କେବଳ ଗୋଟିଏ କୁ-ଶବ୍ଦର ଅପେକ୍ଷା…!!

Share it

ଶବ୍ଦର ଶକ୍ତି

୧୮ଦିନ ଅବିଶ୍ରାନ୍ତ ଯୁଦ୍ଧପରେ ଦ୍ରୌପଦୀଙ୍କ ବୟସ ଯେମିତି ୮୦ ବର୍ଷ ଭଳି ଲାଗୁଥିଲା, ଶାରୀରିକ ରୂପରେ ଓ ମାନସିକ ରୂପରେ ବି।

ହସ୍ତିନାପୁରର ଚାରିଆଡେ ବିଧବାମାନଙ୍କର କ୍ରନ୍ଦନ ସ୍ୱର ସାଙ୍ଗକୁ ଶ୍ବାନ ଶୃଗାଳମାନଙ୍କର ବିକଟାଳ ରଡି ଦ୍ରୌପଦୀଙ୍କୁ ସ୍ଥାଣୁ କରି ଦେଇଥିଲା। ନଗରର ଚାରି ଆଡେ ପୁରୁଷଶୂନ୍ୟ ।

ଅନାଥ ପିଲାମାନେ ଯାହା ବୁଲାବୁଲି କରିବାର ଦେଖା ଯାଉଥିଲା। ଦ୍ରୌପଦୀ ନୀରବ, ନିଶ୍ଚଳ ହୋଇ, ବସି ଯାହା ଖାଲି ଶୂନ୍ୟକୁ ଅନାଇଥାନ୍ତି ।

ଠିକ୍ ସେହି ସମୟରେ କୃଷ୍ଣ ଆସି ଦ୍ରୌପଦୀଙ୍କ ଉଆସରେ ପହଂଚି ଗଲେ। କୃଷ୍ଣଙ୍କୁ ଦେଖିଦେଇ ଦ୍ରୌପଦୀ କାନ୍ଦିବାକୁ ଲାଗିଲେ ।

କିଛି ସମୟ ପରେ ଦ୍ରୌପଦୀ ପଲଙ୍କରେ ବସି ପଡିଲେ ।

ଦ୍ରୌପଦୀ :- ଇଏ କ’ଣ ହେଲା ଗୋବିନ୍ଦ ? ମୁଁ ତ ଏପରି ହେବ ବୋଲି କେବେ ଚିନ୍ତା କରି ନଥିଲି ।

କୃଷ୍ଣ :- ନିୟତି ବହୁତ କ୍ରୁର ପାଂଚାଳି..। ସେ ଆମର କର୍ମକୁ ପରିଣାମରେ ବଦଳାଇ ଦିଏ ।

ତମେ ପ୍ରତିଶୋଧ ନେବାକୁ ଚାହୁଁଥିଲ ଓ ସେଥିରେ ତମେ ସଫଳ ହେଲ। ତୁମର ପ୍ରତିଶୋଧ ପୁରା ହେଲା। ଖାଲି ଦୁର୍ଯ୍ୟୋଧନ ଓ ଦୁଃଶାସନ ନୁହଁନ୍ତି, ପୁରା କୌରବ ବଂଶ ସମାପ୍ତ ହୋଇଗଲା। ତମେ ତ ପ୍ରସନ୍ନ ହେବା କଥା ଦ୍ରୌପଦୀ । କାହିଁକି କାନ୍ଦୁଛ ?

ଦ୍ରୌପଦୀ :- ଆପଣ ମୋ ମାନସିକ କ୍ଷତରେ ମଲମ ଲଗେଇବାକୁ ଆସିଛନ୍ତି ନା…ଲୁଣ ଲଗାଇବାକୁ ଆସିଛନ୍ତି ?

କୃଷ୍ଣ :- ନା ଦ୍ରୌପଦୀ, ମୁଁ ତ ତୁମକୁ ବାସ୍ତବତାକୁ ଅବଗତ କରେଇବାକୁ ଆସିଛି। ଆମ କର୍ମର ପରିଣାମ ଆମକୁ ବହୁଦୂର ପର୍ଯ୍ୟନ୍ତ ଦେଖାଯାଏ ନାହିଁ, ଆଉ ଯେତେବେଳେ ଆମକୁ ଦେଖା ଦିଏ ସେତେବେଳେ ଆମ ହାତରେ ଆଉ କିଛି ରହି ନଥାଏ ।

ଦ୍ରୌପଦୀ :- ତା’ହେଲେ କ’ଣ ଏ ଯୁଦ୍ଧ ପାଇଁ ମୁଁ ସମ୍ପୂର୍ଣ୍ଣ ରୂପେ ଦାୟୀ କୃଷ୍ଣ ???

କୃଷ୍ଣ :- ନା ଦ୍ରୌପଦୀ । ତମେ ନିଜକୁ ଏତେ ମହତ୍ତ୍ୱପୂର୍ଣ୍ଣ ଭାବନି ।

କିନ୍ତୁ…..ତମେ ତୁମ କର୍ମରେ ସାମାନ୍ୟ ଅଳ୍ପ ଦୂରଦର୍ଶିତା ଦେଖାଇ ଥିଲେ, ଆଜି ତମେ ଏତେ କଷ୍ଟ ପାଉ ନ ଥାନ୍ତ ପାଂଚାଳି ।

ଦ୍ରୌପଦୀ :- ମୁଁ କଅଣ କରି ପାରିଥାନ୍ତି ଗୋବିନ୍ଦ…???

କୃଷ୍ଣ :- ତମେ ବହୁତ କିଛି କରି ପାରିଥାନ୍ତ ଦ୍ରୌପଦୀ ।
ଯେବେ ତୁମର ସ୍ୱୟଂବର ହେଲା….. ସେହି ସମୟରେ ତୁମେ କର୍ଣ୍ଣଙ୍କୁ ଅପମାନିତ କରି ନଥିଲେ ଏବଂ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଅନୁମତି ଦେଇଥିଲେ, ବୋଧହୁଏ ପରିଣାମ ଆଉ କିଛି ହୋଇଥାନ୍ତା ।

ତାପରେ, ଯେବେ କୁନ୍ତୀ ତୁମକୁ ପାଞ୍ଚ ପତିଙ୍କର ପତ୍ନୀ ହେବା ପାଇଁ ଆଦେଶ ଦେଲେ, ସେତେବେଳେ ତୁମେ ଯଦି ସେ ଆଦେଶକୁ ସ୍ୱୀକାର କରିନଥାନ୍ତ, ପରିଣାମ ଆଉ କିଛି ହୋଇଥାଆନ୍ତା ।
ଏବଂତା’ପରେ, ତମେ ତୁମ ମହଲରେ ଦୁର୍ଯୋଧନଙ୍କୁ ଅପମାନିତ କଲ … “ଅନ୍ଧର ପୁତ୍ର ଅନ୍ଧ” ବୋଲି କହିଲ। ସେ କଥା କହି ନଥିଲେ ତୁମର ବସ୍ତ୍ର ହରଣ ହୋଇ ନଥାନ୍ତା। ତେବେ ବୋଧହୁଏ ପରିସ୍ଥିତି ଆଉ କିଛି ହୋଇଥାନ୍ତା ।

ହଁ, ଆମର ଶବ୍ଦ ଆମର କର୍ମ ହୋଇଥାଏ ଦ୍ରୌପଦୀ। ଆଉ ଆମକୁ ପ୍ରତି ଶବ୍ଦ କହିବା ପୂର୍ବରୁ ଭାବି ଚିନ୍ତି କହିବାକୁ ହୋଇଥାଏ। ଅନ୍ୟଥା ତାହାର ଦୁଷ୍ପରିଣାମ କେବଳ ନିଜକୁ ନୁହେଁ, ପୁରା ପରିବେଶକୁ ଦୁଃଖୀ କରି ଦେଇଥାଏ ।

ସଂସାରରେ ମନୁଷ୍ୟ ଏକମାତ୍ର ପ୍ରାଣୀ, ଯାହାର ବିଷ ତାହାର ଦାନ୍ତରେ ନୁହେଁ…. ତାର ଶବ୍ଦରେ ଥାଏ ।

ଏଥିପାଇଁ ଶବ୍ଦର ପ୍ରୟୋଗ ଭାବିଚିନ୍ତି କରିବା ଉଚିତ। ଏପରି ଶବ୍ଦ ପ୍ରୟୋଗ କର, ଯାହା କାହାର ଭାବନାକୁ କୁଠାର ଘାତ ନ କରୁ। କେହି ପ୍ରତିହିଂସା ପରାୟଣ ନହେଉ, କାହିଁକି ନା ମହାଭାରତ ଆମ ଭିତରେ ହିଁ ଲୁଚିକି ରହିଅଛି । କେବଳ ଗୋଟିଏ କୁ-ଶବ୍ଦର ଅପେକ୍ଷା…!!!

🙏 ଜୟ ଶ୍ରୀ କୃଷ୍ଣ 🙏


Share it

Leave a comment

Your email address will not be published. Required fields are marked *

Verified by MonsterInsights