କଥା ସବୁ ଏମିତି ଏମିତି … ତୁଷାରକାନ୍ତ

Share it

କଥା ସବୁ ଏମିତି ଏମିତି …

କେବଳ ଯେ ଶ୍ରୀ ସିନ୍ଧିଆ ଏପରି, ତାହା ନୁହେଁ । ଏହା ଭାରତୀୟ ରାଜନୀତିର ଏକ ପ୍ରବାହମାନ ଧାରା ହୋଇ ସମ୍ବିଧାନ, ଗଣତନ୍ତ୍ର, ନୀତିନିଷ୍ଠତା, ପ୍ରତିଶୃତିରକ୍ଷା ଓ ଶାଳୀନତା ଇତ୍ୟାଦି ଭଳି ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାର ସବୁ ଭଲ ଉପାଦାନଗୁଡିକୁ ଧ୍ୱଂସ କରିସାରିଲାଣି।

ତୁଷାରକାନ୍ତର ମୁଣିରେଥିବା ଫାଇଲଗୁଡ଼ି”ରୁ ତା 17.02.2017ରିଖର ଅଂଗ୍ରେଜୀ ଦୈନିକ ସମ୍ବାଦପତ୍ର BUSINESS STANDARDରେ ପ୍ରକାଶିତ ସମ୍ବାଦଟିଏ ବାହାରି ଆସିଲା, ଯାହାର ସାରାଂଶ ଓଡିଆଭାଷାରେ ତଳେ ସ୍ଥାନିତ ଅଛି ।

-ତା09.02.2017ରିଖରେ ମଧ୍ୟପ୍ରଦେଶ ପୋଲିସର ଗୋଟିଏ “ସନ୍ତ୍ରାସବାଦ ବିରୋଧୀ ଗୋଷ୍ଠି- (ANTI- TERROR SQUAD- ଏଟିଏସ)” ଏଗାରଜଣ ସନ୍ଦିଗ୍ଧ ପାକିସ୍ଥାନୀ ଗୁପ୍ତଚର ସଂସ୍ଥା Inter – Services Intelligence- (ISI- ଆଇଏସଆଏ)ର ସଦସ୍ୟଙ୍କୁ ଗିରଫ କରିଛନ୍ତି, ଯେଉଁଥିରେ ମଧ୍ୟପ୍ରଦେଶ ବିଜେପିର ଦୁଇଜଣ ସଦସ୍ୟ ଥିବାର ଅଭିଯୋଗ ହୋଇଛି ।

ଏହା ଉପରେ ତା11.02.2017ରିଖରେ କଂଗ୍ରେସ ଦଳ ତରଫରୁ କୁହାଯାଇଛି ଯେ ” ବିଜେପି ପାକିସ୍ଥାନର ଗୁପ୍ତଚରସଂସ୍ଥା Inter – Services Intelligence- (ISI- ଆଇଏସଆଇ) ତରଫରୁ ପ୍ରମାଣପତ୍ର ପାଇଥିବା ଏକ ଦଳ। ଏହି ଘଟଣା ଉପରେ କଂଗ୍ରେସ ଦଳ ସୁପ୍ରିମକୋର୍ଟଙ୍କ ତତ୍ତାବଧାନରେ ଏକ ତଦନ୍ତ ( S.C monitored probe ISI linked espionage ring busted in M.P) ଦାବି କରୁଛି”।

ଏହା ଉପରେ କଂଗ୍ରେସଦଳର ବରିଷ୍ଠ ପ୍ରବକ୍ତା ଶ୍ରୀ ଜ୍ୟୋର୍ତିଆଦିତ୍ୟ ସିନ୍ଧିଆ କହିଛନ୍ତି ” ଏଭଳି ଦେଶବିରୋଧୀ ଶକ୍ତି ବିଜେପି ସହିତ ଜଡିତଥିବାର ଜଣାପଡିଛି। ଏହା ପୃଥିବୀର ପ୍ରଥମ ରାଜନୈତିକ ଦଳ ଯାହା ‘ISI- ଆଇଏସଆଇ’ ଦ୍ବାରା ସ୍ୱୀକୃତିପ୍ରାପ୍ତ- ISI Certified. ଏହା ବିଜେପିର ପ୍ରକୃତ ପରିଚୟ ଓ ଚରିତ୍ର” ।

ଶ୍ରୀ ସିନ୍ଧିଆ ଆହୁରି କହିଛନ୍ତି ଯେ, “ଭୋପାଳରୁ ଗିରଫ ହୋଇଥିବା ଧୃବ ସାକ୍ସେନା ହେଉଛନ୍ତି ବିଜେପି ଯୁବ ସଙ୍ଗଠନ ‘ଭାରତୀୟ ଯୁବ ମୋର୍ଚ୍ଚା’ ତଥା ମଧ୍ୟପ୍ରଦେଶ ବିଜେପି ଆଇଟି- ସେଲ ( I.T CELL)’ ସଦସ୍ୟ। ତାଙ୍କର ବହୁତ ବିଜେପିନେତାଙ୍କ ସହିତ ସଂପର୍କ ଅଛି।

ମଧ୍ୟପ୍ରଦେଶର ମୂଖ୍ୟମନ୍ତ୍ରୀ, ଓ ବିଜେପିର ଜାତୀୟ ସଚିବ
କୈଳାଶ ବିଜୟବର୍ଗିଆଙ୍କ ସହିତ ତାଙ୍କର ଫଟୋ ଅଛି। ଗୋୱାଲିଅରରୁ ଗିରଫ ହୋଇଥିବା ଜିତେନ୍ଦ୍ର ସିଂହ ବହୁ ବିଜେପିନେତାଙ୍କ ସହ ସଂପର୍କ
ରଖିଛନ୍ତି । ଗିରଫ ହୋଇଥିବା ବଳରାମ ସିଂହ ‘ବଜରଙ୍ଗ ଦଳ’ ସହିତ ସଂପୃକ୍ତ । ISI ସନ୍ତ୍ରାସବାଦୀ ଗୁପ୍ତଚରମାନଙ୍କ ପାଖକୁ ଭାରତୀୟ ତଥା ବୈଦେଶିକ ମୂଦ୍ରା ତାଙ୍କ ଜରିଆରେ ପଠାଯାଇଥାଏ”।( ବିଦ୍ର- ଶ୍ରୀ ସିନ୍ଧିଆ ସେତେବେଳେ କଂଗ୍ରେସର ଅନ୍ୟତମ ତୁଙ୍ଗନେତାଥାଇ ଏପରି କହିଥିଲେ।)

କିନ୍ତୁ , ତା 11.03. 2020 ରିଖରେ ଶ୍ରୀ ସିନ୍ଧିଆ ବିଜେପିରେ ଯୋଗଦାନ କରିବା ପରେ ବିଜେପି ତଥା ଆମ ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦିଜୀଙ୍କର ଭୂରି ଭୂରି ପ୍ରଶଂସାକରି କଂଗ୍ରେସଦଳ ତଥା ଏହାର ଠିକ ପୂର୍ବ ପର୍ଯ୍ୟନ୍ତ ସେ ଏକାନ୍ତ ଅନୁଗତଥିବା ରାହୁଲ ଗାନ୍ଧୀଙ୍କ ଚଉଦପୁଋଷ ଉଝାଳୁଛନ୍ତି, ଯଦିଓ ତାଙ୍କ ଜେଜେମା ବିଜୟାରାଜେ ସିନ୍ଧିଆ, ପିତା ମାଧବରାଓ ସିନ୍ଧିଆ ଓ ସେ ନିଜେ ଗତ ପଞ୍ଚଷଠୀ ବର୍ଷଧରି କଂଗ୍ରେସର ବଡ ବଡ ନେତା ଥିଲେ।

(11.02.2017 ଓ 11.03.2020- ୱାହା ୱାହା ୱାହା)

କେବଳ ଯେ ଶ୍ରୀ ସିନ୍ଧିଆ ଏପରି, ତାହା ନୁହେଁ। ଏହା ଭାରତୀୟ ରାଜନୀତିର ଏକ ପ୍ରବାହମାନ ଧାରା ହୋଇ ସମ୍ବିଧାନ, ଗଣତନ୍ତ୍ର, ନୀତିନିଷ୍ଠତା, ପ୍ରତିଶୃତିରକ୍ଷା ଓ ଶାଳୀନତା ଇତ୍ୟାଦି ଭଳି ସୁସ୍ଥ ଗଣତାନ୍ତ୍ରିକ ପ୍ରକ୍ରିୟାର ସବୁ ଭଲ ଉପାଦାନଗୁଡିକୁ ଧ୍ୱଂସ କରିସାରିଲାଣି।

– ଜୟ ଶ୍ରୀରାମ ଜୟ ଜଗନ୍ନାଥ –

ତୁଷାରକାନ୍ତ ଶତପଥି
ଭୁବନେଶ୍ବର


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights