ଗୋବିନ୍ଦ ବୋଇଲେ ଉଡୁକାନ୍ତମୁଖୀ

Share it

25th July 2024

ଗୋବିନ୍ଦ ବୋଇଲେ ଉଡୁକାନ୍ତମୁଖୀ
ଦୃଢ ଆବରଣେ ସାଇତି ରଖି
କରଜମାପେ ଗଉଣୀ ସମାନ
ଉଦଧି ଓଢଣୀ ଆଭାଯୁକ୍ତ ମାନ
ତ୍ରିବିଧ ଏମନ୍ତ
ଲାଙ୍ଗଳୀ ରସାଳ ଦ୍ରାକ୍ଷାସଞ୍ଜାତ

ଉଡୁଈଶା ବାମା ହର୍ଷେ ବୋଲଇ
ଆଦ୍ୟାନ୍ତେ ଊଣା ମଧ୍ୟେ ଚହଟଇ
କୁସୁମ୍ଭ ନୀଳୀ ମଞ୍ଜିଷ୍ଠା ତ୍ରିବିଧି
ଏମନ୍ତ ପୀରତି
କରଜସଞ୍ଚାରୀ ଏକା ଜାଣନ୍ତି

ବୀଜରୁ ବୃକ୍ଷ ଯେ ବୃକ୍ଷରୁ ବୀଜ
ଏହି ପ୍ରକାରେ ରତି ପ୍ରୀତି ହେଜ
ଏ ଦୁହେଁ କେବଳ ନିମିତ୍ତ ସାକ୍ଷୀ
ଫଳରେ ସ୍ୱାଦୁ ଯେଉଁପରି ଲକ୍ଷି
ଜାତ ଯେତେ ଭାବ
ସେହି ପ୍ରତ୍ୟୟାନନ୍ଦାନୁଭବ

ଶୁଣ ଗୋବିନ୍ଦ
ଆବରଣହୀନ ପରମାନନ୍ଦ
ଚୈତନ୍ୟେ ଅନ୍ତସ୍ଥା ବାହ୍ୟ କାହିଁ
ସପ୍ତଆବରଣ ଶୋଭା ଦିଶଇ
ଏତ ତ୍ରିକୁଟ କୂଟ
ଫେଡି ବିଭୁଷଣ ଅଭେଟ ଭେଟ

– ଲକ୍ଷ୍ମୀଧର ନାୟକ
My Facebook Post : 25th July 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights