ଗରିବର ଚାରି ଧାମ

Share it

My Facebook Post: 8th August 2018
ଗରିବର ଚାରି ଧାମ

ସ୍କୁଲ୍, ଡାକ୍ତରଖାନା
ତହସିଲ୍, ଥାନା
ଏ ଚାରୋଟି ସେବା କେଂଦ୍ରରୁ ଉପଯୁକ୍ତ ସେବା ମିଳିଲେ ୯୦% ଲୋକଂକର ୯୦% ସମସ୍ଯା ସମାଧାନ ହୋଇଯିବ

ଆଉ କେତେ କୋଟି ଟଂକା ତୁମ ହାତରେ ଦେଲେ

୧. ତୁମେ ମୋ ପିଲାକୁ ଠିକ୍ ଠିକ୍ ଦି ଅକ୍ଷର ପଢେଇବ
୨. ଦେହ ପା ଖରାପ ହେଲେ ବଟିକା ଚାରିଟା ଯାଚି ଦେଇପାରିବ
୩. ସସମ୍ମାନେ ତୁମ ଆର୍ ଆଇ ସଠିକ ଫସଲ କ୍ଷତି ରିପୋର୍ଟ ଦେବ
୪. ଥାନାବାବୁ କୁଜି ନେତାକୁ ପଚାରି F.I.R ନଲେଖି ସତ ଲେଖି ପାରିବ

ମନେରଖ
ମୁଁ ଯଦି ଗରିବ ହୁଏ
୩୦୦ ଟଙ୍କା ବି ମଜୁରୀ ପାଏ
ମୋର ସବୁ ପଇସା ଖର୍ଚରେ ଯାଏ
ସରକାରୀ ହୁଣ୍ଡିକୁ ମୁଁ ପ୍ରତିଦିନ
ହାରାହାରି ୧୮% ହିସାବରେ

୫୪/- ଟଙ୍କା GST ଦିଏ

ମନେରଖ
ସେଥିରୁ
ତୁମ ଶିକ୍ଷକ ବେତନ ପାଏ
ତୁମ ଡାକ୍ତର ଦରମା ନିଏ
ତୁମ ଆର୍ ଆଇ ପେଟକୁ ଖାଏ
ତୁମ ପୁଲିସିର ତନଖା ହୁଏ
ତୁମ ହାକିମ ସାଲାରି ନିଏ

ଲକ୍ଷ୍ମୀଧର ନାୟକ

– ଲକ୍ଷ୍ମୀଧର ନାୟକ
08.08.2018


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights