କଳଂକ ଲାଗେନି ଏଠି କେବେ ଚନ୍ଦ୍ରମାକୁ

Share it

My Facebook Post: 2nd August 2018
କଳଂକ ଲାଗେନି ଏଠି କେବେ ଚନ୍ଦ୍ରମାକୁ

ସୁରୁ ଲୋ ଜାଣିବୁ
ବିଦେଶୁ ଲେଖୁଚି ଚିଠି
ତୁ ନିଶ୍ଚେ ପାଇବୁ

ଗହଳିଆ ସହରଟା
ଲାଗେ ଫାଙ୍କା ଫାଙ୍କା
ପ୍ରେମ ହୁଏ ବିକା ଏଠି
ସ୍ନେହ ହୁଏ ବିକା
ମୋ ମନ ଝୁରୁଛି ଖାଲି
ତୋ ସ୍ନେହ ଅଞ୍ଚଳ
ତାର ଚଞ୍ଚଳ ଢେଉକୁ
ସୁରୁ ଲୋ ଜାଣିବୁ

ଚେହେରା ରୂପେଲି ଏଠି
ମନ ତ ନକଲି
ହୃଦୟ ତ ବଇଶାଖୀ
ଦ୍ୱିପହର ବାଲି
କଳଙ୍କ ଲାଗେନି ଏଠି
କେବେ ଚନ୍ଦ୍ରମାକୁ
ହାଲୋଜିନ୍ ଧୋଇନିଏ
ସବୁ କାଳିମାକୁ

ମୋ ମନ ଝୁରୁଛି ଖାଲି
ତୋର ସରାଗକୁ
ସୁରୁ ଲୋ ଜାଣିବୁ

ଲକ୍ଷ୍ମୀଧର ନାୟକ

– ଲକ୍ଷ୍ମୀଧର ନାୟକ
My Facebook Post : 2nd August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights