କୌଶଳ ରଥ

Share it

Rayagada: 26th July 2024

କୌଶଳ ରଥ ପରିଭ୍ରମଣର ତୃତୀୟ ଦିନ

ଯୁବ ପିଢ଼ିଙ୍କ ମଧ୍ୟରେ ଦକ୍ଷତା ବିକାଶ ନେଇ ରାୟଗଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରେ କୌଶଳ ରଥ ପରିଭ୍ରମଣର ତୃତୀୟ ଦିନରେ ଆଜି ବିଷମକଟକ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅନୁଷ୍ଠାନରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଏହି ଅବସରରେ ଡ଼ଙ୍ଗରିଆ କନ୍ଧ ଉର୍ନ୍ନୟନ ସଂସ୍ଥାର ଚାଟିକଣା ଯାଯାବର କେନ୍ଦ୍ର ଠାରେ ନିୟମଗିରି ହାଇସ୍କୁଲ ଓ ଆଡିସାକାନି ସ୍କୁଲର ଡ଼ଙ୍ଗରିଆ ଓ ଆଦିବାସୀ ଛାତ୍ରଛାତ୍ରୀ କୌଶଲ ରଥ ଭିତରେ ବୁଲି ଦେଖିଛନ୍ତି। ଛାତ୍ରଛାତ୍ରୀ ମାନେ ରଥରେ ଥିବା ଡ୍ରୋନ, ଡ୍ରାଇଭିଂ, ଆଇ ଭିୟୁ, ସମେତ ଅତ୍ୟାଧୁନିକ ସାରାଞ୍ଜାମ ବୁଲି ଦେଖିଛନ୍ତି।

ଏହା ବ୍ୟତୀତ ବିଷମକଟକ ମାଁ ମାର୍କମା କଲେଜ, ଗଜବାହଲ ସ୍ଥିତ ଶିଳ୍ପ ତାଲିମ କେନ୍ଦ୍ର, ହଟାମୁନିଗୁଡା ସ୍ଥିତ ରାମକୃଷ୍ଣ ମିଶନ ଆଶ୍ରମ ଠାରେ ରଥ ପ୍ରଦର୍ଶିତ ହୋଇଥିବା ବେଳେ ଛାତ୍ରଛାତ୍ରୀ ରଥ ବୁଲି ଦେଖିଛନ୍ତି। ଏହି ରଥରେ ଅଭିଜ୍ଞତା ଥିବା ପ୍ରଶିକ୍ଷକଙ୍କ ଦ୍ବାରା ବିଭିନ୍ନ ପ୍ରକାର କୁଶଳୀ, ଊଚ୍ଚ ଦକ୍ଷତା ଜନିତ ପ୍ରଶିକ୍ଷଣ ଓ ବିଭିନ୍ନ ମେଶିନାରି ପ୍ରଦର୍ଶନ କରିବା ସହ ସମ୍ପୂକୁ ସରକାରୀ ଯୋଜନା ଗୁଡିକ ସମ୍ପର୍କରେ ସଚେତନ କରାଯାଇଛି।

ଏହି ଅବସରରେ ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ତତ୍ତ୍ୱମସୀ ମହାପାତ୍ର, ଡ଼ଙ୍ଗରିଆ କନ୍ଧ ଉର୍ନ୍ନୟନ ସଂସ୍ଥା ସ୍ୱତନ୍ତ୍ର ଅଧିକାରୀ ଜଗଜୀବନ ବଗର୍ତ୍ତୀ, ଡିକେଡିଏ ଅଧିକାରୀ ସମେତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତି ଥିଲେ।


Share it

Leave a comment

Your email address will not be published. Required fields are marked *

Verified by MonsterInsights