କବି ଟିଏ ହେଇଥିବ

Share it

କବି ଟିଏ ହେଇଥିବ

ଝୋଲା ମାରିଯାଉଥିବା ନଈ ଧାର
ତଣ୍ଟି ଶୁଖି ଯାଇଥିବା ପବନ
ଯଂତ୍ରଣାରେ ଛଟପଟ ଧୂ ଧୂ ବାଲି
ବଇଶାଖୀ ଦିପହର
ଅଧା ଥୁଣ୍ଟା ବରଗଛ ଦରମଲା ଛାଇ ତଳେ
କଲମ ମୁନରେ କଦମ୍ୱ କେଶର କଳ୍ପନା

କିଏ ବା ସିଏ ??

ନିଶ୍ଚେ ସେ ମଣିଷ ନୁହେଁ
କବି ଟିଏ ହେଇଥିବ !

ଲକ୍ଷ୍ମୀଧର ନାୟକ
My Facebook Post: 21st August 2018


Share it

Leave a comment

Your email address will not be published. Required fields are marked *

Verified by MonsterInsights