ଥରେ ଗୋଟିଏ ଭୋକିଲା ସିଂହ ଵିଲୁଆକୁ କହିଲା: ମୋ ପାଇଁ କିଛି ଖାଇଵାକୁ ଆଣେ, ନଚେତ୍ ମୁଁ ତୋତେ ଖାଇବି।
ଵିଲୁଆଟି ଗୋଟିଏ ଗଧ ପାଖକୁ ଯାଇ କହିଲା: ସିଂହ ତୋତେ ରାଜା କରିବାକୁ ଚାହୁଁଛି, ମୋ ସହିତ ଆ ତା ପାଖକୁ ଯିବା ।
ଗଧକୁ ଦେଖି ସିଂହ ତା ଉପରେ ଆକ୍ରମଣ କରି କାନ ଛିଣ୍ଡାଇ ଖାଇଦେଲା, କିନ୍ତୁ ଗଧଟି ଖସି ପଳାଇଲା।
ଗଧଟି ଵିଲୁଆକୁ କହିଲା: ‘ତୁମେ ହିଁ ଏହାର କାରଣ…!
ଵିଲୁଆ କହିଲା: ତୋର କାନ କଟି ଯାଇଛି ଯାହା ଦ୍ୱାରା ତୁ ତୋ ମୁଣ୍ଡରେ ମୁକୁଟ ପିନ୍ଧି ପାରିବୁ।
ଗଧ ଅବୁଝା ହୋଇ ପୁଣି ସିଂହ ପାଖକୁ ଫେରିଗଲା।
ସିଂହ ପୁଣି ଗଧ ଉପରେ ଆକ୍ରମଣ କଲା ଏବଂ ଏଥର ତାର ଲାଞ୍ଜ କାଟି ଖାଇଦେଲା !
ଗଧଟି ପୁଣି ଖସି ପଳାଇ ଆସି ଵିଲୁଆକୁ କହିଲା ‘ତୁମେ ମୋତେ ମିଛ କହିଛ …!”
ଵିଲୁଆ ଗଧକୁ କହିଲା: ତୋର ଲାଞ୍ଜଟି କଟିଗଲା ଯାହା ଦ୍ୱାରା ତୁ ସିଂହାସନରେ ଆରାମରେ ଵସିପାରିଵୁ ।
ଵିଲୁଆଟି ଗଧକୁ ସିଂହ ପାଖକୁ ଫେରିଯିବାକୁ ବିଶ୍ୱାସ ଜନ୍ମାଇଲା।
ଏଥର ସିଂହ ଗଧଟିକୁ ମାରିଦେଲା …..!
ସିଂହ ଵିଲୁଆକୁ କହିଲା: ‘ତୁମେ ଭଲ କରିଛ । ଏବେ ଗଧର ଚମଡା ଉତ୍ତାରି ଆଣ ।
ଵିଲୁଆଟି ଗଧର ଚର୍ମ ଉତ୍ତାରି ତାର ମସ୍ତିଷ୍କ ଖାଇଲା । କିନ୍ତୁ ଗଧର ଫୁସଫୁସ, ଯକୃତ ଏବଂ ହୃତପିଣ୍ଡ ସିଂହକୁ ଦେଲା |
ସିଂହ କ୍ରୋଧିତ ହୋଇ ପଚାରିଲା: ‘ଏହାର ମସ୍ତିଷ୍କ କାହିଁ ?’
ଶୃଗାଳ ଉତ୍ତର ଦେଲା: ‘ଗଧର ତ ମସ୍ତିଷ୍କ ନଥିଲା । ଯଦି ଗଧର ମସ୍ତିସ୍କ ଥାଆନ୍ତା,ତା’ର କାନ ଏବଂ ଲାଞ୍ଜକୁ କାମୁଡ଼ିବା ପରେ ମଧ୍ୟ ସେ ତୁମ ପାଖକୁ ଫେରି ନ ଥାନ୍ତା ।
ଏହା ପଞ୍ଚତନ୍ତ୍ରର ଏକ କାହାଣୀ ଯାହା ହଜାର ଵର୍ଷ ପୂର୍ଵେ ଲେଖାଯାଇଛି । ଏହା ଲେଖାଯାଇଥିଲା କେଵଳ ଭାରତର ଗଧମାନଙ୍କୁ ସତର୍କ କରିଵା ପାଇଁ, ଯେଉଁମାନେ ତୃତୀୟ ଥର ବି ଭୁଲ କରିଵାକୁ ଯାଆନ୍ତି ।
ପ୍ରକୃତରେ ଗଧ ପରି ନିର୍ବୁଦ୍ଧିଆ ଲୋକମାନେ ଲୋଭର ବଶବର୍ତ୍ତୀ ହୋଇ ନିଜର ଅସ୍ତିତ୍ବ ହରାଇ ଥାଆନ୍ତି। ସେଥିପାଇଁ ଲୋଭ ମୋହ ମାୟା ଜାଲରୁ ଦୂରରେ ରହି ଶାନ୍ତିରେ ବଞ୍ଚିବା ଉଚିତ।