ଗରିବଙ୍କୁ ମାଗଣା ଟଙ୍କିକିଆ ଚାଉଳଖିଆ ବୋଲି ତାତ୍ସଲ୍ୟ କରି ଗୋଟିଏ ଫେସବୁକ ପୋଷ୍ଟ କରିଥିବା ଜଣେ ରାଜନୀତି ବିଜ୍ଞାନ ପ୍ରଫେସରଙ୍କୁ ମୋର ଉତ୍ତର …

Share it

ହେ ପ୍ରଭୁ
ତମେ ବି ସେ ଟଙ୍କାକିଆ ଚାଉଳ ବସ୍ତାକୁ ଝୁଣ୍ଟୁଚ ।
ସେ ଚାଉଳ ବସ୍ତାକୁ ମୁଣ୍ଡେଇ ତୁମେ କାହିଁକି ଝାଳ ନାଳ ହେଉଛ

ମତେ ସମୟ ନାହିଁ ନେହେଲେ ବିସ୍ତାରକରି ଲେଖନ୍ତି

କେବଳ ଗୋଟିଏ କଥା ଭାବ
ସେ ଟଙ୍କାକିଆ ଚାଉଳଖିଆ ତାଙ୍କ ସାମର୍ଥ୍ୟ ଅନୁସାରେ ତୁମର କଣ କଣ କରିଛନ୍ତି, ଆଉ ତମେ ଲକ୍ଷେ ଟଙ୍କିଆ ବେତନ ଭୋଗୀମାନେ ତୁମ ସାମର୍ଥ୍ୟ ଅନୁସାରେ ତାଙ୍କର କଣ କଣ କରିଚ

ତାଙ୍କର ସାମର୍ଥ୍ୟ ଅନୁସାରେ
ସେ ତୁମର ଇଟା ବୋହିଚନ୍ତି
ସିମେଣ୍ଟ ଗୋଳେଇଛନ୍ତି
ଘର ଓଳେଇଛନ୍ତି
ଲାଟ୍ରିନ ସଫା କରିଚନ୍ତି
ଜମିରେ ରକ୍ତକୁ ପାଣି କରି
ଚାଉଳ ଫଳେଇଚନ୍ତି
ପରିବା ଫଳେଇଚନ୍ତି
ତୁମ ଦୁଆର ମୁହଁକୁ ମୁଣ୍ଡରେ ମୁଣ୍ଡେଇ ଆସି ବାବୁ ପରିବା ନିଅ କହିଲେ ପାଂଚ ଟଂକା ଜିନିଷକୁ ତିନି ଟଂକା ଦେଇ ତୁମେ ତାକୁ ତୁ ତା ବେ ବା କହି ନାଲି ଆଖି ଦେଖେଇଛ
….. …. ଇତ୍ୟାଦି ଇତ୍ୟାଦି

ତୁମର ସାମର୍ଥ୍ୟ ହେଲା ପାଠ ପଢେଇବା
ତୁମେ କେଉଁ ଦିନ କେଇଟା ଟଂକାକିଆ ଚାଉଳଖିଆଂକ ପିଲାଂକୁ ପାଠ ପଢେଇଚ

ତୁମେ କାହା ପାଖରେ ଲାଂଗୁଡ ହଲେଇଚ ତ
ଆଉ ଗୋଟାଏ ଦେଢ଼ ଲକ୍ଷ ଟଂକିଆ ଲୋକ ପାଖରେ ସେପରି କରିଚ,

ସେବା ନେଇ ଜୀବନ ବଂଚୁଛ ଟଂକିକିଆ ଚାଉଳଖିଆଂକ ପାଖରୁ, ସେବା କରୁଚ ତୁମ ପ୍ରଜାତିର ଆଉ ଗୋଟାଏ ଲକ୍ଷେ ଟଂକିଆ ଦରମାଖିଆର

ତୁମର ସଖାଳୁ ସଂଜଯାକ ସେ ଇଟା ବୋହିଲେ ତୁମେ ତାକୁ ଟଂକା ତିନିଶହ ଦେଇ ଠକ କରମ କୋଢି ଅଳସୁଆ କାମଚୋର କେତେ କଣ ଅସମ୍ମାନ କର

ତମେ ଦିନକୁ ତିନିଟା କ୍ଲାସ କରି ତିନି ହଜାର ଅଣ୍ଟାରେ ମାର

ସିଏ ଟଂକା ତିନିଶହ ନେଇ
ତା ଛୁଆକୁ ତୁମ ପାଖରେ ଦିନକୁ ତିନି ହଜାର ଦେଇ ପାଠ ପଢାଇବ କେମିତି ମୁଁ ତ ବୁଝପାରୁନାହିଁ,
ତମ ତଥାକଥିତ ବୁଦ୍ଧିଜୀବିମାନେ ଯଦି କଣ କେମିତି ବୁଝି ପାରୁଥିବ ଦୟାକରି କହିବ

ଟଂକା ତିନିଶହ ମଜୁରୀ ସାଂଗକୁ ମାସକୁ ପଚିଶ କିଲେ ଚାଉଳ ବା ଦିନକୁ କିଲେ ଚାଉଳ ଦେଇ ତମ ମେରିଟ୍ ବ୍ରେନ ମାନେ ତା ସମ୍ପର୍କରେ କି କି ମନ୍ତବ୍ୟ ନ ଦେଉଛ ହେ

ତୁମକୁ ସବୁ ଧର୍ମ କେମିତି ସହୁଚି କେଜାଣି,
ତା ସାମର୍ଥ୍ୟ ଅନୁସାରେ ସିଏ ଖଟୁଛି
ତୁମ ସାମର୍ଥ୍ୟ ଅନୁସାରେ ତୁମେ ଖଟୁଛ

ତୁମର ଯଦି ଦିନକୁ ମଜୁରୀ 3 ହଜାର ହେଉଛି ତାର 3 ଶହ କେମିତି ହେବ

ତାକୁ ବି ତୁମ ଭଳିଆ ଦିନକୁ ତିନି ହଜାର ଦିଅ
ଯଦି ସେ ଦିନକୁ ତୁମ ଭଳିଆ ତିନିଟା ମାଷ୍ଟରଂକୁ ତା ଛୁଆଙ୍କ ଲାଙ୍ଗୁଡରେ ଯୋଚି ହଳ ବୁଲେଇ ତିନି ପଟା ମଇ ନଦବ ତା ହେଲେ ମତେ କହିବ

ସମସ୍ୟା ଆଉ କୋଉଠି
ତାକୁ ଠାବ କରିବାର ଅକଲ ଖୋଜି ପାଉ ନଥିବା ବୁଦ୍ଧିଜୀବି ଗୋଛାକ ଯାକ ଦିନ ରାତି ଛଅ ଥର ଟଙ୍କାକିଆ ଚାଉଳକୁ ଝୁଣ୍ଟି ନଅ ଥର ନାକ ଛିଡୋଉଚି

ଧନ୍ୟରେ ବୁଦ୍ଧିଜୀବି

ତୁମେ ଜଣେ ଭଲ ମଣିଷ
କଥାଟାକୁ ଟିକେ ଭଲକରି ମଥାରେ ପୁରା

ତା ପରିବାର ତା ର ପିଲାର ମନ କଥା କଥା ଟିକେ ଭାବ,
ତୁମ ପିଲାପରି ସେ ପିଲାର ମନ ଆଉ ତା ବାପାର ସାମର୍ଥ୍ୟ,
ଏ ଦୁହେଁ ଯେଉଁ ବିନ୍ଦୁରେ ପରସ୍ପରକୁ ଛେଦ କରନ୍ତି,
ସେ ବିନ୍ଦୁର ନାଁ ଟା କୁହ ତ,

ତମେ କେଡେବଡ ଆଇ ଆଇ ଟିଆନ୍ ମୁଁ ଦେଖିବି,

ଯଦି ତୁମେ ନିଜକୁ ତାରି ଅବସ୍ଥାକୁ ନେଇ ଟିକିଏ ଭାବିବ,
ଯଦି ଆଜି ରାତିସାରା ନ କାନ୍ଦିବ ମତେ କାଲି କହିବ

Laxmidhar Nayak
My Facebook Post: 30th October 2019


Share it

Join the Conversation

1 Comment

  1. ଆମେ ଟଙ୍କିକିଆ ଚାଉଳ ଖାଇବା ବାଲାଙ୍କୁ ଲକ୍ଷ୍ଯ ଟଙ୍କିଆ କରି ନିଜ ଲକ୍ଷ୍ୟ ପାଇଛୁ l

Leave a comment

Your email address will not be published. Required fields are marked *

Verified by MonsterInsights