କରୋନା : ସରକାରଙ୍କ ଆଜିର ନିଷ୍ପତ୍ତି

Share it

Mo Lekha
My Facebook Post: 12th August 2020

ସରକାରଙ୍କ ଆଜିର ନିଷ୍ପତ୍ତି

1. ଟେଷ୍ଟ ସଂଖ୍ୟା ବଢିବ – ଖୁବ୍ ଭଲ ନିଷ୍ପତ୍ତି

2. କରୋନା ନିଶ୍ଚୟ ହଟିବ – ସରକାରଙ୍କର ସୁନ୍ଦର ଆଶା ସଞ୍ଚାରକାରି ଦୃଢୋକ୍ତି

3. ଫାଇନ୍ ବଢିବ – ବହୁତ ଖରାପ ଭେଜାହୀନ ନିଷ୍ପତ୍ତି

4. ଲୋକଙ୍କୁ ଏ ସମୟରେ କେମିତି ରୋଜଗାର ମିଳିବ ସେ ସମ୍ପର୍କରେ ସମୟୋଚିତ ଓ ପର୍ଯ୍ୟାପ୍ତ ପଦକ୍ଷେପ ନେଇ ନପାରିବା – ଏକ ବୌଦ୍ଧିକ ଦେବାଳିଆ ସ୍ଥିତି

5. ଯାହାକୁ ଥଣ୍ଡା ହେଇଛି ସେ କେବଳ ନାକ ଘୋଡେଇ ମାସ୍କ ପିନ୍ଧିବ – ସରକାର ମନେ ପକାନ୍ତୁ , ଏଇଟା ଥିଲା ସରକାରଙ୍କ ମୂଳ ଓ ଠିକ୍ ନିଷ୍ପତ୍ତି, ସେତେବେଳେ ବିଗିଡି ନଥିଲା ଆଜି ପରି କରୋନା ସ୍ଥିତି

ପରେ ଆଲୋଚନା କରିବା ସରକାରଙ୍କ ଆଜିର ପୁରା 20 ନିଷ୍ପତ୍ତି

ନବୀନ କରୋନା ସ୍ଥିତିକୁ ନେଇ ଚିନ୍ତିତ – ସେଇଟା ହିଁ ଏକମାତ୍ର ଆଶ୍ୱସ୍ତି,

ଯଦିଓ କେହି ତାଙ୍କୁ କହିପାରୁ ନାହାନ୍ତି କଣ କଲେ ଟ୍ରାକ୍ କୁ ଫେରିବ ଓଡିଶାର ଅର୍ଥନୀତି ,

ସିଏ ବି ଜାଣି ପାରୁନାହାନ୍ତି ଖଟିଖିଆଙ୍କ ଦୈନିକ ତେଲ ଲୁଣ ସଂସାରର ସ୍ଥିତି,

ଯେହେତୁ ସେ ରୂପା ଚାମଚ ପାଟିରେ ଧରି ଜନ୍ମ ହେଇଚନ୍ତି,

ତାଙ୍କ ଭାବନାରେ ଓଡିଶାରେ କେବଳ ସରକାରୀ ଚାକିରିଆ ରୁହନ୍ତି ଆଉ ବାକି ସବୁ ବିପିଏଲ ଲୋକ ଯାହାଙ୍କୁ ସିଏ ମାସକୁ ମୁଣ୍ଡପିଛା 5 କିଲୋ ଚାଉଳ ଦେଉଛନ୍ତି

ତାଙ୍କ ଆଡଭାଇଜର ତାଙ୍କୁ ବୋଧେ ବୁଝେଇ ଦେଇଛନ୍ତି

35 ପରସେଣ୍ଟ ଭୋଟ୍ ରେ ସରକାର ହୁଏ, ତାଙ୍କ ହାତରେ ତ 50 ପରସେଣ୍ଟ ବିପିଏଲ୍ ଅଛନ୍ତି,

ଲକ୍ଷେ ପୁଲିସି ଓ 5 ଲକ୍ଷ ସରକାରୀ ଚାକିରିଆ ଭଲରେ ରହିଲେ ସରକାର ଚାଲେ , ସେ ବ୍ୟବସ୍ଥା ବି ସୁଦୃଢ ଅଛି

ତେଣୁ ଆବଶ୍ୟକ ନାହିଁ ଚିନ୍ତା କରିବା ଅଧିକ କିଛି

ନମସ୍କାର ପ୍ରିୟ ନବୀନ ବାବୁ
ଆପଣ ଖୁସିରେ ରହିଲେ ଆମେ ବି ଖୁସି

Laxmidhar Nayak
My Facebook Post: 12th August 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights