସଦାକାଳକୁ ସାବଧାନ ନହେଲେ ପ୍ରଜାକୁଳ ଭୟଚ୍ଛନ୍ନ ହୋଇଯାଏ, କାରଣ ଅନେକ ସମୟରେ ଶାସକ ଦଳ ଓ ଲୋକଙ୍କ ଦଳ ଏ ଉଭୟ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ ମାତ୍ର ହୋଇଥାଆନ୍ତି,
ଆଉ ପାର୍ଶ୍ୱ ପରିବର୍ତ୍ତନକୁ ଗୋଟାଏ ବିଶେଷ ପରିବର୍ତ୍ତନରେ ଗଣାଯାଏ ନାହିଁ ମଧ୍ୟ

ପରିବର୍ତ୍ତନ ଗୋଟାଏ ଅଲଗା ଜିନିଷ, କେବଳ ସରକାର ପରିବର୍ତ୍ତନଟା ପରିବର୍ତ୍ତନ ପଦବାଚ୍ୟ ନୁହେଁ

ସାଧୁ ଗୋଟାଏ ପରିବର୍ତ୍ତନର ପଥକୁ ସୁଗମ କରିବାକୁ ଚାହୁଁଥିଲେ,
ସାବଧାନତା ତାର ପ୍ରଥମ ଆବଶ୍ୟକତା, କଷଣ ଯଦି ସାବଧାନତାକୁ ବଳେଇ ପଡେ ତାହେଲେ ସାଧୁର ଦ୍ୱିତୀୟ ଆବଶ୍ୟକତା ହୁଏ ସୁରକ୍ଷା, ଏହା ଅତି ଆବଶ୍ୟକ ଓ ତତକ୍ଷଣାତ୍ ଆବଶ୍ୟକ ହୁଏ,
ଆଉ ଏ ସୁରକ୍ଷା ସର୍ବସାଧାରଣଙ୍କର ଦାୟିତ୍ୱ ହୋଇଯିବା ଉଚିତ

ଲକ୍ଷ୍ମୀଧର ନାୟକ
My Facebook Post: 8th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights