ଅଭ୍ୟାସ ଟେ ଜିନ୍ ରେ ପରିଣତ ହେବାକୁ କେଇ ପୁରୁଷ ଲାଗେ ଶାସ୍ତ୍ରବିତ୍ ମାନେ ଜାଣିଥିବେ, ଆମେ କିନ୍ତୁ ଭଲ ଭାବରେ ଜାଣୁ ଜିନ୍ ମଙ୍ଗଳ ଗ୍ରହରୁ ଖସି କାହା ଦେହରେ ପଶି ଯାଏନି, ତାହା ଭଲ ପାଇବା ଜିନ୍ ହେଉକି ଘୃଣା କରିବା ଜିନ୍ ହେଉ, ତାହା ଗୋଟେ ନିରନ୍ତର ଅଭ୍ୟାସ ବା ତପସ୍ୟାର ଏକ ସିଦ୍ଧ ସ୍ୱଭାବ ମାତ୍ର ।
ମୁଁ କାହାକୁ ଜଣକୁ ଅମୃତଭଣ୍ଡା ଚାରା ଗଛଟିଏ ଦେଇଦେଲେ ସିଏ ବହୁତ ଖୁସି ହେଉଛନ୍ତି, ମୋତେ ବି ବହୁତ ଖୁସି ଲାଗୁଛି ।
କିନ୍ତୁ ସିଏ ଯୋଉ ଦି ଚାରି ପଦ ପ୍ରଶଂସା ବାକ୍ୟ କହୁଛନ୍ତି ମତେ କାହିଁକି କେଜାଣି ଭାରି ଅଡୁଆ ଅଡୁଆ ଲାଗୁଛି, ସତରେ ଭଲ ଲାଗୁନି।
ତାଙ୍କ କଥୋପକଥନର ସାରାଂଶ ହେଲା – ମୁଁ ସେମାନଙ୍କୁ ଗଛଟିଏ ଦାନ କରୁଛି । ତେଣୁ ପ୍ରଶଂସା ।
ଅବଶ୍ୟ ଶାସ୍ତ୍ର କୁହନ୍ତି ହସ୍ତସ୍ୟ ଭୁଷଣଂ ଦାନମ୍ ……, କଣ୍ଠର ଭୁଷଣ ସତ କହିବା, କାନର ଭୁଷଣ ସତ କଥାକୁ ଶୁଣିବା ….
କିନ୍ତୁ ଏଠାରେ ସତ କଥା ତ ହେଲା ମୁଁ ସେମାନଙ୍କୁ କିଛି ଦାନ ଦେଉନି, ମୁଁ ସେମାନଙ୍କୁ କେବଳ ଦାୟିତ୍ୱଟିଏ ଦେଉଛି । ସେମାନଙ୍କର ଦାୟିତ୍ୱ ହେଲା – ଗଛଟିକୁ ପାଳିବେ, ଯତ୍ନ ନେବେ, ଫଳେଇବେ ।
ମୋର ଉଦ୍ଦେଶ୍ୟ ହେଲା – ଫଳ ଖାଇବେ, ବଳିବ, ବାଣ୍ଟିବାକୁ ବାଧ୍ୟ ହେବେ । ଆମ ଆନ୍ଧ୍ର ପଶ୍ଚିମ ବଙ୍ଗ ମହାରାଷ୍ଟ୍ର ଭାଇମାନଙ୍କୁ ସବୁ ବେଳେ ସବୁ କଥାରେ ହଇରାଣ କରିବେ କାହିଁକି ?
ଏଇଟା ହେଲା ଅସଲ ସତ କଥା । ମୋ ବୋକା ବନ୍ଧୁମାନେ ଏ ସତ କଥାଟି ଜାଣି ନାହାନ୍ତି, ହା ହା ହା ହା । ଫଳ ଖାଇବା ସହଜ, ଫଳ ଫଳେଇବା ବଡ କଷ୍ଟରେ ବାବା । ଗଛଟିଏ ନେଉନ ଯେ ନାମ ଟିଏ ନେଉଛ, ଗଛଟିକୁ ନେଇକି ଫଳିବା ଯାଏ ପାଳ, ଆପେ ବୁଝି ଯିବ ଯେ ! ମୋର ଇଚ୍ଛା ସବୁ ଦିନ କେହି ଜଣେ ଅଧେ ଆସି ଗଛଟିଏ ନିଅନ୍ତେ କି ! ଆସୁ ନାହାନ୍ତି ମ ।
ବେଶି ପୂର୍ବ କଥା ମନେ ନାହିଁ, ମୋର ଯେତିକି ମନେ ପଡୁଛି କହୁଛି।
ଫେବୃଆରୀ 24 ତାରିଖରେ ଯାଜପୁର ବନ୍ଧୁ ନେଇଥିଲେ – 4 ଟି, ମାର୍ଚ୍ଚ 06 ତାରିଖରେ ନିଆଳି ବନ୍ଧୁ ନେଇଥିଲେ – 2 ଟି, ଭୁବନେଶ୍ୱର ବନ୍ଧୁ ନେଇଥିଲେ – 2 ଟି, ମାର୍ଚ୍ଚ 07 ତାରିଖରେ ଜଗତସିଂହପୁର ବନ୍ଧୁ ନେଇଥିଲେ – 2 ଟି, ମାର୍ଚ୍ଚ 10 ତାରିଖରେ ନିଳାଚଳ ବନ୍ଧୁ ନେଇଥିଲେ – 1 ଟି, ଲିଙ୍ଗିପୁର ବନ୍ଧୁ ନେଇଥିଲେ – 1 ଟି ।
ଶୀଘ୍ର ଶୀଘ୍ର ନେଇଗଲେ ସିନା ମୁଁ ନୁଆ ଚାରା କରନ୍ତି, ମୋର କଣ ଏଠି ବାଟିକିଆ ଜମି ଅଛି କି ଏକାଥରେ 5 ହଦାର 10 ହଜାର ଚାରା କରି ଦେବି । ଭଡା ଘର ବାଲକୋନି, ସେତେକ ଜାଗାକୁ ବ୍ୟବହାର କରି ଯେତିକି ହେଉଛି, ତାକୁ ଆଡକୁ ଆଡ ସବୁଦିନ କିଛି କିଛି ନେଇ ଗଲେ ସିନା ମୁଁ ତା ପରକୁ ତା ପର କିଛି କିଛି ଚାରା କରି ଦିଅନ୍ତି । ଏ ଦୂର ନୁଆ ଗାଁ କୁ ତ କେହି ସେମିତି ବିଶେଷ ଆସୁ ନାହାନ୍ତି, ମୁଁ ଏବେ କଣ କରିବି ଯେ । କିଏ ଆସି ନେଲେ ସିନା ମୁଁ ଦାନୀ ହେବି – ବୁଝୁଛନ୍ତି ତ ଏ ଧାଡିକ କଥା ପଛର ତପସ୍ୟା କଥା !
କହୁଛି ,
ଆପଣଙ୍କର ଭଲପାଇବା ଜିନ୍ ଟେ ଥିଲେ ସିନା ଆପଣ କାହାକୁ ଭଲ ପାଇବେ, ଭଲ ପାଇ ଶିଖିଥିଲେ ସିନା କିଏ ଆପଣଙ୍କ ଦୁଆରକୁ ଆସିବ, ଭିତରେ ଘୃଣା ଓ ହୀନମନ୍ୟତାର ଭଣ୍ଡାର ସାଇତିକି ନାକରେ ନୋଥ କାନରେ କୁଣ୍ଡଳ ଗଳାରେ ଗଜମୋତି ଝୁଲେଇ ଯେତେ ଝଣ ଝଣ ହଲେଇଲେ ସେଗୁଡା କୋଉ ଶୋଭାକୁ !!!
ଅଭ୍ୟାସ ଟେ ଜିନ୍ ରେ ପରିଣତ ହେବାକୁ କେଇ ପୁରୁଷ ଲାଗେ ଶାସ୍ତ୍ରବିତ୍ ମାନେ ଜାଣିଥିବେ, ଆମେ କିନ୍ତୁ ଭଲ ଭାବରେ ଜାଣୁ ଜିନ୍ ମଙ୍ଗଳ ଗ୍ରହରୁ ଖସି କାହା ଦେହରେ ପଶି ଯାଏନି, ତାହା ଭଲ ପାଇବା ଜିନ୍ ହେଉକି ଘୃଣା କରିବା ଜିନ୍ ହେଉ, ତାହା ଗୋଟେ ନିରନ୍ତର ଅଭ୍ୟାସ ବା ତପସ୍ୟାର ଏକ ସିଦ୍ଧ ସ୍ୱଭାବ ମାତ୍ର ।
– ଲକ୍ଷ୍ମୀଧର ନାୟକ
Mo Lekha : Facebook post- 11.03.2022