କେବଳ କ୍ଷତ୍ରୀୟ ହିଁ ଗୀତା ଜ୍ଞାନ ପାଇବାକୁ ଯୋଗ୍ୟ …

Share it

ବାସ୍ତବ କଥା ହେଲା, ଭଗବାନ ଶ୍ରୀକୃଷ୍ଣ ଗୀତା ଜ୍ଞାନ, କ୍ଷାତ୍ର କର୍ମ କରିବାକୁ ଜଣେ କର୍ମପନ୍ଥୀ କ୍ଷତ୍ରୀୟଙ୍କୁ ଗୋଟିଏ କର୍ମକ୍ଷେତ୍ରରେ ପ୍ରଦାନ କରିଥିଲେ । ବାମପନ୍ଥୀଙ୍କ ବିରୋଧ କରିବା ପାଇଁ ନୁହେଁ କି ପଣ୍ଡିତମାନେ କାଖରେ ଜାକି ବେପାର କରିବା ପାଇଁ ନୁହେଁ ।

କମୁନିଷ୍ଟମାନେ ଗୀତା ଅନୁରୂପ କର୍ମ ଓ ଆଚରଣ କରନ୍ତି, କିନ୍ତୁ ଗୀତା ପଢାଯିବା କଥା ଉଠିଲେ ପ୍ରାଣମୂର୍ଚ୍ଛା ବିରୋଧ କରନ୍ତି ।

ପଣ୍ଡିତମାନେ ଗୀତାକୁ ଅନବରତ ପଢନ୍ତି, କିନ୍ତୁ ତଦନୁରୂପ କର୍ମ ଓ ଆଚରଣ ଶୂନ ସ୍ତରୀୟ । ଆଚରଣ କରିବା କଥା ଉଠିଲେ ୟାଙ୍କର ପ୍ରାଣ ମୂର୍ଚ୍ଛାଯିବା ପରି ଅବସ୍ଥା ଉପୁଜେ ।

ଏ ଉଭୟେ ଗୀତାକୁ ଏକ ଧର୍ମ ପୁସ୍ତକ ଜ୍ଞାନ କରନ୍ତି । ଉଭୟେ ଗୀତାକୁ ଧର୍ମପୁସ୍ତକ ଜ୍ଞାନ କରି ଏପରି କରିଥାଆନ୍ତି ।

ବାସ୍ତବ କଥା ହେଲା, ଭଗବାନ ଶ୍ରୀକୃଷ୍ଣ ଗୀତା ଜ୍ଞାନ, କ୍ଷାତ୍ର କର୍ମ କରିବାକୁ ଜଣେ କର୍ମପନ୍ଥୀ କ୍ଷତ୍ରୀୟଙ୍କୁ ଗୋଟିଏ କର୍ମକ୍ଷେତ୍ରରେ ପ୍ରଦାନ କରିଥିଲେ । ବାମପନ୍ଥୀଙ୍କ ବିରୋଧ କରିବା ପାଇଁ ନୁହେଁ କି ପଣ୍ଡିତମାନେ କାଖରେ ଜାକି ବେପାର କରିବା ପାଇଁ ନୁହେଁ ।

ତେଣୁ ଗୀତା ପଠନ ଏକମାତ୍ର କ୍ଷତ୍ରୀୟର ହିଁ ଅଧିକାରଭୁକ୍ତ କଥା ଅଟେ ଓ ସମଗ୍ର ବିଶ୍ୱର ପ୍ରତ୍ୟେକ କର୍ମପନ୍ଥୀ କ୍ଷତ୍ରୀୟ ଏବେ ଗୀତା ପଢିବା ବହୁଳଭାବେ ଆବଶ୍ୟକ ମନେ ହେଉଛି, କାରଣ ଗୀତା ଜ୍ଞାନ ଏବେ ଆଚରଣରେ ପ୍ରତିଫଳିତ ହେବା ପ୍ରକ୍ରିୟା ଦିନକୁ ଦିନ ମ୍ଳାନ ହୋଇ ଚାଲିଥିବା ପରି ଦୃଶ୍ୟ ହେଉଛି ।

ଭୋଗତ୍ୟାଗୀ କର୍ମତ୍ୟାଗୀ ଯୋଗୀ ତପସ୍ୱୀ ଗୀତା ପଢନ୍ତୁ ବୋଲି ମୁଁ କହୁ ନାହିଁ । ମୁଁ କହୁଛି କେବଳ କ୍ଷତ୍ରୀୟମାନେ ହିଁ ଗୀତା ପଢିବାପାଇଁ ଯୋଗ୍ୟ ଏବଂ ନିଜର କ୍ଷାତ୍ର କର୍ମ ସୁଚାରୁରୂପେ ସମ୍ପାଦନ କରିବା ନିମିତ୍ତ ସେମାନେ ଏବେ ଗୀତା ଜ୍ଞାନ ଆହରଣ କରି ତାହାକୁ କର୍ମରେ ପ୍ରତିଫଳିତ କରିବା ନିହାତି ଆବଶ୍ୟକ- ବିଶ୍ୱଶାନ୍ତି ପ୍ରତିଷ୍ଠା ପାଇଁ ଏହା ବର୍ତ୍ତମାନ ଅପରିହାର୍ଯ୍ୟ ମନେ ହେଉଛି ।

    ଗୀତା ଏକ ଧର୍ମ ପୁସ୍ତକ ନୁହେଁ, ଗୀତା ହେଉଛି ଜୀବନ ଧର୍ମ । ବିଶ୍ୱ ଯଦି ଜୀବନପୂର୍ଣ୍ଣ ହୋଇଥାଏ, ତାହେଲେ ଗୀତା ଜ୍ଞାନ ବିଶ୍ୱ ଧର୍ମ ହେଲା କି ନାହିଁ ?

    ତେଣୁ ବିଶ୍ୱର ପ୍ରତ୍ୟେକ ଶିକ୍ଷାଳୟରେ ଗୀତା ବା ଏ ଜୀବନ ବ୍ୟାକରଣ ପଢା ଯାଉ, କାରଣ ଶିକ୍ଷାର୍ଥୀଟିଏ କର୍ମତ୍ୟାଗୀ ସିଦ୍ଧ ଯୋଗୀ ନୁହେଁ ।ଜୀବନତା ବି ଏକ ଯୁଦ୍ଧକର୍ମ ମ ! ପ୍ରତ୍ୟେକ ଶିକ୍ଷାର୍ଥୀ ଜୀବନଯୁଦ୍ଧକର୍ମପନ୍ଥୀ ବା କ୍ଷତ୍ରୀୟ, ଆଉ କେବଳ ଏମନ୍ତ କ୍ଷତ୍ରୀୟମାନେ ହିଁ ଗୀତା ଜ୍ଞାନ ପାଇବାକୁ ଯୋଗ୍ୟ ।

ବିଶ୍ୱର ପ୍ରତ୍ୟେକ ବିଦ୍ୟାଳୟରେ ପଢାହେବା ଯୋଗ୍ୟ ଗୀତା ଓଡିଶାର ବିଦ୍ୟାଳୟରେ ପଠନ ଅଯୋଗ୍ୟ ହୋଇପାରିବ କି ?

ତେଣୁ ରାଜ୍ୟର ପ୍ରତ୍ୟେକ ବିଦ୍ୟାଳୟରେ ଏକ ପାଠ୍ୟକ୍ରମ ଭାବରେ ଗୀତା ପଢା ଯିବାର ସୁବନ୍ଦୋବସ୍ତ କରିବା ସରକାରଙ୍କର ଦାୟିତ୍ୱ ହେଲେ କିଛି ଅସୁବିଧା ନାହିଁ ।

ଅବଶ୍ୟ ଘୋର ବିଡମ୍ୱନାର ବିଷୟ ଏହିକି ଯେ, ଆମ ସରକାରମାନେ ନିଜ ଦେଶର ସମ୍ୱିଧାନକୁ ତ ଆଜିଯାଏ ଯଥୋଚିତ ଭାବେ ବିଦ୍ୟାଳୟ ପାଠ୍ୟକ୍ରମରେ ସ୍ଥାନୀତ କରି ପାରିଲେନି, ଏ ଅଣାର୍ଜୁନମାନଙ୍କୁ ଗୀତା ଜ୍ଞାନ କହି ଲାଭ ବା କଣ ?

ଲକ୍ଷ୍ମୀଧର ନାୟକ
Mo Lekha : Facebook post- 24.03.2022


Share it

Leave a comment

Your email address will not be published. Required fields are marked *

Verified by MonsterInsights