ବର୍ଣ୍ଣବାଦ ଓ ଜାତିବାଦ
ଉପରୋକ୍ତ ବିଚାର ଧାରାରେ କ୍ଷତ୍ରିୟ ବିଶ୍ବାମିତ୍ର ବ୍ରାହ୍ମଣ ହୋଇଥିଲେ । କ୍ଷତ୍ରିୟ ଋଷଭଙ୍କ ଶତ ପୁତ୍ର ମଧ୍ୟରୁ ୮୧ ଜଣ ବ୍ରାହ୍ମଣ ହୋଇଥିଲେ । ମୁଦ୍ଗଲ୍ ଓ କାନ୍ଵାୟନ ଗୋତ୍ରର ବ୍ରାହ୍ମଣମାନେ କ୍ଷତ୍ରିୟ ଔରଷରୁ ଜାତ।
ପରବର୍ତ୍ତୀ ସମୟରେ କୈବର୍ତ୍ତ କନ୍ଯା ଗର୍ଭରୁ ବ୍ୟାସଦେବ, ଚଣ୍ଡାଳର କନ୍ୟା ଗର୍ଭରୁ ପରାଶର, ଅନାର୍ଯ୍ଯ କନ୍ୟା ଗର୍ଭରୁ ଭରଦ୍ବାଜ ଜନ୍ମ ହୋଇଥିଲେ । ସେମାନେ ନିଜ ନିଜର ଜ୍ଞାନ ବଳରେ ସମ୍ମାନର ପାତ୍ର ଭାବରେ ଗଣ୍ୟ ହେଲେ ।
ସେହିପରି ଗାୟତ୍ରୀ ଏବଂ ସାବିତ୍ରୀ ଗୋପାଳ କନ୍ୟା ହେଲେ ହେଁ ବ୍ରାହ୍ମଣ ବର୍ଣ୍ଣରେ ବିବାହ କରି ବ୍ରାହ୍ମଣୀ ଭାବେ ଗଣ୍ୟା ହେଲେ ।
ଯଦୁ ଓ ପୁରୁ ବଂଶର ଉତ୍ପତ୍ତି
କୁହାଯାଏ ବୈବସୁତ ମନୁ ସର୍ବ ପ୍ରଥମେ ଭାରତ ଭୂମିର ଅଯୋଧ୍ୟାଠାରେ ନିଜର ବସତି ସ୍ଥାପନ କରିଥିଲେ । ମନୁଙ୍କର ପୁତ୍ର ଇକ୍ଷାକୁ, ଶର୍ଯ୍ଯାତ ପ୍ରମୁଖ ହେଉଛନ୍ତି ସୂର୍ଯ୍ୟ ବଂଶୀ କ୍ଷତ୍ରିୟ ରାଜା ମାନଙ୍କର ପୂର୍ବ ବଂଶଜ। ବହୁ ଖ୍ୟାତନାମା ରାଜା ମହାରାଜା ଏହି ସୂର୍ଯ୍ୟ ବଂଶକୁ ଅଳଂକୃତ କରିଥିଲେ ।
ମନୁଙ୍କ କନ୍ୟାର ନାମ ଥିଲା ଇଳା । ପରବର୍ତ୍ତୀ ସମୟରେ ଏହି ଇଳା, ଇରା ନାମରେ ପରିଚିତା । ଅତ୍ରି ମୁନୀଙ୍କର ପୁତ୍ର ସୋମ ବା ଚନ୍ଦ୍ର । ସୋମଙ୍କର ପୁତ୍ର ବୁଧ । ବୁଧଙ୍କ ଔରସରେ ଇଳାଙ୍କ ଗର୍ଭରୁ ପୁରୁରବା ଜନ୍ମ ନେଲେ । ଏହି ପୁରରବା ସମସ୍ତ ଚନ୍ଦ୍ର ବଂଶ ବା ସୋମ ବଂଶର ଆଦି ପୁରୁଷ । ପୁରରବା ରାଜା ଥିବାରୁ ଏବଂ କ୍ଷତ୍ରିୟୋଚିତ କାର୍ଯ୍ଯ କରୁଥିବାରୁ ଏହି ବଂଶଜ ମାନଙ୍କୁ ସୋମବଂଶୀ କ୍ଷତ୍ରୀୟ ବା ଚନ୍ଦ୍ରବଂଶୀ କ୍ଷତ୍ରୀୟ କୁହାଯାଏ ।
ପୁରୁରବାଙ୍କ ପୁତ୍ର ହେଉଛନ୍ତି ଆୟୁ । ଆୟୁଙ୍କ ପୁତ୍ର ନହୁଷ । ନହୁଷଙ୍କ ପୁତ୍ର ଯଯାତି ।
ଏହି ଯଯାତି ଶୁକ୍ରାଚାର୍ଯ୍ୟ ଯେ କି ବ୍ରାହ୍ମଣ ଥିଲେ, ତାଙ୍କର କନ୍ୟା ଦେବଯାନୀଙ୍କୁ ଏବଂ ରାକ୍ଷସ ରାଜା ବୃଷପର୍ବାଙ୍କ କନ୍ୟା ଶର୍ମିଷ୍ଠାଙ୍କୁ ବିବାହ କରିଥିଲେ ।
ଦେବଯାନୀଙ୍କ ପୁତ୍ର ଯଦୁ ଓ ତର୍ବସୁ ଏବଂ ଶର୍ମିଷ୍ଠାଙ୍କ ପୁତ୍ର ପୁରୁ, ଦ୍ରୁହ୍ଯ, ଅନୁ ଓ ସୁର ।
ଏହି ଯଯାତିଙ୍କ ପୁତ୍ର ଅର୍ଥାତ୍ ଦେବଯାନୀଙ୍କ ପୁତ୍ରମାନେ ଯଦୁବଂଶୀ ଏବଂ ଶର୍ମିଷ୍ଠାଙ୍କ ପୁତ୍ରମାନେ ପୁର ବା ପୌରବ ବଂଶୀ ଭାବରେ ବିବେଚିତ ହେଲେ ।
ପରବର୍ତ୍ତୀ ସମୟରେ ଉକ୍ତ ଦୁଇ ବଂଶ ଯାଦବ ବଂଶୀ ଓ ପୌରବ ବଂଶୀ ବୋଲାଇଥିଲେ । ସରଳ ଭାଷାରେ ଶ୍ରୀକୃଷ୍ଣ ଯାଦବ ବଂଶୀ ଓ କୌରବ ଏବଂ ପାଣ୍ଡବ ମାନେ ପୌରବ ବଂଶୀ ଅଟନ୍ତି ।
ଯଯାତି ଦେବଯାନୀଙ୍କ ଅଜ୍ଞାତରେ ଗୁପ୍ତ ଭାବରେ ଅସୁର ରାଜଜେମା ଶର୍ମିଷ୍ଠାଙ୍କୁ ବିବାହ କରି ସନ୍ତାନ ଜନ୍ମ ହେବାରୁ ଦେବଯାନୀଙ୍କ ପିତା ଶୁକ୍ରାଚାର୍ଯ୍ୟଙ୍କ ଅଭିଶାପ ଲାଭ କରି ନିଜର ଯୌବନ ହରାଇ ବୃଦ୍ଧତ୍ବ ପ୍ରାପ୍ତ ହେଲେ । କିନ୍ତୁ ପରେ ପ୍ରାର୍ଥନା କରି ଶୁକ୍ରାଚାର୍ଯ୍ୟଙ୍କୁ ସନ୍ତୁଷ୍ଟ କରିବାରୁ କୌଣସି ଯୁବକ ଠାରୁ ଯୌବନ ଧାର ସୂତ୍ରରେ ପାଇଲେ ସେ ପୂନଃଯୌବନ ଫେରି ପାଇବାର ବର ପାଇଲେ ।
ଯଯାତି ନିଜର ଜ୍ୟେଷ୍ଠ ପୁତ୍ର ଯଦୁଙ୍କୁ ତାଙ୍କର ଯୌବନ ଧାର ଦେବାକୁ କହିବାରୁ କାଳକାଳକୁ ଏହା ଏକ ଅନୁଚିତ ଉଦାହରଣ ଭାବରେ ଗଣ୍ଯ ହେବ ବୋଲି ଯଦୁ ଯୁକ୍ତି ବାଢିଲେ । କିନ୍ତୁ ପୁରୁ ତାଙ୍କର ଯୌବନକୁ ଧାର ଦେବାକୁ ରାଜି ହେବା ଫଳରେ ଯଯାତି ପ୍ରୀତ ହୋଇ ପୁରୁଙ୍କୁ ତାଙ୍କର ଉତ୍ତରାଧିକାରୀ ଭାବରେ ସ୍ୱୀକୃତି ଦେଲେ । ଫଳରେ ଯଦୁ ଜ୍ୟେଷ୍ଠ ପୁତ୍ର ଥିଲେ ହେଁ ସିଂହାସନ ଲାଭରୁ ବଞ୍ଚିତ ହେଲେ ।
ଆଦିମ କାଳରେ ଗୋଧନ ଥିଲା ସକଳ ଧନ ମଧ୍ୟରେ ସାର । ସେ ସମୟରେ କୃଷିର ବିକାଶ ଘଟି ନଥିଲା । ବ୍ରାହ୍ମଣ, କ୍ଷତ୍ରିୟ ଓ ବୈଶ୍ୟ ଶ୍ରେଣୀର ଗୋଧନ ଥିଲା ପ୍ରଧାନ ସମ୍ପତ୍ତି ଏବଂ ଏହା ସମାଜରେ ସମ୍ମାନର ପ୍ରତୀକ ଥିଲା । ଗୋ ଚାରଣ ପାଇଁ ନୂତନ ନୂତନ ଭୂମି ସଂଗ୍ରହ ବା ଅଧିକାର ପାଇଁ ରାଜ୍ୟ ବିସ୍ତାର ଏକାନ୍ତ ଅପରିହାର୍ଯ୍ୟ ହେଉଥିଲା । ପୁରାଣ ଅନୁଯାୟୀ ଯଦୁ ବଂଶୀ ମାନଙ୍କର ଲକ୍ଷ ଲକ୍ଷ ଗୋଧନ ଥିଲା । ଗୋ ରକ୍ଷା ଏବଂ ଗୋରୁ ମାନଙ୍କୁ ଅନ୍ୟ ଠାରୁ ରକ୍ଷା କରିବା ସେମାନଙ୍କର ପ୍ରଧାନ କର୍ତ୍ତବ୍ୟ ଭାବରେ ବିବେଚିତ ହେଉଥିଲା ।
ଋଷି ମାନେ ମଧ୍ୟ ସହସ୍ରାଧିକ ଗୋରୁ ରଖି ଘିଅ, ଦୁଧ, ଦହି ଇତ୍ୟାଦି ସଂଗ୍ରହ କରି ଯଜ୍ଞ ଆଦି ପୂଜା କର୍ମ ସମାପନ କରୁଥିଲେ । ଋଷି ମାନେ ଗୋଷ୍ଠପତି ଥିଲେ । ଅର୍ଥାତ୍ ଗୋରୁ ପଲର ମାଲିକ ଥିଲେ । ତେଣୁ ଗୋପ ଶବ୍ଦ ଅର୍ଥ ରକ୍ଷକ ଓ ପୃଥିବୀପତି ଅର୍ଥରେ ବ୍ୟବହାର ହେଲା । ଏହି ଗୋପ ବା ଗୋରକ୍ଷାକାରୀ ମାନେ ସମୟ କ୍ରମେ ଅତି ଶକ୍ତିଶାଳୀ ଜାତି ଭାବରେ ପରିଚିତ ହୋଇଛନ୍ତି । ତାହା କେବଳ ଯଦୁ ବଂଶ ଯୋଗୁ ଘଟିଛି । ସେମାନଙ୍କର ପ୍ରଧାନ ବୃତ୍ତି ଥିଲା ଗୋପାଳନ ଏବଂ କର୍ମ କ୍ଷତ୍ରିୟୋଚିତ । ତେଣୁ ସେମାନେ ବର୍ଣ୍ଣରେ ଉଭୟ କ୍ଷତ୍ରିୟ ଓ ବୈଶ୍ୟ ଶ୍ରେଣୀର ଅନ୍ତର୍ଭୁକ୍ତ ହେବାର ଅଧିକାରପ୍ରାପ୍ତ ହୋଇଥିଲେ ।
ଆଗରୁ କୁହା ଯାଇଛି ତ୍ରେତୟା ଯୁଗରେ ଏହି ବର୍ଣ୍ଣବାଦ ଉପରେ ନିୟମମାନ ଆରୋପିତ ହୋଇଥିଲା । ସେତେବେଳ ଯାଏ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ରମାନେ ପରସ୍ପରର ଜ୍ଞାତି ପରିଜନ ଭୂକ୍ତ ଥିଲେ। ବ୍ରାହ୍ମଣ ଗୁଣହୀନ ହେଲେ କ୍ଷତ୍ରିୟ ବୈଶ୍ୟ ବା ଶୁଦ୍ର ସମ୍ପ୍ରଦାୟରେ ଗୃହୀତ ହେଉଥିଲେ । କ୍ଷତ୍ରିୟ, ବୈଶ୍ୟ ଓ ଶୁଦ୍ରମାନେ ସେହିପରି ଗୁଣବାନ୍ ଅର୍ଥାତ୍ ବେଦଜ୍ଞ ଓ ଯଜ୍ଞପଟୁ ହେଲେ ବ୍ରାହ୍ମଣ ବର୍ଣ୍ଣର ଅନ୍ତର୍ଭୁକ୍ତ ହୋଇ ପାରୁଥିଲେ ।
ଉପରୋକ୍ତ ବିଚାର ଧାରାରେ କ୍ଷତ୍ରିୟ ବିଶ୍ବାମିତ୍ର ବ୍ରାହ୍ମଣ ହୋଇଥିଲେ । କ୍ଷତ୍ରିୟ ଋଷଭଙ୍କ ଶତ ପୁତ୍ର ମଧ୍ୟରୁ ୮୧ ଜଣ ବ୍ରାହ୍ମଣ ହୋଇଥିଲେ । ମୁଦ୍ଗଲ୍ ଓ କାନ୍ଵାୟନ ଗୋତ୍ରର ବ୍ରାହ୍ମଣମାନେ କ୍ଷତ୍ରିୟ ଔରଷରୁ ଜାତ।
ପରବର୍ତ୍ତୀ ସମୟରେ କୈବର୍ତ୍ତ କନ୍ଯା ଗର୍ଭରୁ ବ୍ୟାସଦେବ, ଚଣ୍ଡାଳର କନ୍ୟା ଗର୍ଭରୁ ପରାଶର, ଅନାର୍ଯ୍ଯ କନ୍ୟା ଗର୍ଭରୁ ଭରଦ୍ବାଜ ଜନ୍ମ ହୋଇଥିଲେ । ସେମାନେ ନିଜ ନିଜର ଜ୍ଞାନ ବଳରେ ସମ୍ମାନର ପାତ୍ର ଭାବରେ ଗଣ୍ୟ ହେଲେ ।
ସେହିପରି ଗାୟତ୍ରୀ ଏବଂ ସାବିତ୍ରୀ ଗୋପାଳ କନ୍ୟା ହେଲେ ହେଁ ବ୍ରାହ୍ମଣ ବର୍ଣ୍ଣରେ ବିବାହ କରି ବ୍ରାହ୍ମଣୀ ଭାବେ ଗଣ୍ୟା ହେଲେ ।
ଜାତିବାଦର ଦୃଢିକରଣ –
ସମୟର ସ୍ରୋତରେ ବ୍ରାହ୍ମଣ ମାନେ ଯଜ୍ଞ ଆଦି ଦେବ କର୍ମ କରୁଥିବାରୁ ଏବଂ କ୍ଷତ୍ରୀୟମାନେ ମାନେ ଶକ୍ତି ସାମର୍ଥ୍ୟ ଦ୍ବାରା ଶତ୍ରୁ ତଥା ସମ୍ପତ୍ତି ରକ୍ଷା କରୁଥିବାରୁ ସମାଜରେ ସମ୍ମାନ ତଥା ଐଶ୍ଵର୍ଯ୍ୟର ଅଧିକାରୀ ହେଲେ।
ଉପରୋକ୍ତ ଦୁଇ ବର୍ଣ୍ଣ ମଧ୍ଯରେ ଅନେକ ସମୟରେ ପ୍ରତିଷ୍ଠା ଅହଙ୍କାର ଜନିତ ବିରୋଧ ଓ ପ୍ରତିରୋଧ ସଂଘଟିତ ହେବାକୁ ଲାଗିଲା । ଅନେକ କ୍ଷେତ୍ରରେ ବ୍ରାହ୍ମଣ ବର୍ଣ୍ଣର ଲୋକେ କ୍ଷତ୍ରୀୟ ବର୍ଣ୍ଣର ଲୋକମାନଙ୍କ ଦ୍ବାରା ଲାଞ୍ଛିତ ଓ ନିର୍ଯ୍ୟାତିତ ହେଲେ । ତତ୍କାଳୀନ ସାମାଜିକ ଧର୍ମ ଓ କର୍ମ ଜନିତ ସଙ୍କଟ ମଧ୍ଯ ଉପୁଜିଲା ।
ସମୟକ୍ରମେ ଯମଦଗ୍ନୀଙ୍କ ପୁତ୍ର ପର୍ଶୁରାମଙ୍କର ଆବିର୍ଭାବ ଘଟିଲା ଏବଂ ସେ ୨୧ ଥର ପୃଥିବୀ ବକ୍ଷରୁ କ୍ଷତ୍ରୀୟ ନିଧନ କରି ରକ୍ତର ବନ୍ୟା ଛୁଟାଇଲେ । ଫଳରେ କ୍ଷତ୍ରିୟମାନଙ୍କର କ୍ଷମତା ସଙ୍କୁଚିତ ହେଲା । ବ୍ରାହ୍ମଣମାନଙ୍କର ପ୍ରାଧାନ୍ୟ ଓ କ୍ଷମତା ବଢି ଚାଲିଲା ।
ସମୟକ୍ରମେ ଦୁରାଚାରୀମାନେ ଗୁଣ ଅନୁସାରେ ବର୍ଣ୍ଣ ନିର୍ଣ୍ଣୟ ପ୍ରଥା ବିଲୁପ୍ତ କରାଇ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ର ଏହି ଚାରି ବର୍ଣ୍ଣକୁ ଚାରିଗୋଟି ଜାତିରେ ପରିଣତ କରାଇଦେଲେ । ଏହା ବ୍ରାହ୍ମଣ ବର୍ଣ୍ଣର ବା ଗୋଷ୍ଠୀର ସମ୍ମାନକୁ ସ୍ଥାୟୀ ବଂଶଗତ ମର୍ଯ୍ୟାଦା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଥିଲା ବୋଲି ମଧ୍ଯ କୁହାଯାଇପାରେ ।
ବଂଶାନୁକ୍ରମିକ ଜାତିବାଦ –
ବର୍ଣ୍ଣ ଓ ଜାତିକୁ ଏକାର୍ଥ ବୋଧକ ଶବ୍ଦରେ ପରିଣତ କରିବାର ପ୍ରୟାସ କ୍ରମାଗତ ଭାବରେ ଚାଲିଲା। ଫଳରେ ଗୁଣ ଅନୁସାରେ ଯେଉଁ କର୍ମକୁ ଯେ ପାଳନ କରୁଥିଲା ସେ ସେହି ଜାତିର ଅନ୍ତର୍ଭୁକ୍ତ ହୋଇଗଲା । ଜନ୍ମ ଆଧାରରେ ଜାତି ବିଭାଗର ସୃଷ୍ଟି ଘଟିଲା । ଗୁଣର ଆଦର ସମାଜରୁ ଉଠିଗଲା । ଉକ୍ତ ସ୍ଥାନରେ ଅହଙ୍କାର ଜନିତ ଆଭିଜାତ୍ଯ ଆତ୍ମପ୍ରକାଶ କଲା । ବର୍ଣ୍ଣ ସ୍ଥାନରେ ଜାତି ଶବ୍ଦ ପ୍ରୟୋଗ ବା ଅପବ୍ୟବହାରକୁ ସମାଜ ଉପରେ ଲଦି ଦିଆଗଲା ।
ଦଶରଥଙ୍କ ପୁତ୍ର ରାମଚନ୍ଦ୍ର ଜନ୍ମ ହୋଇ ପର୍ଶୁରାମଙ୍କ କ୍ଷତ୍ରିୟ ଦମନ କାର୍ଯ୍ଯକୁ ପ୍ରତିହତ କଲେ ଏବଂ ବ୍ରାହ୍ମଣ ଓ କ୍ଷତ୍ରିୟ ମାନଙ୍କୁ ସେମାନଙ୍କ ନିଜ ନିଜ କ୍ଷମତାର ବଳୟ ମଧ୍ୟରେ ସୀମିତ କରି ରଖିଲେ। ଏହି ନୀତିକୁ ସମ୍ମାନ ଦେବାକୁ ଯାଇ ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଶୁଦ୍ରକ ମୁନି ବ୍ରାହ୍ମଣତ୍ୱର ଅଧିକାରୀ ହେବାକୁ ପ୍ରୟାସ କରିବାରୁ ତାଙ୍କୁ ମୃତ୍ୟୁ ଦଣ୍ଡ ଦେଇଥିଲେ । ତ୍ରେତୟା ଯୁଗରେ ସୂର୍ଯ୍ୟ ବଂଶର କ୍ଷତ୍ରୀୟ ମାନଙ୍କର ପ୍ରାଧାନ୍ୟ ବହୁ ଗୁଣରେ ବଢ଼ି ଯାଇଥିଲା ଏବଂ ସେ ରାଜାମାନେ ବ୍ରାହ୍ମଣ ଧର୍ମର ପୃଷ୍ଠପୋଷକ ଓ ରକ୍ଷକ ଭାବରେ ପରିଚିତ ହେଲେ ।
ସେହିପରି ଚାପର ଯୁଗରେ ଅର୍ଥାତ୍ ମହାଭାରତ ଯୁଗରେ କୁରୁ ଏବଂ ପାଣ୍ଡବ ବଂଶର ରାଜ କୁମାରମାନଙ୍କର ଅସ୍ତ୍ର ଶସ୍ତ୍ର ଶିକ୍ଷାର ଗୁରୁଥିଲେ ଦ୍ରୋଣାଚାର୍ଯ୍ୟ । ସେ ବ୍ରାହ୍ମଣ ଜାତିର ଥିଲେ । ଶବର ବଂଶଜ ବା ଶୁଦ୍ର ଭାବେ ପରିଚିତ ଏକଲବ୍ୟ ନାମକ ଏକ ବାଳକ ଅସ୍ତ୍ର ଶସ୍ତ୍ର ଶିକ୍ଷା ପ୍ରତି ଆଗ୍ରହାନ୍ବିତ ହୋଇ ଦ୍ରୋଣାଚାର୍ଯ୍ୟଙ୍କୁ ଗୁରୁ ହେବାକୁ ଅନୁରୋଧ କରି ପ୍ରତ୍ୟାଖ୍ୟାତ ହେଲା । ଏଥିରେ ସେ ନିରୁତ୍ସାହିତ ନହୋଇ ଦ୍ରୋଣଙ୍କର ଏକ ପ୍ରତିମୂର୍ତ୍ତି ତିଆରି କରି ଗୁରୁ ଭାବରେ ଜ୍ଞାନ କରି ରାଜପୁତ୍ର ମାନଙ୍କୁ ଦ୍ରୋଣ ଶିକ୍ଷା ଦେଉଥିବା ସମସ୍ତ ଅସ୍ତ୍ର ଶସ୍ତ୍ରର ପ୍ରୟୋଗ କୌଶଳ ଦୂରନ୍ତୁ ଅନୁଧାନ କରି ସବୁଥରେ ପାରଦର୍ଶିତା ଲଭ କଲା ।
ଏହା ଜଣା ପଡ଼ିବାରୁ ଦ୍ରୋଣ ଗୁରୁ ଦକ୍ଷିଣା ସ୍ବରୂପ ଏକଲବ୍ୟର ଦକ୍ଷିଣ ହସ୍ତର ବୁଢା ଆଙ୍ଗୁଠିକୁ କାଟି ନେଲେ । କାରଣ ଜଣେ ଶୁଦ୍ର ବା ଆଦିବାସୀ ଯୁବକ ରାଜପୁତ୍ର ମାନଙ୍କଠାରୁ ଉତ୍କୃଷ୍ଟତର ଅସ୍ତ୍ର ଶସ୍ତ୍ର ଶିକ୍ଷା କରିବା ସେତେବେଳର କ୍ଷତ୍ରୀୟ ଓ ଗୁରୁ ଦ୍ରୋଣାଚାର୍ଯ୍ୟଙ୍କ ପାଇଁ ଅସହ୍ଯ ହେଲା ।
ଏହିପରି କାଳକ୍ରମେ ଭାରତବର୍ଷର ଗୁଣ ଆଧାରିତ ବର୍ଣ୍ଣ ବ୍ଯବସ୍ଥା ଜନ୍ମ ଆଧାରିତ ଜାତି ବ୍ଯବସ୍ଥାରେ ପରିଣତ ହୋଇ ଚାଲିଲା ।
ଲେଖକ – ବିଶ୍ବେଶ୍ବର ଭୂତିଆ,
ଗୁଡିଆନାଳୀ, ଢେଙ୍କାନାଳ – 759001
( ବିଶ୍ବେଶ୍ବର ଭୁତିଆଙ୍କ ରଚିତ ପୁସ୍ତକ “ଯଦୁପତି ଶ୍ରୀକୃଷ୍ଣ ନ୍ୟାସ – ଏକ ଦୃଷ୍ଟିପାତ” ପୁସ୍ତକରୁ ଆନୀତ )
ସୁନ୍ଦର ଭାବେ ଆମର ଜାତିର ଐତିହାସିକ ପୁରାଣ ବର୍ଣ୍ଣିତ କଥା ବସ୍ତୁକୁ ଉପସ୍ଥାପନ କରିଥୂବାରୁ ଆପଣଙ୍କୁ ଶତ ଧନ୍ୟବାଦ। ଏବଂ ପୂର୍ବତନ ଯାଦବ ସଭାପତି ସ୍ଵର୍ଗତ ବିଶ୍ଵେଶ୍ଵର ଭୁତିଆଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଅଛି। ଏହାକୁ ମଧ୍ୟ ଯାଦବ ବା ଗୋପାଳ ଗ୍ରୁପ ରେ ପୋଷ୍ଟ କରି ଅବଗତ କରାଇବି।