କୃଷ୍ଣକଥା – ୪ : ସୁଦାମା ଦାରିଦ୍ର୍ୟ ଭଞ୍ଜନକାରୀ

Share it

ସୁଦାମା ଦାରିଦ୍ର୍ୟ ଭଞ୍ଜନକାରୀ
ରଖିଛ ପାଣ୍ଡବେ କୁରୁ ସଂହାରୀ

ଆଜି କେବଳ ସୁଦାମା ଦାରିଦ୍ର୍ୟ ଭଞ୍ଜନ କଥା କହିବା, କୁରୁ ପାଣ୍ଡବ କଥା ପରେ କହିବା ।

Poverty is a state of mind . No economic intervention can irradicate it.

Yes,
your economy can
fight against starvation ,
can irradicate Corona,
can solve drinking water problem, provide housing facility,
ensure livelihood empowerment
etc etc

But can’t eradicate poverty.

ମୋ ଜାଣିବାରେ କେବଳ ସୁଦାମାଙ୍କର ଦାରିଦ୍ର୍ୟ ଭଞ୍ଜନ କରାଯାଇ ପାରିଥିଲା । ତାର ଭିତିରି କାରଣଟି ହେଲା, ସୁଦାମାଙ୍କର ଦାରିଦ୍ର୍ୟ ହିଁ ନଥିଲା ।

ସିଏ ଖାଇ ବସିଲାବେଳ ଯାଚନାକାରୀ ବା ମାଗୁଣି ଯାଚୁଣି ଉପସ୍ଥିତ ହେଲେ ସେ ବି ତ ସେମାନଙ୍କୁ ଖାଦ୍ୟ ଦାନ କରୁଥିଲେ, କେବେ ବି ରିକ୍ତ ହସ୍ତରେ ଫେରୋଉ ନଥିଲେ ।

ଅନ୍ୟପକ୍ଷରେ ସୁଦାମା ଜାଗାରେ ଯଦି ନୀରବ ମୋଦୀ, ବିଜୟ ମାଲ୍ୟା, ମେହୁଲ ଚୋକ୍ସି କି ଆମ୍ୱାନୀ ପରି ଲୋକଙ୍କର ଦାରୀଦ୍ର୍ୟ ଭଞ୍ଜନ କରିବାକୁ ଶ୍ରୀକୃଷ୍ଣ ଚେଷ୍ଟା କରିଥାଆନ୍ତେ, ତାହେଲେ ବିଚରା ଶ୍ରୀକୃଷ୍ଣଙ୍କର ଦ୍ୱାରକା ବନ୍ଧା ପଡିଯାଇ ଥାଆନ୍ତା ସିନା କିନ୍ତୁ ଏମାନଙ୍କ ଦାରିଦ୍ର୍ୟ ତା ସ୍ଥାନରୁ ଇଞ୍ଚେ ବି ଘୁଞ୍ଚି ନ ଥାନ୍ତା ।

କିହୋ ଦେଖୁ ନାହାନ୍ତି, ଏମାନେ ଯେତେ ନେଲେ ବି ସନ୍ତୁଷ୍ଟ ହେଉଛନ୍ତି କି ? ଏମାନଙ୍କୁ ପରା BSNL କୁ ବୁଡେଇ JIO ଦେଲାପରେ ବି ଏମାନେ କହୁଚନ୍ତି ଆଜ୍ଞା ଏତିକି ଅଣ୍ଟିବ ନି ଆମକୁ ରାଫେେଲ ଟେକ୍ନୋଲୋଜିଟା ବି ଦିଅ ।

ତେଣୁ ସରକାରଙ୍କ ‘ଦାରିଦ୍ର୍ୟ ଦୂରିକରଣ ଯୋଜନା’ – ଏପରି ନାଁ ଟା ହିଁ ମୂଳରୁ ଭୁଲ୍ ।

ସୁଦାମା ବ୍ରାହ୍ମଣ ଥିଲେ । ସେ ଭିକ୍ଷା ଗ୍ରହଣ କରିବାକୁ ପ୍ରତିଦିନ ପାଞ୍ଚଟି ଘରକୁ ଯାଉଥିଲେ । କିଛି ମିଳୁ ଅଥବା ନମିଳୁ ସେ କୌଣସି ଦିନ ଷଷ୍ଠ ଦୁଆର ମାଡୁ ନଥିଲେ ।

ଯେଉଁଦିନ ଯାହା ମିଳିଲା ସେତିକିରେ ତାଙ୍କର ପରିବାର ପୋଷଣ, ଅତିଥି ଚର୍ଚ୍ଚା, ଦାନ ଧର୍ମ କର୍ମ ସବୁ ଚଳୁଥିଲା । ସେ ଜାଣିଥିଲେ
ସମାଜ ବ୍ରାହ୍ମଣକୁ ଅଭୁକ୍ତ ରଖେନି ।

ତେଣୁ ଯଦି ସନ୍ଦେହ ବଶତଃ ଅଥବା ଲୋଭ ବଶତଃ କୌଣସି ବ୍ରାହ୍ମଣ ନିଜ ଘରେ ତିନି ଦିନରୁ ଅଧିକ ଖାଦ୍ୟ ସଞ୍ଚୟ କରି ରଖେ
ସେ ବ୍ରାହ୍ମଣ ପଦବାଚ୍ୟ ହେବା ଯୋଗ୍ୟ ନୁହଁ, ସେ ତାର ବ୍ରାହ୍ମଣତ୍ୱ ହରାଇଛି ବୋଲି ଜାଣ ।

ଠିକ୍ ସେହି ନ୍ୟାୟରେ ସାମ୍ୱାଦିକଙ୍କୁ ସମାଜ ଅଭୁକ୍ତ ରଖେନା, ତେଣୁ ଯଦି କୌଣସି ସମ୍ୱାଦିକଙ୍କ ପାଖରେ ତିନିମାସରୁ ଅଧିକ ଦିନର ଭରଣ ପୋଷଣ ବ୍ୟବସ୍ଥା ସଞ୍ଚିତ ଥାଏ , ତାହେଲେ ସେ ସାମ୍ୱାଦିକ ପଦବାଚ୍ୟ ହେବା ଯୋଗ୍ୟ ନୁହନ୍ତି ବୋଲି ମୋର ମତ

କୁହାଯାଏ
ଅଦାତା ବଂଶ ଦୋଷେଣ
କର୍ମ ଦୋଷେଣ ଦାରିଦ୍ର୍ୟତା ।

ସୁଦାମାଙ୍କର ବଂଶ ଦୋଷ ନଥିଲା, ତେଣୁ ସେ ଅଦାତା ନଥିଲେ । ତାଙ୍କର କି କର୍ମ ଦୋଷ ଅବା ଥିଲା ଯେ ! ତେଣୁ ସେ ମୂଳରୁ ଦରିଦ୍ର ହିଁ ନଥିଲେ ।

ତାଙ୍କ ପ୍ରାଣପ୍ରିୟବନ୍ଧୁ ଶ୍ରୀକୃଷ୍ଣଙ୍କୁ ଜନମାନସରେ ଏକମାତ୍ର ଦାତା ସିଦ୍ଧ କରିବାପାଇଁ ବରଂ ସୁଦାମା ତାଙ୍କ ପ୍ରିୟ ବନ୍ଧୁଙ୍କ ପାଇଁ ତାଙ୍କର
ମାନ ଟିକକ ବି ଦାନ କରିଦେଇ ତାଙ୍କର ପ୍ରଭୁଙ୍କୁ କାଳକାଳକୁ ମହାନ ସାବ୍ୟସ୍ତ କରି ଦେଇ ଯାଇଛନ୍ତି । ଲୋକେ ଆଜି ବି ସେ କଥାକୁ ସକାଳେ ସଂଜେ ଭଜନ କରୁଚନ୍ତି –

ସୁଦାମା ଦାରିଦ୍ର୍ୟ ଭଞ୍ଜନକାରୀ
ରଖିଛ ପାଣ୍ଡବେ କୁରୁ ସଂହାରୀ

ଆପଣଙ୍କୁ ମୋ କଥା ବିଶ୍ୱାସ ହେଉନି ? ଗପ ଭଳିଆ ଲାଗୁଚି ??

ଦଣ୍ଡାମିସ୍ କଥା ଦେଖୁନାହାନ୍ତି । ଜଂଗଲରେ ଗଛ ତଳେ ପତର ବିଛେଇ ଶୁଏ ।

ଆଲେକଜାଣ୍ଡାରର ଲୋକ ଆସି କହିଲା – ହଇବେ ଦରିଦ୍ର ଦଣ୍ଡା ନନା,ଚାଲ୍ ତତେ ସମ୍ରାଟ ଡାକୁଛନ୍ତି, ବହୁତ ସୁନା ରୁପା ଟଙ୍କା ପଇସା ଦେବେ ।

ଦଣ୍ଡା ନନା କହିଲା ମୋର କଣ ଅଭାବ ଅଛି କି ମୁଁ ତୋ ସମ୍ରାଟ ପାଖକୁ ଯିବି ? ତୋ ମାଲିକ ବରଂ ଦରିଦ୍ରିଆ ଟା । ଏତେ ରାଜ୍ୟ ଜୟ କଲାଣି ତା ଭୋକ ମେଣ୍ଟୁ ନି । ଯା ତାକୁ କହିବୁ ତାର ଯଦି କିଛି ଦରକାର ତ ମୋ ପାଖକୁ ଆସିବ ।

ଆଲେକଜାଣ୍ଡାରର ଅକଲ ଗୁଡୁମ୍ । ବିଚରା ଈର୍ଷା ଆଉ କ୍ରୋଧ ଜର୍ଜରିତ ହେଇ ଦଣ୍ଡାମିସଙ୍କ ପାଖକୁ ଗଲା । ମାରିଦେବି ହାଣି ଦେବି କାଟି ଦେବି କେତେ କଥା କହିଲା ।

ଦଣ୍ଡା ନନା କହିଲା – ତୁ କିଏ ବେ ମତେ ହାଣି ଦବୁ ମାରିଦବୁ ? ଆବେ ଗଧା, ତତେ ଯିଏ ସମ୍ରାଟ କରେଇଛି, ମତେ ବି ସିଏ ଏଠି ପତରରେ ଶୁଏଇଛି । ସିଏ ମତେ ତୋ ଗୋଡତଳକୁ ନୁହେଁ, ତତେ ମୋ ଗୋଡତଳକୁ ପଠେଇଚି ।

ଆଲେକ୍ସ ଦେଖିଲା ଏ କୋତରା ବୁଢ଼ାକୁ ପାରି ହେବନି, ୟାକୁ ଧମକେଇଲେ ଇଏ ଶୁଣିବନି କି ସାଙ୍ଗରେ ଯିବନି, କିନ୍ତୁ ୟାର ଜ୍ଞାନ ମତେ ଦରକାର, ମାରି ଦେଲେ ତ କଥା ସରିଯିବ । ତେଣୁ ସେ କହିଲା ଆପଣ ମୋର ଗୁରୁ ହୁଅନ୍ତୁ ।

ଦଣ୍ଡା ନନା ବୋଇଲା – ତୋ ସମ୍ରାଟିଆ ବୁଦ୍ଧି ଯୋଉ ସ୍ତରର, ତୁ ମୋ ଜ୍ଞାନକୁ ଧାରଣ କରି ପାରିବୁନି, ଜଳି ପୋଡି ମରିଯିବୁ । ତୁ ଯା, ମୁଁ ତତେ ଆଉ ଗୋଟାଏ ପିଲାର ଠିକଣା ଦଉଚି, ସିଏ ତତେ କୃପାକରି ତୋର ଗୁରୁ ହେବ ।

ଫାଇନାଲି ତାହା ହିଁ ହେଲା ।

ତା ପରର କଥା ତ ଊଣା ଅଧିକେ ଆପଣମାନେ ଜାଣିଛନ୍ତି, ସେଗୁଡା ଲେଖିବା ଏଠି ପ୍ରାସଙ୍ଗିକ ହେବ ନାହିଁ, ତାପରେ ସେଗୁଡା ଏତେ ଲେଖିଲେ ପଢିବ କିଏ ଯେ ? କାହା ପାଖରେ ଆଜିକାଲି ଏତେ ସମୟ କାହିଁ ? 24 ଘଣ୍ଟା ତ ପେଟ ପରିବାରର ଆବଶ୍ୟକତା ପୁରୋଉ ପୁରୋଉ ଶେଷ, ବରଂ ନିଅଣ୍ଟ ହେଉଥିବ କି କଣ ।

ଏଇଥିରୁ ବୁଝୁଥିବେ,ଏ ଧନୀ ଦରିଦ୍ର ବ୍ୟାପାର୍ ଟା କି ରକମ୍ ଜିନିଷ୍ ।

ତୁଚ୍ଛା ଅଲଣାଗୁଡା ତେଣୁ କିଛି ନବୁଝି ମୋ ଶ୍ରୀକୃଷ୍ଣକୁ ଏମାନେ ଆଜି ବି ଗାଳି ଦିଅନ୍ତି – ସିଏ ଯଦି ଏଡେ ଦାରିଦ୍ର୍ୟ ଭଞ୍ଜନକାରୀ, ମୋ ଦେଶର ଲୋକ ଖାଇବାପାଇଁ ଆମେରିକାକୁ ଖଣ୍ଡି ଗହମ, ମକା ଗୁଣ୍ଡ, ସୋୟାବିନ ତେଲ ମାଗୁଥିଲେ କାହିଁକି ? ମୋ ରାଜ୍ୟର ଲକ୍ଷ ଲକ୍ଷ ଲୋକ ଦାଦନ ଖଟୁଛନ୍ତି କାହିଁକି ??

କି ହୋ, ଏଥିପାଇଁ କଣ ମୋ ଶ୍ରୀକୃଷ୍ଣ ଦାୟୀ ??? କହିଲି ପରା କର୍ମ ଦୋଷେଣ ଦାରିଦ୍ର୍ୟତା ।

ମୋ କୃଷ୍ଣକୁ କଣ ତମ ନନ୍ଦ ବସେଇ କି ଖାଇବାକୁ ଦେଉଥିଲା ନା ରୁକ୍ମିଣୀ ବାପ ତା ଘରୁ ମାସକୁ ମାସ ଅରୁଆ ଚାଉଳ ଘିଅ ମୁଗ ଜାଈ ପଠୋଉ ଥିଲା ? ନା ଅର୍ଜୁନ ଇନ୍ଦ୍ରପ୍ରସ୍ଥରେ ହଳକରି ପୋଷୁଥିଲା ବା ?

ସିଏ ପରା ନନ୍ଦ ଘରେ ଗାଈ ଜଗୁଥିଲା, ଅଶୀ ବର୍ଷ ବୟସରେ ବି ଅର୍ଜୁନ ରଥରେ ସାରଥୀ ହେଇଥିଲା,ଯୋଉଥିପାଇଁ ସେଦିନର ଦୁର୍ଯ୍ୟୋଧନ କହୁଥିଲା ଯେ ଗଉଡର ଅଶୀ ବର୍ଷରେ ବୁଦ୍ଧି ପାକଳ ହେଲାରୁ ଯାଇ ସେ ଯୁଦ୍ଧ ପାଇଁ ରାଜି ହେଲା ।

ଦୁର୍ଯ୍ୟୋଧନଟା ତ ବୁଦ୍ଧିହୀନ ଦୂରାଚାରୀ, ତା କଥା ଛାଡ, ଦୁର୍ଯ୍ୟୋଧନ ଠାରୁ ଆରମ୍ଭ କରି ଇନ୍ଦ୍ର ବ୍ରହ୍ମା ଏପରିକି ଆଜିର ମହାମାନ୍ୟମାନଙ୍କ ପର୍ଯ୍ୟନ୍ତ ସମସ୍ତେ ପରା ସେଇଆ କୁହନ୍ତି ।

ତେଣୁ ଭଲରେ କହି ଦେଉଛି, ଖବରଦାର୍ ମୋ ଶ୍ରୀକୃଷ୍ଣଙ୍କୁ ଗାଳି ଦେବନି । ତମେ ତେଣିକି ମୁରାରୀ ମହାତ୍ମା ହୁଅ କି ଖ୍ରୀଷ୍ଟିୟାନ ଫାଦର୍ । ତମେ ଯଦି ମୋ ଶ୍ରୀକୃଷ୍ଣ ସମ୍ପର୍କରେ ଶ୍ରୀ ଅକ୍ଷର ନଜାଣି
ରେ ବୋଲି ପଦେ ବି କହିବ ନା ମତେ ଚିହ୍ନିଥିବ । ଏମିତି ଗାଳି ଦେବି ଯେ ନା ଖାଇ ପାରିବ, ନା ଶୋଇ ପାରିବ ।

ସିଏ ପରା ଗାର କାଟି ଲେଖି ଦେଇ ଯାଇଛି –

ନିଜ ଅର୍ଜିତ କର୍ମ ଫଳେ
ଯାଚିଣ ଦେଉ ଥାଇ ବଳେ

ପୁଣି ତାକୁ ଗାଳି ଦେଉଚ କାହିଁକି ?

ଶ୍ରୀକୃଷ୍ଣ ଗୋବିନ୍ଦ ହରେ ମୁରାରେ
ହେ ନାଥ ନାରାୟଣ ବାସୁଦେବ

Laxmidhar Nayak
ଲକ୍ଷ୍ମୀଧର ନାୟକ
FB post : 10.06.2020


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights