ଗପର ନାଁ ୧୬ ସାଇକି

Share it

Mo Lekha
25th August 2019

ଗପର ନାଁ ୧୬ ସାଇକି

ମାଡାମ କେବେ କିଛି କହନ୍ତିନି, ଆଜି କହିଲେ ।

ଓହୋ ! ମଣିଷ ରକ୍ଷା ପାଇଗଲା ।
ଯଦି ଆଗରୁ ସେକଥା କହ ଥାଆନ୍ତେ ନା ବିଚରା ଗରୀବ ଓଡିଆ ତାର କିଛି ଉତ୍ତର ଦେଇ ପାରି ନଥାନ୍ତା ।

ଆଜି ମାଡାମଂକୁ ଗୋଟେ ମୋଦୀ ମାର୍କା ଉତ୍ତର ଝାଡି ଦେଲି, ମାଡାମ ହସି ହସି ହସି ହାଁ କରି ଅନେଇଛନ୍ତି, ମୁଁ ମୋ ରୁମ୍ କୁ ପଳେଇ ଆସି ଫେସ୍ ବୁକ୍ ରେ ଲେଖୁଛି,
କାଳେ ମୋ ଭଳିଆ ଆଉ କାହାକୁ ଏ ଅସ୍ତ୍ର ଦରକାର ଥିବ, ଆତ୍ମରକ୍ଷା ପାଇଁ ।

କଥାଟା ସେମିତି କିଛି ନୁହେଁ ମ,
ମାଡାମ୍ ଆଜି ରବିବାରଟାରେ କହୁ କହୁ କହି ପକେଇଲେ,
୨୦୦୩ ୨୦୦୪ ସମୟରେ ସୁନା ଭରି ୩୨ ଶହ ଥିଲା, ଏବେ ୩୨ ହଜାର, ଆଜି କଣ ୩୯ ହଜାର ହେଲାଣି । ବାହାଘର ସାହାଘର କରିବା ତ ମୁସ୍କିଲ ହେଇଯିବ ।
ମୁଁ ଦେଖିଲି କଥାଟା ମୋ ଆଡକୁ ମୁହାଁଇ ପାରେ, ଅବଶ୍ଯ ସେମିତି ହୁଏନି,

ତଥାପି କଥାଟାକୁ ମୁଁ ଜଣିଶୁଣି ମୋ ଆଡକୁ ମୁହାଁଇ ଦେଲି,
ଯେହେତୁ ମୋ ପାଖରେ ଗୋଟାଏ ମୋଦୀଜୀ ମାର୍କା ଉତ୍ତର ଥିଲା ।

ହାଲି ହାଲି ମୁଁ ଶୁଣିଥିଲି ଗୋଟାଏ ସୁନା ଉଲ୍କା ଠାବ ହୋଇଛି ।
ସେଇଟା ଗୋଟାଏ ସୁନା ମୁଣ୍ଡା ।

ବେଶି ଛୋଟ ନୁହେଁ ମ, ତାର ଲମ୍ୱ ପ୍ରାୟ ୯୪୦ କିଲୋମିଟର ହେବ। ମାନେ ସେତିକି ବଡ ଗୋଟାଏ ସୁନା ମୁଣ୍ଡା । ତା ନାଁ ହେଉଛି ୧୬ ସାଇକି । 16 psyche .

କେହି କେହି କହୁଛନ୍ତି ସେଇଟା କେତେବେଳେ ପୃଥୀବି ଉପରେ ଖସି ପଡିବ, କେହି କେହି କହୁଛନ୍ତି ନାଇଁ ସହଜରେ ଖସିବ ନାହିଁ,
ସେଇଟା ସିଆଡେ ମଂଗଳ ଆଡେ ବୁଲୁଚି, ସେଠିକି ରକେଟ୍ ରେ ଯାଇ ସହଜରେ ଖୋଳି ଆଣି ହେବ ।

ସେ ଯାହା ହେଉ,
ଖସିପଡୁ କି ଖୋଳି ଆଣନ୍ତୁ,
ପୃଥିବୀ ସାରା ଲୋକ ବାଣ୍ଟି କୁଣ୍ଟି ନେଲେ ବି
ମୁଣ୍ଡ ପିଛା ଯେତିକି ଭାଗ ପଡିବ ତାର ମୂଲ୍ଯ ହେଉଛି ୧୦୦ ବଲିୟନ ଡଲାର ।

ଆମ ସାଆରେ ଡଲାର ତୁଳନାରେ ଟଂକାକୁ ଯେଉଁ ସ୍ତରରେ ରଖିଛନ୍ତି,
ଏ ଶହେ ବିଲିୟନ୍ ଡଲାରକୁ ଟଂକାରେ ହିସାବ କଲେ
ମୁଣ୍ଡ ପିଛା ୭୦୦ କୋଟି ପଡିବ କି କଣ !

ମାଡାମ ହସି ହସି ଥକିଲେ,
କହିଲେ କିହୋ ଏଇନେ ତୁମକୁ କଣ କିଏ ସୁନା ଦୋକାନକୁ ସୁନା କିଣିବାକୁ ପଠୋଉଛି ନା କଣ ?

ମୁଁ ବି ସେତିକି ବେଳୁ ବିନ୍ ଦାସ୍ ହେଇ ଗାରା ଗାରି କରୁଚି,

ଭାବୁଚି
ଶାଲା ୧୬ ସାଇକି ଖସୁ କି ଲୋକେ ଖୋଳିକି ଆଣନ୍ତୁ,
ଭାଗ ତ ପଡିବ ୭୦୦ କୋଟି,

ହୋଉ ସୁନା ଭରି ୩୮ ହଜାର,
ନହେଲେ ବଢିଲେ ଆଉ ପାଂଚ ଦଶ ହଜାର ବଢୁ,
ଶାଲା ଚିନ୍ତା କ’ଣ !

ତା ପରେ ସାଆରେ ଅଛନ୍ତି ମାନେ ବାଟ ମାରଣା ହେବାର ତ ପ୍ରଶ୍ନ ଉଠୁନି,
ତାଂକ ପାଖରେ ତ ସମସ୍ତଂକ ବ୍ଯାଂକ ଆକାଉଣ୍ଟ ନମ୍ୱର ଅଛି,

ଯାହାର ନଥିଲା ତାର ଖୋଲେଇଛନ୍ତି,
ଡାଇରେକ୍ଟ ଟଂକା ଟ୍ରାନସଫର୍ ହେବ, କାହାକୁ ନମ୍ୱର ମାଗିବାକୁ ବି ପଡିବନି ।

ଏ କଥା ଶୁଣି କମୁନିଷ୍ଟିଆ କଂଗ୍ରେସିଆ ଷଣ୍ଢ ପୁରାଇବନି କହି ଦେଉଛି,

କମେଣ୍ଟରେ ଚାଷୀ ଆକାଉଣ୍ଟ ନମ୍ୱର କଥା ଉଠେଇବନି,

କାରଣ ସେଇଟା ଚାଷୀର ଆକାଉଣ୍ଟ ନମ୍ୱର, କେଂଦ୍ର ପାଖରେ ଥିଲେ ବି ରାଜ୍ଯକୁ ମାଗିବାକୁ ହୁଏ ।

ସୁନା କଥା ଟା ଅଲଗା ।
ସମସ୍ତେ ପାଇବେ,
ଜଣକା ୭୦୦ କୋଟି ।

୨୦୨୨ ବେଳକୁ ଟଂକାଟା ପ୍ରଥମେ ଟ୍ରମ୍ପଂକ ଗାଁ ଆଡୁ ବଣ୍ଟା ଆରମ୍ଭ ହେବ, ଟ୍ରମ୍ପଂକ ତଳକୁ ଦି ନମ୍ୱରରେ ତ ଆମେ, ୨୦୨୨ ବେଳକୁ ଆମର ଏଠି ଘୋଷଣା ଆରମ୍ଭ ହେଇଯିବ ୨୦୨୫ ସୁଦ୍ଧା ମିଳିଯିବାର ଆଶା ।

Laxmidhar Nayak
My Facebook Post: 25th August 2019


Share it

Leave a comment

Your email address will not be published. Required fields are marked *

Verified by MonsterInsights