ଗୁରୁଙ୍କ ଗୁରୁଙ୍କୁ ଗୁରୁମନ୍ତ୍ର

Share it

ଗୁରୁଙ୍କୁ ଯାହା ଗୁରୁମନ୍ତ୍ର ଦେଲେ ଦିଅନ୍ତୁ ନବୀନ, ମନା ନାହିଁ ,

ହେଲେ ତା ସହିତ ନିମ୍ନ ଲିଖିତ ଯୋଡିଏ ନିଷ୍ପତ୍ତି ଘୋଷଣା କରନ୍ତେ କି ମୁଖ୍ୟମନ୍ତ୍ରୀ, ଖୁବ୍ ଭଲ ହୁଅନ୍ତା

1. ସ୍କୁଲ ଗୁଡିକୁ ରବିବାର ବଦଳରେ ବୁଧବାର ଛୁଟି କରାଯାଉ

ଫଳରେ ସରକାରୀ ବେସରକାରୀ ଚାକିରୀ କରୁଥିବା ଅଭିଭାବକମାନେ ସେମାନଙ୍କର ଛୁଟିଦିନ ଅର୍ଥାତ୍ ରବିବାର ଦିନ ସ୍କୁଲକୁ ଯାଇ ସ୍କୁଲର ପିଲାଙ୍କ ପାଠପଢା କଥା ବୁଝା ଶୁଝା କରି ପାରିବେ

ମୋ ସ୍କୁଲ ଯୋଜନାରେ ଭାଗ ନେଇ ସରକାରଙ୍କୁ ଲକ୍ଷ ଲକ୍ଷ ଟଙ୍କା ଅନୁଦାନ ଦେଉଥିବା ଲୋକମାନେ ସ୍କୁଲର ଭିତ୍ତିଭୁମି ବିକାଶ ଅନୁଧ୍ୟାନ କରି ଖୁସି ହେବେ

କିଛି ଜ୍ଞାନୀଗୁଣି ପଦସ୍ଥ ବ୍ଯକ୍ତି ଇଚ୍ଛା କଲେ ସେଦିନ ଗୋଟେ ଗୋଟେ କ୍ଲାସ ନେଇ ପିଲା ଓ ଶିକ୍ଷକଙ୍କୁ ପ୍ରେରଣା ଯୋଗାଇ ପାରିବେ

ଶିକ୍ଷକମାନେ ବୁଧବାର ଛୁଟି ପାଇଲେ ତହସିଲ୍, ବ୍ଲକ୍, କଲେକ୍ଟର ଅଫିସ, ବ୍ୟାଙ୍କ ଇତ୍ୟାଦି କୌଣସି ଅଫିସକୁ ଯାଇ ତାଙ୍କ ବ୍ୟକ୍ତିଗତ କାମ, ସମୁହ କାମ, ସ୍କୁଲ କାମ ବି କରି ପାରିବେ

ସମସ୍ତଙ୍କର ରବିବାର ଛୁଟି ହେବାରୁ ଅଭିଭାବକ ଚାକିରୀରୁ ଛୁଟିପାଇ ରବିବାର ସ୍କୁଲକୁ ଗଲେ ସ୍କୁଲରେ ତାଲା, ସେଠି କାଉ କୋଇଲି ବି ନଥାନ୍ତି,

ଠିକ୍ ସେମିତି ଶିକ୍ଷକଟିଏ ରବିବାର ତା ଜମି ପଟ୍ଟା, ତା ପିଲାଙ୍କ ପାଇଁ ଇନକମ୍ ସାର୍ଟିଫିକେଟ୍, ବ୍ୟାଙ୍କ କାମ ଇତ୍ୟାଦି ପାଇଁ କୌଣସି ଅଫିସକୁ ଗଲେ ଅଫିସ ତାଲା

ଏଇ ଗୋଟିଏ ଛୋଟିଆ ନିଷ୍ପତ୍ତି ଶିକ୍ଷାର ଗୁଣାତ୍ମକ ମାନ ଅଭିବୃଦ୍ଧିରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିପାରିବ ବୋଲି ମୋର ଦୃଢ ମତ

2.
ଆଜି ଦିନକୁ କେହି କେହି ସମଲପୁରୀ ବା ସମ୍ବଳପୁର ଦିବସ ହିସାବରେ ପାଳନ କରୁଛନ୍ତି । ଆଜି ଦିବସରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ପାଇଁ ଏପରିକି ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟ ସମ୍ୱଲପୁରୀ ଡ୍ରେସ୍ କୋଡ୍ ଘୋଷଣା କରନ୍ତୁ ସରକାର

ଫଳରେ ହୁଏତ ରାଜ୍ୟର କପା ରାଜ୍ୟ ବୁଣାକାରମାନଙ୍କ ହାତରେ ସୁନ୍ଦର ସମ୍ୱଲପୁରୀ ଶାଢୀ କପଡା ହୋଇ ରାଜ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀଙ୍କ ଶ୍ରୀ ବୃଦ୍ଧି କରିବା ସହ ରାଜ୍ୟର ସମ୍ୱଳ ରାଜ୍ୟ ଲୋକଙ୍କ ହାତରେ ରହି ରାଜ୍ୟକୁ ସମୃଦ୍ଧ ସମ୍ୱଳ ରାଜ୍ୟ ବା ସମ୍ୱଳପୁର କରି ଗଢି ତୋଳିବାରେ ବହୁମାତ୍ରାରେ ସହାୟକ ହୋଇପାରିବ,

ରାଜ୍ୟ ଯୁବକ ସୁରଟ ସୂତାକଳମୁହାଁ ନହୋଇ ହୁଏତ ସୁରଟ ସୂତାକଳମାନେ ରାଜ୍ୟମୁହାଁ ହେବାର ସମ୍ଭାବନା ଅଧିକ ହେବ

ଏଇ ଛୋଟିଆ ନିଷ୍ପତ୍ତି ଦୁଇଟି ଗ୍ରହଣ କରିବାରେ ନବୀନ ସରକାରଙ୍କର ଅସୁବିଧା କଣ ଯେ !


ଲକ୍ଷ୍ମୀଧର ନାୟକ
My Facebook Post: 1st August 2022


Share it

Join the Conversation

1 Comment

  1. ଖୁବ୍ ଗଭୀର ଭାବରେ ଅନୁଧ୍ୟାନ କରିବା ପରେ ହୁଏତ ଏହି ପରାମର୍ଶ ଆପଣ ଦେଇଛନ୍ତି।ଆପଣ ମୋହନ ସରକାର ଙ୍କ ନିକଟରେ ଏହି ଅମୂଲ୍ୟ ଓ ଅନନ୍ୟ ପରାମର୍ଶ ବିବରଣୀ ଦେବାକୁ ଅନୁରୋଧ କରୁଛି।ଏହା ହେଲେ ଅନେକ ମୌଳିକ ସମସ୍ୟାର ସମାଧାନ ହୋଇପାରିବ। ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ର ଅଭିବୃଦ୍ଧି ସହିତ ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀମାନେ ବହୁ ମାତ୍ରାରେ ଉପକୃତ ହେବେ। ପ୍ରଣାମ।

Leave a comment

Your email address will not be published. Required fields are marked *

Verified by MonsterInsights