କୃଷି ବିଭାଗ ଆଳୁ ବିହନ ପାଇଁ ଅର୍ଡର କଲେ କି ?

Share it

ନଚିକେତା ଉବାଚ
2nd August 2024

କୃଷି ବିଭାଗ ଆଳୁ ବିହନ ପାଇଁ ଅର୍ଡର କଲେ କି ?
ଚାଷୀଙ୍କ ପାଖରେ ଅକ୍ଟୋବର 1 ତାରିଖ ସୁଦ୍ଧା ଆଳୁ ବିହନ ପହଞ୍ଚିବା ଦରକାର ।

ସରକାର କେତେ ବିହନ ଅର୍ଡର କରିଛନ୍ତି ?
ଏ ବର୍ଷ କେତେ ଜମିରେ ଆଳୁ ଚାଷ କରିବାକୁ ଲକ୍ଷ୍ଯ ରଖିଛନ୍ତି ?

ମୋର ଆମ ଗାଁ ପାଇଁ ଦଶ ଟନ୍ ଆଳୁ ବିହନ ଦରକାର , ଅଧିକା ଦେଲେ ବି ଆମ ଗାଁ ପାଖ ସାତ ଆଠଟା ପଞ୍ଚାୟତର ଚାଷୀଙ୍କୁ କହିଲେ ବି ଲଗେଇ ଦେବେ ।

1. ସରକାର ଆଳୁ ବିହନ କିଲୋ ଦଶ ଟଙ୍କାରେ ଯୋଗାଇ ଦିଅନ୍ତୁ ଚାଷୀଙ୍କୁ ।

2. ଅକ୍ଟୋବର ଏକ ତାରିଖ ସୁଦ୍ଧା ବିହନ ଯୋଗାଇ ଦିଅନ୍ତୁ ।

3. ବେଶୀ ନୁହେଁ ଏକର ପିଛା 15,000 ଟଙ୍କା ମାନେ ଗୁଣ୍ଠକୁ ମାତ୍ର 600 ଟଙ୍କା ଅର୍ଥ ରାଶି ଇନପୁଟ୍ ସବସିଡି ବାବଦକୁ ସରକାର ଦିଅନ୍ତୁ । ଯଦିଓ ଟଙ୍କା 600 ଚାଷୀର ଗୋଟିଏ ଦିନର ମଜୁରୀ ସହ ସମାନ, ତଥାପି ଏତେକି ସାହାଯ୍ଯ ବି ବହୁତ ।

4. ବ୍ଯବସାୟୀ ଗୋଷ୍ଠୀଙ୍କୁ କୁହନ୍ତୁ ଯାହା ଆଳୁ ଦରକାର କେବଳ ଓଡିଶା ଚାଷୀଙ୍କ ଠାରୁ କିଣିବେ ।

5. ବିରୋଧୀ ଦଳ ବାଲା ବିଶେଷକରି କଂଗ୍ରେସ ବିଧାୟକମାନେ ଏବେ ଠାରୁ ଏକଥା ପଚାରିବା ଆରମ୍ଭ କରିଦିଅନ୍ତୁ ମୋହନଙ୍କ କନକ ଉପ-ସରକାରଙ୍କୁ । ଚୋର ପଳେଇଲା ପରେ ପାଟି କରି ଲାଭ କଣ ? ବିଜେଡି ବାଲା ତ ଆଳୁ ପ୍ରଶ୍ନ ପଚାରିଲେ ସେହି ପ୍ରଶ୍ନକୁ ବିଜେପି ବାଲା ତାଙ୍କ ମୁହଁକୁ ଫୋପାଡିବା ଆରମ୍ଭ କରିଦେବେ, ତମ ଆଳୁ ମିଶନ କୁଆଡେ ଗଲା ପଚାରିବେ । ତେଣୁ ଏ ପ୍ରଶ୍ନ କଂଗ୍ରେସ ବାଲା ପଚାରନ୍ତୁ, ବିଜେଡିର ଗଣଶ ବେହେରା ପଚାରିଲେ ବି ଚଳିବ, କାରଣ ସିଏ ବି ପଚାରିବା ଘରର ପୁଅଟା।

କେବଳ ଏତିକି କରନ୍ତୁ ସରକାର, ଓଡିଶା ଚାଷୀ ଏତେ ଆଳୁ ଫଳେଇବେ ଯେ , ଓଡିଶା ଖାଉଟି ବର୍ଷ ସାରା କିଲ ପନ୍ଦ୍ର ଟଙ୍କାରେ ଆଳୁ ଖାଇ ଖାଇ ତାଙ୍କର ଅର୍ଚ୍ଚୁ ହେଇଯିବ ଆଉ ପଶ୍ଚିମ ବଙ୍ଗ ଆଳୁ ବେପାରୀଙ୍କ G ଫାଟି ଚେନା ଚେନା ହେଇଯିବ। ( G = Groupisim )

ଲକ୍ଷ୍ମୀଧର ନାୟକ
My Facebook Post: 2nd August 2024


Share it

Join the Conversation

2 Comments

  1. ଯଥାର୍ଥ ପ୍ରସ୍ତାବ ଦେଇଛନ୍ତି। ସରକାର ଏବେଠାରୁ ବିହିତ ପଦକ୍ଷେପ ଗ୍ରହଣ କରିବା ଆବଶ୍ୟକ।

Leave a comment

Your email address will not be published. Required fields are marked *

Verified by MonsterInsights