କାହାକୁ ବୁଝେଇବି, ବୁଝିବ କିଏ ?

Share it

କୁହାଯାଉଛି 2 ଲକ୍ଷ 26 ହଜାର ପଦବୀ ପୁରଣ ନହୋଇ ଖାଲି ପଡିଛି, ମୋର ମତ ପ୍ରତି ବର୍ଷ ଏଥିରୁ 50 ହଜାର ଲେଖାଏ ପଦବୀ ପୁରଣ କରି ଚାଲନ୍ତୁ ସରକାର ,

ଏହା ଏକ ଲଗାତର ନିୟମିତ ପ୍ରକିୟା ହିସାବରେ ଚାଲୁ , ଯଦି ବଜେଟ୍ କମ୍ ଅଛି ଦରମାକୁ 30 ହଜାର ଓ ବର୍ଷକୁ ଫ୍ଲାଟ୍ 5% ଇନକ୍ରିଜ୍ ନୋ ପେନସନ୍ , ଏମିତି ଗୋଟେ ନିଷ୍ପତ୍ତି କରି ପ୍ରତି ବର୍ଷ 50/ 60 ହଜାର ପୋଷ୍ଟ ପୁରଣ କରି କରି ଚାଲନ୍ତୁ ସରକାର ।

30 ହଜାର ଦରମା ମାନେ ସବୁ ଖର୍ଚ୍ଚ ହେଇଯିବାକୁ ବାଧ୍ୟ, ସବୁ ଖର୍ଚ୍ଚ ହେଇଯିବା ଅର୍ଥ ସେ 30 ହଜାର 6 ହାତ ଆଗକୁ ବଢିଲେ 18 % GST × 6 = 108 % GST . ମାନେ ପୁରା 30 ହଜାର ଜିଏସଟି।

ସେଥିରୁ ଅବଶ୍ୟ କେନ୍ଦ୍ର 15 ହଜାର ନେଇଯିବ , ହାତ ଟେକା କରି କିଛି ଦେବ, ତମେ ଲଢେଇ କରି ଟିକେ ବେଶୀ ଆଣିବାକୁ ଚେଷ୍ଟା କରିବ ନହେଲେ।

ଯଦି ପ୍ରତି ବର୍ଷ 50 ହଜାର ଚାକିରୀ ଦେଉଛ ମାନେ 50 ହଜାର ପରିବାର ଡାଇରେକ୍ଟ ଓ 50 ହଜାର × 6 = 3 ଲକ୍ଷ ପରିବାର ଇଣ୍ଡାଇରେକ୍ଟ ରୋଜଗାର ପାଇ ଅଭାବମୁକ୍ତ ହେଇ ଚାଲିବେ ।

ସରକାରୀ ଚାକିରିଆଙ୍କୁ ମାସକୁ 30 ହଜାର ଦରମା ସମାଜବାଦୀ ଭଲ ଅର୍ଥନୀତି। ବହୁ ଜନଙ୍କ ହାତରେ ସମ୍ପନ୍ନତା।

ବହୁ ବିପିଏଲ୍ ପରିବାର ଏପିଏଲ୍ ହେବେ, ସରକାରଙ୍କ ତିଜୋରୀ ବି ଖାଲି ପଡିବନି, ବହୁ ଲେକଙ୍କ ଦୁଆର ଦେଇ ଅର୍ଥନୀତି ଗଙ୍ଗା ବହି ଚାଲିବ, ଗୋଟେ ଖୁସିବାସିଆ ସମାଜ ବୋଲି ବୁଝ ।

ହଁ ଦରମା ମାସକୁ ଯଦି 2 ଲକ୍ଷ ହେଲା ସେଇଟା ଭଲ ଅର୍ଥନୀତି ନୁହେଁ , ଗୋଟେ ପୁଞ୍ଜିବାଦୀ ଅସମ ହା ହୁତାସ ଅର୍ଥନୀତି।

କାହାକୁ ବୁଝେଇବି, ବୁଝିବ କିଏ ?

Laxmidhar Nayak
My Facebook Post: 16th October 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights