ଗୋଟେ DMF ଆବାସ ଯୋଜନା କର …

Share it

ଇନ୍ଦିରା ଆବାସ କି ପ୍ରଧାନମନ୍ତ୍ରୀ ଆବାସ ବି 2BHK ହେବା ଆବଶ୍ୟକ । 2BHKରୁ ଛୋଟ ଘର ଗରିବକୁ ଉପହାସ
****** ******

ଗାଁରେ ତ ମୋବାଇଲ ନେଟୱାର୍କ ଠିକ୍ ରେ ଆସୁନି, ଗଛ ମୁଳେ ଠିଆ ଠିଆ ଦିପଦ ଲେଖୁଛି, ଏ ଫଟୋ ସମ୍ବନ୍ଧରେ ।

ଏ ଡିଷ୍ଟ୍ରିକ୍ଟ ମିନେରାଲ ଫଣ୍ଡ୍ ଦାୟିତ୍ୱରେ ଥିବା ବାବୁ ମାନଙ୍କୁ ପଚାରୁଛି – ବାବୁ ହେ ଉର୍ବର ମେଧା ଆଇ.ଏ.ଏସ୍., ତହୁଁ ଉନ୍ନତ ମେଧା ପାଣ୍ଡିଆନ ସାର୍, ଚିଫ୍ ସେକ୍ରେଟାରୀ ସାର୍, ମୋଦୀ ଜୀ ଏଣ୍ଡ ନବୀନ ଜୀ, ତମେ ସବୁ ତ ଗରିବର ଭଗବାନ,

ମୋତେ କେବଳ କୁହ କେନ୍ଦୁଝର ଜିଲ୍ଲା ଖଣି ଜଙ୍ଗଲର ମୁଳ ମାଲିକ କେନ୍ଦୁଝର ଆଦିବାସୀ, କେନ୍ଦୁଝର ଅଧିବାସୀ କାହିଁକି ତା ଛୁଆ ପିଲା ସଂସାର ନେଇ ଫୁଙ୍ଗୁଳା ପାହାଡ ଉପରେ ଟଙ୍କାର ଖାଦାନ ଭିତରେ ଝୁମ୍ପୁଡି କୁଡିଆ କରି ଶୋଇବ, ତମେ ତା ଡିଏମଏଫ୍ ଟଙ୍କାକୁ ନେଇ ପିସି ଖାଇବା ପାଇଁ ସିସି ଟିଭି କମ୍ପାନୀକୁ ଗଣି ଦେବ ?

    ତା ପାଇଁ ଘର ଟେ ପ୍ରଥମ ଆବଶ୍ୟକତା ନା ସିସି ଟିଭି ? ଇନ୍ଦିରା ଆବାସ, ପ୍ରଧାନମନ୍ତ୍ରୀ ଆବାସ, ବିଜୁ ଆବାସ ପରିକା ଗୋଟେ ଡିଏମଏଫ୍ ଆବାସ ଯୋଜନା କର ।

    ଖଣି ଜିଲ୍ଲାର ସବୁ ଅଧିବାସୀଙ୍କର ପକ୍କାଘର ହୋଇଗଲା ପରେ ବରଂ ତା ଘର ଜଗିବା ପାଇଁ ହୁଏତ ସିସି ଟିଭି ଦରକାର ହେଇପାରେ, ସେତେବେଳେ ବରଂ ତମେ ସିସିଟିଭି କିଣି ପିସି ଖାଇଲେ ଖାଇବ, ଟିକେ ତ ଅପେକ୍ଷା କର, ଆଗ ମାଲିକର ଘର ତିଆରି କାମଟା ସାର ହେ ଖାଉ ମହାବାହୁ ଗଣ ।

ଏ 8 କୋଟି ଟଙ୍କାରେ କେତେଟା 2 BHK ଘର ସେ ଜିଲ୍ଲାର ମୁଳ ଅଧିବାସୀଙ୍କପାଇଁ ହେଇ ପାରି ଥାଆନ୍ତା କଣ ସେତିକି ମିଶାଣ ଫେଡାଣ ହରଣ ଗୁଣନ ବି ତୁମକୁ ଆସୁନି କି ହେ ମହା ମେଧା ଦଳ ?

ହେ ପ୍ରଜ୍ଞାବାନ ତଥା କଥିତ ଆଗଧାଡିର ମଣିଷଗଣ !
ମୁଁ ଆପଣମାନଙ୍କୁ ବିନମ୍ର ଅନୁରୋଧ କରୁଛି, ସବୁଯାକ ଡିଏମଏଫ୍ ଫଣ୍ଡ୍ କୁ ପ୍ରଥମେ ସେ ଜିଲ୍ଲାର ଅଧିବାସୀ ମାନଙ୍କ ଘର ସମସ୍ଯା ସମାଧାନ କରିବାରେ ବିନିଯୋଗ କରନ୍ତୁ, ଘର ସମସ୍ୟା ଟି ସମ୍ପୁର୍ଣ୍ଣ ସମାଧାନ ହୋଇଯିବା ପରେ ଅନ୍ୟ କଥା ସିସିଟିଭି କଥା ଚିନ୍ତା କରିବା ।

ଲୋକଟିର ପରିବାରଟିକୁ ଧଡାମୁକୁଳା ଝୁମ୍ପୁଡିରେ ଶୁଆଇ ଦେଇ ତା ଘରକୁ ସିସି ଟିଭି ଲଗେଇ ଜଗିବା – କି ମେରିଟ୍ ବୁଦ୍ଧିରେ ବାବା !

ଭାରତ ସାରାର ଆଇଏଏସ୍ ମାନଙ୍କର ବୁଦ୍ଧି କଣ ଏଇ ଏକା ସ୍ତରର ନା କ’ଣ ? ତମେ ଯୋଉ ସବୁ କଣ କଣ କଠିନ ପରୀକ୍ଷା ଦେଇ ଆଇଏସ୍ ହୁଅ ବୋଲି ବାହା ବାଃ କୁହାଯାଏ, ସେଥିରେ ତାହେଲେ କଣ ଏଇ ଦୁର୍ବୁଦ୍ଧି ସବୁ ମପା ଯାଇ ଫାଷ୍ଟ ସେକେଣ୍ଡ ଥାର୍ଡ ବଛା ଯାଏ ନା କଣ ?

ଯଦି କଥା ଟି ସେପରି, ତାହେଲେ ଗରିବର ପ୍ରଥମ ଆବଶ୍ୟକତା ହେଲା – “ଆମକୁ ଆଇ.ଏ.ଏସ୍. ଦରକାର ନାହିଁ” । ଦ୍ୱିତୀୟରେ ଆଉ ସବୁ ।

***** ******** *******

ଲକ୍ଷ୍ମୀଧର ନାୟକ

Mo Lekha : Facebook post- 12.04.2023


Share it

Leave a comment

Your email address will not be published. Required fields are marked *

Verified by MonsterInsights