କଳାକାର ଭତ୍ତା … ଏ ବିଜ୍ଞାପନର 3 ଟି କଥା ମୋ ମନକୁ ପାଇଲା ନାହିଁ

Share it

Mo Lekha
My Facebook Post: 25th August 2021

ପୁଣି ଆଇଲାରେ କଳାକାର ଭତ୍ତା …
ଏ ବିଜ୍ଞାପନର 3 ଟି କଥା ମୋ ମନକୁ ପାଇଲା ନାହିଁ ……

ପଞ୍ଚାୟତ ନୀର୍ବାଚନ ଆସୁଛି । ସରକାର ଆଉ କିଛି ନୁଆ କଳାକାରଙ୍କୁ ଭତ୍ତା ଦେବା କଥା । ଦିଅନ୍ତୁ ମଧ୍ୟ ।

ଏ ଆଳରେ ଗ୍ରାମାଞ୍ଚଳ ଅର୍ଥନୀତିକୁ କିଛିଟା ଅର୍ଥ ପ୍ରବାହିତ ହେଉ ।ଅର୍ଥନୀତି ପାଇଁ ଏହା ଭଲ ।

ଆମ ଗାଁ ର 5 ଜଣ କଳାକାରଙ୍କୁ ମାସକୁ 1200 ଟଙ୍କା ଭତ୍ତା ମିଳିଲା ପରେ ମୁଁ ଦେଖୁଛି ସେମାନେ ଏବେ ପୂର୍ବାପେକ୍ଷା ଅଧିକ କର୍ମ ଚଞ୍ଚଳ ହୋଇଛନ୍ତି | ସେମାନଙ୍କର ମାନସିକ ଦୁଶ୍ଚିନ୍ତା ଏକ ରକମ ଉଭେଇ ଯାଇଥିଲା ପରି ଲାଗିଲା ମତେ | ଯୁବକ ପରି ସେମାନେ ଏବେ ବିଲ ବାଡିରେ ଖଟୁଛନ୍ତି, ପରିବାରର ଦାୟିତ୍ୱ ନେଉଛନ୍ତି |

ମାସକୁ ମାତ୍ର 1200 ଟଙ୍କାର ନିଶ୍ଚିତ ରୋଜଗାର ବି ଜଣେ 50 /60 ବର୍ଷର ଗାଁ ଲୋକକୁ ଏତେ କର୍ମ ଚଞ୍ଚଳ ଓ ଅଧିକ ଉତ୍ପାଦନକ୍ଷମ କରିଦିଏ, ସେ କଥାକୁ ଗଭୀରଭାବେ ଅନୁଧ୍ୟାନ କରୁ ନଥିବା ଅର୍ଥନୀତିଜ୍ଞମାନେ ହେଜିବା କଷ୍ଟ |
ମୁଁ ଏକଥା ଅନୁଧ୍ୟାନ କରି କହୁଛି ।

ତଳେ ସରକାରଙ୍କ ଏକ ବିଜ୍ଞାପନ ର ଫଟୋ ମୁଁ ଏଠାରେ ଦେଇଛି | ସେଥିରେ ସରକାର ଲେଖିଛନ୍ତି ଏ ବର୍ଷ ଆଉ 50 ହଜାର କଳାକାରଙ୍କୁ ଭତ୍ତା ଦେବେ ।

2021 ଅକ୍ଟୋବର 30 ତାରିଖ ସୁଦ୍ଧା ଆବେଦନ କରିବାକୁ କୁହାଯାଇଛି। ମୋର ଏ ବିଜ୍ଞାପନର 3 ଟି କଥା ମନକୁ ପାଇଲା ନାହିଁ |

ସରକାର ଦୟାକରି ସେ ତିନୋଟି କଥାର ସଂଶୋଧନ କରିଦେଲେ ମୁଁ ଖୁସି ହେବି ଓ ସରକାରଙ୍କ ଏ କାମକୁ swadhina.com ର “ଧନ୍ୟବାଦ ସରକାର” ଶିରୋନାମାରେ ବି ପ୍ରକାଶ କରିବି , ମାନେ ପୁରା FREE ରେ ସରକାରଙ୍କ କାର୍ଯ୍ୟର ପ୍ରଚାର ପ୍ରସାର ,

ହା ହା ହା ,
ସତ କହିଲେ ସେଇଟା ଅବଶ୍ୟ ମୋର ଗୋଟେ ବୃତ୍ତିଗତ ଏବଂ ବ୍ୟକ୍ତିଗତ ଦାୟିତ୍ୱ ମଧ୍ୟ

1. ସରକାର ଲେଖିଲେ ଗ୍ରାମାଞ୍ଚଳ କଳାକାରଙ୍କ ବାର୍ଷିକ ଆୟ 50 ହଜାର ଟଙ୍କାରୁ ବେଶୀ ହୋଇ ନଥିବ।

ମୋର ପ୍ରଶ୍ନ
ହଇ ହୋ ସରକାର !
ତମେ ଗାଁ କଳାକାର କହିଲେ କଣ ବୁଝ କି ?
ଦିନ ରାତି ଖଞ୍ଜଣି ବଜୋଉଥିବ, ଭୀମ ଭୋଇଙ୍କ ଗୀତକୁ ରାହା ଧରି? କିଛି କାମ ଧନ୍ଦା କରୁ ନଥିବ ? ମୂଲ ବି ଲାଗୁ ନଥିବ ?
କେବଳ ହାତ ଗୋଡ ଯୋଡି ଅନେଇକି ବଇଥିବ, କୋଉଦିନ 50 ପୁରିବ, ତା ଦରିଦ୍ର ଖଞ୍ଜଣି ବଜା ସରିବ , ସିଏ 1200 ପେନସନ ପାଇବ ?

ଆଜ୍ଞା ମୂଲିଆର ଦିନକୁ ମଜୁରୀ 500 ହେଲାଣି । 300 ବି ଧର ।
ଦିନକୁ 300 ହେଲେ ମାସକୁ ହେଲା 9000 ବର୍ଷକୁ ହେଲା 1,08,000 /- । ତମେ 50 ହଜାର ନେଖିଚ କୋଉ ହିସାବରେ?

ସେ 50 ହଜାରଟାକୁ ସଂଶୋଧନ କରି, ଦିନକୁ 500 ପର୍ଯ୍ୟନ୍ତ ମଜୁରୀ ମାଫ୍ କରି ବାର୍ଷିକ ଆୟ ସୀମା 2 ଲକ୍ଷ କର ।

ନହେଲେ 50 ହଜାର ଗୁଣନ 10 ଏମିତି ମୋଟ 5 ଲକ୍ଷ ଲୋକ ଗାଁ RI କୁ ମିଛ ଇନକମ୍ ସାର୍ଟିଫିକେଟ୍ ପାଇଁ 1000 ଲେଖା ପିସି ଗଣିବେ, ମତେ ଆଉ ସେତେବେଳେ କହିବନି ତମ ସରକାରୀ କର୍ମଚାରୀ ପିସି ନୋଉଚି ବୋଲି |

ତମେ ତ ଇଆଡୁ ପିସି ଚାରା ଲଗେଇକି ଛାଡୁଚ, ସେଇଟା ଯଦି ଆର୍ ଆଇ ଦୁଆରେ ଫଳିଲା, ସେ ଟା କଣ ଆର୍ ଆଇ ର ଦୋଷ ?

ତା ଚାକିରୀକୁ ରିସ୍କ ରେ ପକେଇ ଲୋକଟା ଅନୋଉ ଅନୋଉ କଞ୍ଚା ମିଛ ଇନକମ୍ ସାର୍ଟିଫିକେଟ୍ ନେଖିବ ନହେଲେ ଗାଁ ଲୋକ ଛାଡିବେ କି ? ଦରକାର ପଡିଲେ ଧରିକି କୋରିବେ | ସିଏ ଟଙ୍କା 1000 ପକେଟରେ ନପୁରେଇ ଏତେ ରିସ୍କ ନବ କାହିଁକି କହିଲେ ?

ତେଣୁ ଇନକମ୍ ଟାକୁ 2 ଲକ୍ଷ ଲେଖି କି ଆଉ ଗୋଟେ ବିଜ୍ଞାପନ ଦିଅ |

2. ସହରୀ କଳାକାରଙ୍କ ପାଇଁ ଇନକମ୍ ସୀମା ଲେଖିଚ 60 ହଜାର।

ସେ ଟାକୁ ବି ସେଇ 2 ଲକ୍ଷ କରି ଦିଅ ।

3. ମୋଟ 5 ହଜାର କଳାକାରଙ୍କୁ ଭତ୍ତା ଦବ ବୋଲି କହୁଚ।

ସେଇଟାକୁ 5 ଲକ୍ଷକୁ ବଢେଇ ଦେଇ ପାରନ୍ତ ନି ?

ଗୁଡାଏ ଲୋକ ଉପକୃତ ହୋଇ ଯାଆନ୍ତେ, ଗାଁ କୃଷି ଅର୍ଥନୀତି ଟା ବି ଅଳ୍ପେ ବହୁତେ ସଜାଡି ହେଇ ଯାଆନ୍ତା ,

ପଞ୍ଚାୟତ ନିର୍ବାଚନରେ ଆଉ ତମ ଛଡା କିଏ ଜିତନ୍ତା ମତେ କହିଲ ?

5 ଲକ୍ଷ କଳାକାର ଗାଁ ଛକ ଚାହା ଦୋକାନରେ ଚାଏ ପେ ଚର୍ଚ୍ଚା ରେ ତାଙ୍କ ମନ୍ କି ବାତ୍ ରେ ନବୀନ ଭଲ ନବୀନ ଭଲ ନବୀନ ଭଲ କହିଲେ ,
ଏ କମୁନିଷ୍ଟିଆ କଂଗ୍ରେସିଆ
ପ୍ରଭାକର ଖଣି ନେଇଗଲା,
ପ୍ରଭାକର ଖଣି ନେଇଗଲା,
ବଇଶିମ ମକା ଖାଇଗଲା ବୋଲି
ଯେତେ ରଡିଲେ ଗାଁ ଲୋକ କଣ ଶୁଣିବେ ନା କଣ ? ବିଲକୁଲ ସେମାନେ ସେକଥା ଶୁଣିବେନି ।

ଭାରତୀୟ ଅର୍ଥନୀତିଟା ଗାଁ ଆଧାରିତ ହେଇଥିବାରୁ ଦେଶର ଅର୍ଥନୀତି ଏ କୋଭିଡ୍ ମାଡକୁ ସମ୍ଭାଳିକି ଆଜି ଯାଏ ଯଥା ତଥା ଚାଲିଚି ।ନହେଲେ କେବେଠୁ ଭୁଷୁଡି ସାରନ୍ତାଣି ।

ପାଠୁଆ ବାବୁମାନେ ମନେ ରଖ
ତମ କିରାଣୀକୁ ମାସକୁ ଲକ୍ଷେ ଦେଲେ ସିଏ ସ୍ନୋ ପାଉଁଡର ଅତର ପିଜା ବର୍ଗର କିଣିବ,

କିନ୍ତୁ ଗାଁ କଳାକାର ପୁନିଆ ଭାଇକି ମାସକୁ 1200 କଳାକାର ଭତ୍ତା ଦେଲେ , ସିଏ କହିବ – ହୁରିଆ ଭାଇ 10 କିଲ ଗ୍ରୋମର ଦେଇଥା , ସାରୁ ଦି ଗୁଣ୍ଠ ହୁରା ଟେକି ଦିଏ, ହୁରା ଦବା ଟାଇମ ଗଡି ଯିବ, ଆଉ ଦଶ ପନ୍ଦର ଦିନେ କଳାକାର ଭତ୍ତା ମିଳିବ , ମୁଁ ତୋ ପଇସା ଦେଇଦେବି |

ଦୋକାନୀ ବି ବାକି ଦବାକୁ ମନା କରିବନି, କାରଣ ସରକାରକୁ ସମସ୍ତେ ଭରସା କରନ୍ତି |

ମୋ ଗାଁ କଳାକାର ପୁନିଆ ଭାଇ କି ଯଦୁଆ ଭାଇ କି ତନୁଆର ଯଦି ଠିକ୍ ସମୟରେ ସାରୁ ହୁରା ଟେକା ନହେଲା,

ତାହେଲେ ପିଆଜ ଆମଦାନୀ କଲା ପରିକା ଆଫ୍ରିକାରୁ ଯଦି ତମେ ସାରୁ ଆମଦାନୀ ନକରିଚ , ତାହେଲେ ମତେ କହିବ | ( ଆଫ୍ରିକା ଜାଗାରେ ପାକିସ୍ତାନ ଲେଖିଥିଲି, କାଟିଦେଲି, କାରଣ ଅନେକ ଲୋକ ବିଗିଡି ଯିବେ, ବିନା କାରଣରେ )

ସେ ଯାହା ହେଉ
ଏତିକିରୁ ଗାଁ ବାର୍ଦ୍ଧକ୍ୟ ଭତ୍ତା, କାଳିଆ ଟଙ୍କା , କଳାକାର ଭତ୍ତାର ଭାରତୀୟ ଅର୍ଥନୀତିକୁ ଅବଦାନ ବୁଝୁ ଥିବ ବିଜ୍ଞ ଜନେ

ଏତିକି ପଢିକି ମୁଣ୍ଡ ବିନ୍ଧା ଆରମ୍ଭ ହେଲାଣି ନା ଆଉ ଦି ପାରା ଲେଖିବି ?

ଭଲରେ କହୁଚି ଏତିକି ଶୁଣିକି ଦୟାକରି ସଂଶୋଧନ କରିଦିଅ, ନହେଲେ ପୁଣି ଲେଖିବି, ତମ ମୁଣ୍ଡ ବିନ୍ଧୁ କି . ……

ଲକ୍ଷ୍ମୀଧର ନାୟକ
My Facebook Post: 25th August 2021


Share it

Leave a comment

Your email address will not be published. Required fields are marked *

Verified by MonsterInsights