କିଲ 250 ହେଲେ ଟମାଟୋ ର ଭିଟାମିନ୍ ସି ବଢିଯାଏ, 5 ଟଙ୍କା ହୋଇଗଲେ ଭିଟାମିନ କମିଯାଏ କି ?

Share it

Mo Lekha
30th August 2023

ଟମାଟୋ ଦର 250 ଟଙ୍କା କଥା ଫେସବୁକରୁ ପଢି, ଟମାଟୋ ମଞ୍ଜି ମଗେଇଲି, ଜୁଲାଇ 10 ତାରିଖରେ ବୋଧେ ତାକୁ ତଳି ପକେଇଲି, ସେ ଚାରାରୁ ଚାରି ପାଞ୍ଚଟା ମୋ ରୁଫ୍ ଟପ୍ କିଚିନ ଗାର୍ଡେନରେ ଲଗେଇଲି । ଅବଶିଷ୍ଟ ଚାରା ମୋ ବନ୍ଧୁ ମାନଙ୍କୁ ବାଣ୍ଟି ଦେଲି ।

ଆଜି ଦେଖିଲି ସେ ଗଛରେ ଟମାଟୋ କଷି ଧରିଲାଣି, ଆଉ 15 ଦିନ ଭିତରେ ଖାଇବା ଉପଯୋଗୀ ହୋଇଯିବ ବୋଧହୁଏ ।

ହେଲେ ଆଜି ଶୁଣିଲି ଟମାଟୋ କିଲୋ ଏବେ 15 ଟଙ୍କା, ନେପାଳରୁ ଆମଦାନୀ ହୋଇକି ଆସିଚି।

ଆଉ ପନ୍ଦର ଦିନ ପରେ ହୁଏତ କିଲୋ 5 ଟଙ୍କା ହେବ,

ହଉ 5 ଟଙ୍କା, ମୋର କଣ ଯାଉଛି, ମୋର ତ ଟମାଟୋ ଖାଇବା କଥା ଖାଇବି

କିଲ 250 ହେଲେ ଟମାଟୋ କଣ ବେଶୀ ଖଟା ଲାଗି ଥାଆନ୍ତା ଆଉ କିଲ 5 ଟଙ୍କା ହେଇଗଲେ କଣ ପିତା ଲାଗିବ ନା କଣ ?

ନା କିଲ 250 ହେଲେ ଟମାଟୋ ର ଭିଟାମିନ୍ ସି ବଢିଯାଏ, 5 ଟଙ୍କା ହୋଇଗଲେ ଭିଟାମିନ କମିଯାଏ ବା ??

ରୁହ ରୁହ ମୁଁ ଆଜି ଆମ ହଳଧର ମହାପୁରୁଙ୍କ ଜନମ ଦିନରେ ସେ ଟମାଟୋ ର ଗୋଟେ ଫଟ ମୁଁ ଏବେ ଡାଇରେକ୍ଟ ଉଠେଇକି ଏଠି ପୋଷ୍ଟ କରି ଦିଏ ।


Laxmidhar Nayak
My Facebook Post: 30th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights