ବାଘ ଟା ତାଙ୍କ ପାଇଁ ସୁନ୍ଦରୀ,
ଗାଈ ଟା କାଳୀ, ଅସୁନ୍ଦରୀ ।
ଗୋ ମାତା
ଉଣେଇଶ ଏକାବନେ
ମୋର ପ୍ରଥମ ଜନ୍ମ ଦିନେ
ଖୁଡି କହିଥିଲେ ବୋଉକୁ
ଯଦି କଲେଜ ପଢିବ ଟୁକା
ସବୁ ମୁଁ ଦେବି
ଯେତେ ଖର୍ଚ ହେବ ଟଙ୍କା
ତୁମେ ଚିନ୍ତା କରନାହିଁ ଅପା..
ମୋର ମେଟ୍ରିକ୍ ପାସ୍ ଜାଣି
ପଳେଇଲା ଖୁଡି ମାମୁଁ ବ୍ରତ ଘରେ
କାଳେ ରଖିବାକୁ ହେବ କଥା ….
ମୋର ପଢାରେ ପଡିବ ଡୋରି
ବୋଉ ଏହି କଥା ଝୁରି
ହାତେ ପିଟୁଥାଏ ମଥା…
ମୋର ବୋଉର କାନ୍ଦଣା ଶୁଣି
ଗାଈ ବେପାରୀ କଂସେଇ ଟେ ପରା
ଦେଇଥିଲା ଦଶ ଟଙ୍କା…
ବେପାରୀ କହିଲା ମା’
ବ୍ଯସ୍ତ ହେଉଛ କିଆଁ
ବାବୁ ତ ପଢିବ
ହାକିମ ହୋଇବ
ଗରୀବଙ୍କୁ ହେବ ସାହା …
ଧାରୁଆ ନ ହେବା ପାଇଁ
କଂସେଇକୁ ମୋର ବୋଉ ଟେକି ଦେଲା
ତା’ର ଅଲିଅଳି କାଳି ଗାଈ
ଗାଈ କହିଲାନି ନା…
ଗାଈ ଯାଉଥାଏ
ଫେରି ଚାହୁଁଥାଏ
ବୋଉ କାନ୍ଦୁଥାଏ କଇଁ କଇଁ
ସବୁ ପଢିସାରି
ଭାବୁଛି ମୁଁ ଆଜି
ଗାଈକୁ ଗୋ ମାତା
ପଣ୍ଡିତ ବାପୁଡା
ମିଛେ କି ଯାଇଛି କହି !!!
– ଲକ୍ଷ୍ମୀଧର ନାୟକ
(ଉପରୋକ୍ତ କବିତା ଟି ମୋର ଜଣେ ଫେସ୍ ବୁକ୍ ବନ୍ଧୁ ତୁଷାରକାନ୍ତ ଶତପଥୀଙ୍କ ନିଜସ୍ୱ ସତ୍ଯ ଅନୁଭୁତି ଉପରେ ଆଧାରିତ ।
ଯାହାକୁ ସେ ବର୍ଷେ ପୂର୍ବରୁ କେବେ ଥରେ ଫେସ୍ ବୁକ୍ ରେ ଘଟଣା କ୍ରମେ ଲେଖିଥିଲେ, ତାହା ମୋତେ ଗଭୀର ଭାବେ ଆନ୍ଦୋଳିତ କରିଥିଲା, କଥା ଟା ମନେ ରହିଯାଇଥିଲା । )
ଆଜି ମୋ ଆଳିମାଳିକା ଫଟୋ ବୁଜୁଳାରୁ ଏ କାଳି ଗାଈ ଫଟୋଟା ମୋ ନଜରରେ ପଡିଲା ।
ଏ ଗାଈଟିକୁ ବହୁତ ବର୍ଷ ତଳେ ମୋ ବୁଢୀ ମା’ କୁ ଷୋଡଶ ଦାନ ଦିଆଯାଉଥିବା ବେଳେ ବ୍ରାହ୍ମଣ ଗୋସେଇଁ ମାନଙ୍କୁ ଦାନ ଦିଆଯାଇଥିଲା ।
ଏ ଫଟୋଟି ବହୁତ ପୁରୁଣା । ଗାଈଟିକୁ ଧରିଥିବା ଲୋକ ମୋ କଲିବାପା । ସେ ଗାଈ ପାଖରେ ଥିବା ଲଙ୍ଗଳା ପିଲାଟି ମୋର ସାନ ପୁଅ ଅଚ୍ଯୁତପ୍ରତୀକ । ତାକୁ ଧରି ଛିଡା ହେଇଥିବା ପିଲା ମୋ ସାନ ଭାଇ, ସେ ବ୍ୟାଙ୍କରେ ଚାକିରୀ କରୁଚି ।
ଏ ଲଙ୍ଗଳା ଟିକି ପିଲା ଏବେ ପୋଷ୍ଟ ଗ୍ରାଜୁଏସନ କରୁଛି ଆପ୍ଲାଏଡ଼ ଜିଓଲୋଜିରେ, NIT Raipur ରେ ।
ସେ ପିଲା ବେଳରୁ ସେହି ଟିକି ବୟସରୁ ଗାଈ ପ୍ରିୟ । ଲୁଚି ଲୁଚି ଆଣ୍ଠେଇ ଆଣ୍ଠେଇ ଗାଈ ଗୁହାଳକୁ ପଳାଏ, ଗାଈର ଗୋଡ ଧରି ଛିଡାହୁଏ ।
ଏବେ ବି ତାର ସେ ଅଭ୍ଯାସ ଅଛି, ଗାଁ କୁ ଗଲେ ଚଟା ପଟ୍ ଗାମୁଛା ବଦଳେଇ ଦେଇ ଆଗ ଯାଇ ଗୁହାଳ ସଫା କରିବ, ଗାଈ ଦୁହିଁବ ।
ବଡପୁଅଟା ଗାଁ କୁ ଗଲେ ଘଡିଏ ଘରେ ନଥିବ, ବିଲ ବାଡି ଆଡେ ବୁଲୁଥିବ, ତା ଅରୁଆ ନନା ବିଲରେ ବାଇଗଣ କଲରା ଭେଣ୍ଡି ତୋଳୁଥିବ , କି କାହାର ତରୁଭୁଜ କିଆରି ପହ୍ଲାରେ ବସୁଥିବ। ଆଉ ମୋ ଗେହ୍ଲେଇ ମମି ୟାଙ୍କଠୁ ସାନ, ତା କଥା ତ ଫେସୁକରେ ଲେଖା ଯିବା ଉଚିତ ନୁହେଁ, ତେଣୁ ଲେଖୁନି ।
ବାଘକୁ ଆମେ ଜାତୀୟ ପ୍ରାଣୀ କହୁଛୁ, ସିଏ ବେଳେ ବେଳେ ମଣିଷକୁ ଖାଉଛି ନିର୍ଦୟ ଭାବରେ ।
ଗାଈ ମଣିଷକୁ ଜୀବନ ସାରା ଦୟା କରୁଛି, ସର୍ବସ୍ୱ ଦାନ କରୁଛି, ଅଥଚ ଆମେ ତାକୁ ଜତୀୟ ସମ୍ମାନର ଅଧିକାରୀ କରିପାରୁନୁ ।
ଗାଈକୁ ଜଙ୍ଗଲ ମନା, ବାଘକୁ ଜଙ୍ଗଲକୁ ରେଡ୍ କାର୍ପେଟ୍ ସ୍ୱାଗତ ।
ଏ ଜଙ୍ଗଲ ବିଭାଗକୁ ଧର୍ମ ଛାଡି ଗଲାଣି କି କ’ଣ ? ଏମାନେ କୋଉଠୁ କି ଟ୍ରେନିଁ ନେଇକି ଆସିଛନ୍ତି କେଜାଣି ?
ବାଘ ଟା ତାଙ୍କ ପାଇଁ ସୁନ୍ଦରୀ,
ଗାଈ ଟା କାଳୀ, ଅସୁନ୍ଦରୀ ।
ଆଉ ଏମାନଙ୍କ ବିଚାରରେ ଜଙ୍ଗଲ ବୋଇଲେ ତ କେବଳ କାଠ ଗଣ୍ଡିମାନଙ୍କର ସମାହାର ।
ଜଙ୍ଗଲ କାହାକୁ ପ୍ରଥମେ ମନା ହେବ ତ ପ୍ରଥମେ ଆଦିବାସୀକୁ ମନା ହେବ, ଜଙ୍ଗଲ ଯାହାର ଜୀବନ, ପ୍ରଥମେ ତାକୁ,
ସମତଳ ଅଞ୍ଚଳ ଚାଷ ଜମି ଗୁଡା ସବୁ ଆମ ବୋପା ସମ୍ପତ୍ତି,
ଏ ଜମିକୁ ସବୁ ଆମ ଅଣ ଜେଜେ ମା ମାନେ ଜନମ କରିଥିଲେ, ତେଣୁ ଏଗୁଡା ୟାଙ୍କ ନାଁରେ ପଟ୍ଟା ହେଇ ପାରିବ,
ସିଏ ବର୍ଷକୁ ଶହେ ଦୁଇଶହ ଖଜଣା ଦେଇ ସେଥିରେ ଯାହା ଫଳିବ ସବୁ ନେବ,
ଦରକାର ପଡିଲେ ସେ ଜମିକୁ ଆଉ କାହାକୁ ବିକି ଦେଇ ପାରିବ,
କନ୍ତୁ ଜଙ୍ଗଲ ଜମିଟାକୁ ଆଦିବାସୀର ମା ଜନମ କରି ନଥିଲା,
ତାକୁ ସରକାରଙ୍କ ମା ବେଇଥିଲା,
ତେଣୁ ଜଙ୍ଗଲ ଜମିର ମାଲିକ ଆଦିବାସୀ ନୁହେଁ, ସରକାର,
ଜଙ୍ଗଲ ଫସଲର ମାଲିକ ବି ସରକାର,
ସରକାରର ଇଚ୍ଛା ହେଲେ କେତେବେଳେ କେମିତି ମୁଠାଏ ମହୁଲ କି ଟୋଲ କି କେରାଏ ଶାଳ ପତର ଆଦିବାସୀକୁ ଦେବ,
କାରଣ ସରକାରର ଦେଡ ଲକ୍ଷ ଟଙ୍କିଆ ଫରେଷ୍ଟ ବାବୁମାନେ ଜଙ୍ଗଲ ଭିତରେ ପଶି ଏ ସବୁ ଜଙ୍ଗଲ ଫସଲ ତୋଳି ପାରିବେନି,
ଶଳାଂକର ବାଘକୁ ଭୟ, ମଶାଂକୁ ବି ଭୟ,
କିନ୍ତୁ ସଲେ ଜଙ୍ଗଲ ଜଗିବା ନାଁ ରେ ଦରମା ନେବେ ମାସକୁ ଲକ୍ଷେ ,
ସରକାର ଇଚ୍ଛା କଲେ ଜଙ୍ଗଲ ଜମି ବିକି ଦେଇ ପାରିବ, ଆଦାନୀ, ଆମ୍ୱାନୀ, ବିର୍ଲା, ଟାଟା , ବଇଁଶୀ ପଣ୍ଡାଙ୍କୁ,
ସେଟା ସରକାରର ବୋପା ଜମି ତ,
ଆଦିବସୀର ସର୍ବସ୍ୱ ଲୁଟି ନେଇ ତାକୁ ଦାନୀ ହେଇ ବିପିଏଲ୍ ଚାଉଳ ଦେବ,
ତା ପୁଅ ଚାକିରୀ ମାଗିଲେ ଦୁର୍ବୁଦ୍ଧିଜୀବି କହିବ ତୋର ମେରିଟ୍ ନାହିଁ ,
ଆଦିବାସୀର ଛାତି ଉପରେ ବସି ଜେସିବି ଲଗେଇ ତାରି ଜମିର ଛାତି ଚିରି ବକ୍ସାଇଟ ଲୁହା ପଥର ଟ୍ରକ ଲଗେଇ ବୋହି ଆଣିବ,
ଆଦିବାସୀ ଗାମୁଛା ଭିଡି ଚାହିଁଥିବ ସରକାର କେତେବେଳେ ଖଣ୍ଡେ ଇନ୍ଦିରା ଆବାସ ଦେଲେ ସେ ମୁଣ୍ଡ ଗୁଞ୍ଜିବ,
କିହୋ ବିଶ୍ୱଗୁରୁ ମୁହାଁ ଜ୍ଞାନୀ ପୁଙ୍ଗବ ,
ଏମିତି କରୁନ,
ସମତଳ ଜମିର ମାଲିକ ସମତଳବାସୀ,
ଜଙ୍ଗଲ ଜମିର ମାଲିକ ଜଙ୍ଗଲ ଅଧିବାସୀ ହେଉ,
ତମ ଜମିରେ ଚାକୁଣ୍ଡା ଗଛ ଉଠିଲେ ତମେ କାଠ ବେପାରୀକୁ ବିକୁଚ,
ତା ଜମିରେ ଲୁହା ପଥର ମିଳିଲେ ସିଏ ରୁଂଗଟା ଟାଟା ଇଂଦ୍ରାଣୀକୁ ବିକିବ,
ଏ କାମ କଲେ ତ ତମ ଛାତି ଫାଟିଯିବ,
ଖାଲି ଏ କଥାଟା ଥରେ ଭାବି ଦେଲ ଦେଖି ,
ଯଦି ତମ ମେରିଟ୍ ବ୍ରେନ୍ ଝାଳରେ ଗାଧେଇ ନ ପଡିବ ମତେ କହିବ,
ଖାଲି ଟିକେ ନିରୋଳାରେ ବସି ଭାବିବ, ଏ ସରଳ ଲୋକଗୁଡାଙ୍କୁ ପୁଲିସ ଆଇନ କାନୁନ ସମ୍ୱିଧାନ ଦେଖେଇ ମୋ ବୋପା ଅଜା ଚଉଦ ପୁରୁଷ ୟାଠୁ ଯେତିକି ଛଡେଇ ନେଇଛନ୍ତି,
ତାର ଅଣାଏ ଯଦି ୟାଙ୍କୁ ଫେରେଇ ଦିଆଯାଏ ତାହେଲେ ମୋ ମେରିଟ୍ ଛୁଆ ୟା ପିଲାର ଦ୍ୱାରପାଳ ହେଇଥିବ କି ଦିଶାରୀ ହେବାପାଇଁ ଦରଖାସ୍ତ ନେଖୁଥିବ,
ସେହିପରି ଜଙ୍ଗଲ ଘାସ କାହାକୁ ମନା ହେବ ତ ପ୍ରଥମେ ଗାଈକୁ ମନା ହେବ,
ସତେ ଯେମିତି କାରଖାନା ଗୋଖାଦ୍ୟ ଖାଇ ମଣିଷ ଛୁଆକୁ କ୍ଷୀର ପେଇବାକୁ ଭଗବାନ ଗାଈକୁ ସୃଷ୍ଟି କରିଥିଲା !!
ସିଏ ଜତୀୟ ପଶୁ ବି ହେଇ ପାରିବ ନି, କାରଣ ସିଏ ସରଳ, ପରୋପକାରୀ, ଜାତୀୟ ପଶୁ ହେବାର ଅଧିକାର କେବଳ ବାଘର, ତାର ମେରିଟ୍ ଅଧିକା ତ )
ଚାଲ ବିଶ୍ୱଗୁରୁ ହେବା
– ଲକ୍ଷ୍ମୀଧର ନାୟକ
( 22.10.2018 )
My Facebook Post: 22nd October 2018
କାହାକୁ କିପରି ଭାଷାରେ କହିବା ? କିଏ ଶୁଣିବାକୁ ବେଳ ଦେବ ? କି ଉପାୟ ଅଛି ? ନିଜେ ଯେତିକି ପାରିବା ଉତ୍କଳ ଜନନୀର ପରୋକ୍ଷ ଓ ପ୍ରତ୍ୟେକ୍ଷ ସେବା କରିଯିବା l ଯୋଉ ଯାଏ ଯିବ !!!
ଅବଶ୍ୟ ସମ ଭାବାପନ୍ନ ତିନିଜଣ ଏକାଠି ହେଲେ ଅସାଧ୍ୟ ସାଧନ ହୋଇପାରେ ବୋଲି ଆଚାର୍ଯ୍ୟ ଦେବଙ୍କ ପାଖରୁ ଶୁଣିଛି l