ଗଞ୍ଜେଇ ବେପାର କରନ୍ତୁ ସରକାର, ଗଞ୍ଜେଇ ଚାଷ କରନ୍ତୁ ଚାଷୀ

Share it

ଗଞ୍ଜେଇ ବେପାର କରନ୍ତୁ ସରକାର
ଗଞ୍ଜେଇ ଚାଷ କରନ୍ତୁ ଚାଷୀ

ଏପରି ହେଲେ କେହି ଦାଦନ ଯିବେନି
ଏକରକୁ ଚାରି ଲକ୍ଷ ଆୟ ହେବ ହେ

ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଉ ନେଉ ଅଟକି ଗଲେ କାହିଁକି?

ବାବୁ ଏତେ ଡରିଲେ ତୁମେ ସରକାର ହେବ କାହିଁକି ଯେ !

ମୁଁ କହୁଛି ସରକାର ଗଞ୍ଜେଇ ଚାଷ ପାଇଁ ଅନୁମତି ଦିଅନ୍ତୁ, କିଛି ଅସୁବିଧା ହେବନି, ମୁଁ ଅଛି ନା , ଡରୁଚ କାହିଁକି ?

ପନ୍ଦର ଷୋହଳ ବର୍ଷ ତଳେ ଥରେ ନୁଆପଡା ଅଭୟାରଣ୍ୟର ଗଞ୍ଜେଇ ଚାଷ ସମ୍ପର୍କରେ ଜାଣି ସେତେବେଳେ ମଧ୍ୟ କହିଥିଲି ଆଜି ବି କହୁଛି ।

ଏଥିରେ ସବୁ ଦିଗରୁ ସବୁ ପ୍ରକାର ଲାଭ ,

ଓଷଦ ହବ, କାଗଜ ହବ, ସାର୍ଟପେଣ୍ଟ କପଡା ହବ, ହେଲଥ୍ ଡ୍ରିଂକ ହବ, ଭଲ ବିଡି ବି ହବ ମ ।

ବରଂ ସେ ଫରେନ୍ ଲିକର ବନ୍ଦ କରିଦିଅ
ସେଇଟା ଚତୁର୍ଦିଗରୁ କ୍ଷତି କାରକ ।

ଗଞ୍ଜେଇ ଓ ମହୁଲ ଉପରେ ଅବକାରୀ କଟକଣା ଏକ ନ୍ୟସ୍ତ ସ୍ୱାର୍ଥ ଗୋଷ୍ଠିର ଚଞ୍ଚକତା, ବ୍ରିଟିଶ ଚଞ୍ଚକତା କହିଲେ ହେବ ।

ଲେଖିଲେ ସମାଜ ଫର୍ଦରେ 24 ଫର୍ଦ ହେବ,
ଏଠି ଲେଖି ହେବନି, ମୋବାଇଲଟାରେ କେତେ ଲେଖିବ ।

ସ୍ୱାଧୀନରେ ସବୁ ଖୋଲି ଖାଲି କି ଲେଖିଦେଇ ହୁଅନ୍ତା ଯେ, ନା ଶାଲା କାଗଜ ଛାପିବାକୁ ପାଖରେ ପଇସା ଅଛି ନା ଏ କରୋନା ବାଟ ଛାଡୁଚି ।

ଯେଉଁ ଚାଷୀ, ଯେଉଁ କୁଚିଆ ବେପାରୀ ନିଶ ଫୁଲେଇ ବର୍ଷକୁ 3 ଲକ୍ଷ ସସମ୍ମାନେ ରୋଜଗାର କରନ୍ତା ସିଏ ଆଜି ତୁମ ପୁଲିସିଠୁ ରାସ୍ତାରେ ମାଡ ଖାଉଛି ।

ଚୋରାରେ ଚାଷ କରେଇ ନେତା କୋଟି କୋଟି ନେଇ ମାଲେମାଲ୍, ଚାଷୀର ରୋଜଗାର ଶୂନ, ମୁଲିଆ ଏକରକୁ ମୂଲ ପାଇବ 1500

ସରକାର ଗଞ୍ଜେଇ ଚାଷକୁ ଅନୁମତି ଦେଲେ ମାଓବାଦୀ ସମସ୍ୟା ବି ରହିବନି ।

ଗରୀବ ଦରଦୀ ମାଓବାଦୀଟିଏ କଣ ଚାହେଁ
ଗରୀବ ଦି ପଇସା ରୋଜଗାର କରି ଭଲରେ ଚଳୁ

ତା ଗରିବ ଯଦି ଏକରକୁ ଦି ଲକ୍ଷ ବି ପାଇ ଖୁସିରେ ରହିଲା ତାହେଲେ ତାର ଆଉ ବନ୍ଧୁକ ଧରିବା ଦରକାର କଣ, ସିଏ ତ ନିଜେ ଲଙ୍ଗଳ ଧରିବ ।

କରୋନା ଭୟ ଛାଡିଗଲା ପରେ ଏମାନେ ସମସ୍ତେ ପୁଣି କାହିଁକି ଦାଦନ ଯିବେ, ସେଥିରୁ କିଛି ତ ରହି ଯାଆନ୍ତୁ, ଦେଖିବ ସେ ଶିଳ୍ପପତି ଯଦି ତା ଶିଳ୍ପକୁ ଧରିକି ଆମ ଓଡିଶାକୁ ନ ଦଉଡିବ ମତେ କହିବ ।

ଶିଳ୍ପ କଲେ ପାୱାର ଆଉ ମ୍ୟାନ ପାୱାର ଦି ଟା ତ ମୁଖ୍ୟ ନା ?

ଆପେ ଆସିବେ ଓଡିଶାକୁ ଶିଳ୍ପ ବସେଇବାକୁ, ଯିବେ କୁଆଡେ !

ଜୟ ବମ୍ ବମ୍ ଭୋଲେ

ଲକ୍ଷ୍ମୀଧର ନାୟକ
My Facebook Post : 28th July 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights