କୃଷ୍ଣ କଥା – ୧
ଶ୍ରୀକୃଷ୍ଣ ଗୋପ ଛାଡିଲା ବେଳକୁ ତାଙ୍କୁ ୧୧ ବର୍ଷ ପୁରି ବାର ବର୍ଷ ଚାଲୁଥିଲା । ସେ ଗୋପ ଛାଡିଲା ପରେ ଆଉ ଗୋପକୁ ଫେରି ନାହାନ୍ତି । ରାଧାରାଣୀ ତାଙ୍କ ଠାରୁ ୧ ବର୍ଷ ୧୫ ଦିନ ସାନ । ଏତେ ଟିକି ଟିକି ପିଲାଙ୍କ ଲୀଳା ଖେଳାକୁ କେହି ଯଦି ପରକୀୟା ପ୍ରୀତି କହିବ, ତାର ଉତ୍ତର କଣ ହେବ ?
ମୁଁ ଶୁଣିଲି କେହି ଜଣେ ମୁରାରୀ ପାପୁ ତାଙ୍କ ପ୍ରବଚନ ସଭାରେ କୃଷ୍ଣଙ୍କ ନାମରେ ଅତି କଦର୍ଯ୍ୟ ଭାବେ କୁତ୍ସା ରଟନା କରୁଛନ୍ତି ।
ସେ ମୁରାରୀ ପାପୁଟି ମୁରାରୀ ନା ମୁରାସୁର ମୁଁ ଜାଣିନି ।
କୃଷ୍ଣଙ୍କୁ କେହି ଗାଳି ଦେଲେ ମୋର ବହୁତ ମନ ଦୁଃଖ ହୁଏ, ମୋ ରାଗ ଚିଡେ ।
କି ହୋ ବାବୁ ! ଆମ କୃଷ୍ଣଙ୍କ ବିଷୟରେ ତମେ କଣ ଜାଣିଚ ବା ତମ ଜୀବଦ୍ଦଶାରେ କଣ ଜାଣି ପାରିବ ଯେ ତା ସମ୍ପର୍କରେ ପ୍ରବଚନ ଦୋଉଚ, କିଛି ନଜାଣି ତା ନାଁରେ କୁତ୍ସା ରଟନା କରୁଚ ?
କି ହୋ ଯଦି କିଛି ନଜାଣିଚ ତା ସମ୍ପର୍କରେ ଜାଣିବା ଶୁଣିବା ଲୋକଙ୍କୁ ଟିକେ ପଚାରି ବୁଝୁନ ?
କାହାକୁ ନ ପାଇଲେ ଆମକୁ ପଚାରୁନ, ଆମେ ଯାହା ଯେତିକି ଜାଣିଚୁ କହିଦେବୁ, ତାପରେ ପ୍ରବଚନ ଦେବ ।
ତମେ ତା ସମ୍ପର୍କରେ କଣ ବେଶି ଜାଣିଚ ? ତୁଚ୍ଛା ଫାଲତୁ ଲୋକଟା, କିଛି ନଜାଣି ବହୁତ ଗପୁଚି ।
ଶ୍ରୀକୃଷ୍ଣ ଗୋପ ଛାଡିଲା ବେଳକୁ ତାଙ୍କୁ ୧୧ ବର୍ଷ ପୁରି ବାର ବର୍ଷ ଚାଲୁଥିଲା । ସେ ଗୋପ ଛାଡିଲା ପରେ ଆଉ ଗୋପକୁ ଫେରି ନାହାନ୍ତି ।
ରାଧାରାଣୀ ତାଙ୍କ ଠାରୁ ୧ ବର୍ଷ ୧୫ ଦିନ ସାନ ।
ଏତେ ଟିକି ଟିକି ପିଲାଙ୍କ ଲୀଳା ଖେଳାକୁ କେହି ଯଦି ପରକୀୟା ପ୍ରୀତି କହିବ, ତାର ଉତ୍ତର କଣ ହେବ ?
“ଗୋପେ ଯଶୋଦା କୋଳରେ କୃଷ୍ଣ ଯେ ବଢିଲେ
ବରଷ ପନ୍ଦର ଦିନେ ରାଧା ଜନ୍ମ ହେଲେ ।।
ବୃଷଭାନୁ ପତ୍ନୀ ସେ ଯେ କୀର୍ତ୍ତୀଦା ସୁନ୍ଦରୀ
ତାଙ୍କ ଗର୍ଭୁ ଜନ୍ମ ହେଲେ ରାଧା ବିମ୍ୱାଧରୀ ।। “
– ମହାପୁରୁଷ ଅଚ୍ୟୁତାନନ୍ଦ
ହଁ, ଆଗରୁ ବାଲ୍ଯ ବିବାହ ପ୍ରଥା ଥିଲା । ୭ ବର୍ଷର ଝିଅଙ୍କୁ ବୟସ୍କ ଯୁବକଙ୍କ ସହ ବିବାହ କରାଇ ଦିଆଯାଉଥିଲା ।
ବର ତିରିଶା, କନିଆ ଦଶା, ଅର୍ଥାତ୍ ବର କନ୍ୟାଙ୍କ ବୟସରେ ୨୦ ବର୍ଷ ତାରତମ୍ଯକୁ ଉପଯୁକ୍ତ ମାନାଯାଉଥିଲା ।
ମନେକରାଯାଉ ୭ ବର୍ଷର ରାଧାରାଣୀଙ୍କୁ ୨୭ ବର୍ଷ ବୟସ୍କ ଯୁବକ ଚନ୍ଦ୍ର ସେଣଙ୍କ ସହ ବିବାହ କରାଇ ଦିଆ ଯାଇଥିବ ।
ଚନ୍ଦ୍ର ସେଣ ଶ୍ରୀକୃଷ୍ଣଙ୍କ ସମ୍ପର୍କୀୟ ମାମୁଁ । ତେଣୁ ରାଧାରାଣୀ, ହିସାବରେ ଶ୍ରୀକୃଷ୍ଣଙ୍କ ମାଇଁ ହେଲେ ।
କିନ୍ତୁ ରାଧାରାଣୀଙ୍କ ବୟସ ସାତ । ଛୋଟ ପିଲା । ଲଳିତା, ବିଶାଖା, ଦାମ, ସୁଦାମ, କୃଷ୍ଣ, ବଳରାମ ଇତ୍ଯାଦି ଗୋପ ବାଳକ ବାଳିକାମାନେ ପାଖାପାଖି ସମ ବୟସ୍କ ।
ପୁନେଇଁ ରାତି, ଗାଁ ଦାଣ୍ଡ ଲୁଚକାଳି ଖେଳ, ବୋଉ ବୋଉକା ଖେଳ, ଝରଣା ନଈ ଗାଧୁଆ, ଗାଁ ପାଖ ଜଙ୍ଗଲରେ ବାପା ମା ଙ୍କ ଆକଟକୁ ଫାଙ୍କି ଦିନ ଦିନ ବୁଲିବା, ବଇଁଚ କୋଳି, ବେତ କୋଳି, ଭିଁ ବରକୋଳି, ଜାମୁ କୋଳି ଖାଇବା, ମହୁ ଫେଣା ଭାଙ୍ଗି ମହୁ ଖାଇବା, ନଈ ପହଁରିବା, କାତ ମାରି ନାବ ଖେଳିବା, ଏ ସବୁ ତ ଆମ ପିଲା ବେଳେ ଆମେ କରିଛୁ, କେତେ ମାଡ ଗାଳି ଖାଇଛୁ, ବାପା ମା’ଙ୍କ ଠାରୁ, ଗୁରୁଜନଙ୍କ ଠାରୁ । ସେମାନେ ସେପରି ନ କରନ୍ତେ କାହିଁକି !
ଏବେ ଭାବନ୍ତୁ, ସାତ ବର୍ଷର ରାଧାରାଣୀଙ୍କୁ ଆକଟ କରାଯାଉଥିବ –
ତୁ ବୋହୁ ହୋଇ ସାରିଲୁଣି, ବାହାରକୁ ଯାଇପାରିବୁନି ଖେଳିବାକୁ, ଘରର ମର୍ଯ୍ଯାଦା ହାନୀ ହେବ, ଘର କଣରେ ବସ୍ ।
ସାତ ବର୍ଷର ଝିଅ, କ’ଣ ବୁଝୁଥିବ ବାହାଘର, ଘର ସଂସାର ! ଲୁଚି ପଳାଇ ଆସୁଥିବ ସାଙ୍ଗ ସାଥିଙ୍କ ସହ ଖେଳିବାକୁ ।
କଥା ମାତ୍ର ଏତିକି ।
ତାକୁ ନେଇ କେତେ ରକମ କବିତା, କେତେ ରକମ ଗପ, କେତେ ରକମ ଚିତ୍ର, କେତେ ରକମ ଅଶାଳୀନ ପ୍ରବଚନ ।
କାହାକୁ କ’ଣ କହିବା ! ଯିଏ ଯାହା ବୁଝିଲା ।
ଉଚ୍ଚତର ଆଧ୍ଯାତ୍ମିକ ଜଗତ କଥା ତ ଅତ୍ଯନ୍ତ ପୁଣ୍ଯବାନ, ଅତ୍ଯନ୍ତ ଆନନ୍ଦଦାୟୀ କଥା । ତାହା ଏଠାରେ ବର୍ଣ୍ଣନା କରିବା ହାଟର ମଧ୍ଯେ ବ୍ରହ୍ମଜ୍ଞାନ ପରିକା କଥା ହେବ ।
ଯଃ ଅପି ରାଧା ସଃ ଅପି କୃଷ୍ଣ
ରମେ ରମେଶୋ ବ୍ରଜସୁନ୍ଦରୀଭିଃ
ଯଥା ଅଭ୍ରକେ ସ୍ୱ ପ୍ରତିବିମ୍ୱ ବିଭ୍ରମମ୍ ।
ହେ ମୁରା ପାପୁ
ଆମେ ତ ଆମ ଅଙ୍ଗେ ନିଭା କଥା କହିଲୁ, ଆମେ ଜାଣୁ ତୁମେ ଆମ ଭଳି ସାଧାରଣ ଲୋକଙ୍କ କଥାକୁ ଗୁରୁତ୍ୱ ଦେବନି କି ବିଶ୍ୱାସ ମଧ୍ୟ କରିବନି ।
କାହିଁକି ନା ତମେ ସାଧୁ ପ୍ରବର ତ !
ତୁମେ ଆମଭଳି ସାଧାରଣ ଲୋକଙ୍କ ସାଧାରଣ ଗାଉଁଲି ଭାଷା ନ ବୁଝି ପାରିଲ ନାହିଁ, ଉପରେ ଲେଖା ଯାଇଥିବା ଧାଡିକ ସଂସ୍କୃତ ଶ୍ଳୋକର ଅର୍ଥ ତ କାହାକୁ ଟିକେ ପଚାରି ବୁଝି ପାରିବ ନା ନାହିଁ ?
ରାଧାକୃଷ୍ଣ ଦୁଇ ନୁହେଁ ଜାଣେ ଯେଉଁ ଜନ
କୃଷ୍ଣ ନାମ ଉଚ୍ଚାରଣେ ସେ ଏକା ଭାଜନ ।।
ଜୟ ଜୟ ରାଧାରାଣୀ ଜୟ କୃଷ୍ଣଚନ୍ଦ୍ର
ରାଧା ଛାଡି କୃଷ୍ଣ ଭଜେ ବୁଦ୍ଧି ଯାର ମନ୍ଦ ।।
କୃଷ୍ଣ କଥା ନଜାଣି କାହିଁକି କୃଷ୍ଣଙ୍କୁ ମିଛଟାରେ ଗାଳି ଦେଉଚ କାହିଁକି ହୋ ?
ତମେ କଣ ଭାରତୀୟ ସଂସ୍କୃତିର ଏକମାତ୍ର ଜ୍ଞାନୀ ପ୍ରବକ୍ତା ଆଉ ସମସ୍ତେ ମୂର୍ଖ ଗୁଡବକ୍ ??
06.06.2020
*** **** ****
(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।
https://play.google.com/store/apps/details?id=com.esulekha.magazine)
Jay Srikrishna
ସତରେ କେତେ ସୁନ୍ଦର କଥା। ରାଧେ କ୍ରିଷ୍ଣା ରାଧେ କୃଷ୍ଣ ରାଧେ କୃଷ୍ଣ କୃଷ୍ଣ କୃଷ୍ଣ ରାଧେ ରାଧେ।