କେଡେ ସୁନ୍ଦର ମୋ ଓଡିଶା ଭାଷା …..
ଏହାକୁ ବିନୋଦ ସାହିତ୍ୟ ଯୁଗ ନହେଲେ ଲୋକ ସାହିତ୍ୟ ଯୁଗ କୁହାଗଲେ ଚଳିବ କି ??
ଲକ୍ଷ୍ମୀଧର ନାୟକ
କବି- ଓଡିଆ ସାହିତ୍ୟରେ ଏବେ କେଉଁ ଯୁଗ ଚାଲିଛି ?
ଯୁଗ ମାନେ ?
କବି – ଯେମିତି ଓଡିଆ ସାହିତ୍ୟରେ ପୁରାଣ ଯୁଗ, ରୀତି ଯୁଗ, ଆଧୁନିକ ଯୁଗ, ସବୁଜ ଯୁଗ….. ଇତ୍ୟାଦି
ହଁ, ସାହିତ୍ୟରେ ଏ ଯୁଗ ପ୍ରବର୍ତ୍ତକମାନେ କିଏ ?
କବି – ଆପଣ ଗୋଟେ ଯୁଗ ଚଳୋଉ ନାହାନ୍ତି, କିଏ ମନା କରୁଛି କି ?
ହଉ, ଚେଷ୍ଟା କରୁଚି ।
ଏ ଯୁଗକୁ ଓଡିଶା ସାହିତ୍ୟରେ ବିନୋଦ ଯୁଗ କୁହାଯାଉ।
କାରଣ ଲୋକ ଏବେ ସାହିତ୍ୟିକ ହେବାକୁ ସାହିତ୍ୟ ଲେଖୁ ନାହାନ୍ତି।
ନିଜ ଭାବନାକୁ ନିଜସ୍ୱ ଶବ୍ଦରେ ନିଜକୁ ଭଲ ଲାଗିଲା ଢଙ୍ଗରେ ସାହିତ୍ୟ କରି ଲେଖୁଛନ୍ତି, ବହୁ ପାଠକୀୟ ପ୍ରଶଂସା ମଧ୍ୟ ପାଉଛନ୍ତି।
ଭାବନା ବ୍ୟକ୍ତ ହେଉଛି, ଭାଷା ମଧ୍ୟ ଚଳମାନ ହେଉଛି । ଏହା ଏକ ଖୁବ୍ ଭଲ କଥା, ମୋ ମତରେ ।
ଏବେ ଲେଖିବା ପାଇଁ ପତ୍ର ପତ୍ରିକା ହଜାର ସଂଖ୍ୟାରେ ଉପଲବ୍ଧ। ଛପା କଳ ଶହ ସଂଖ୍ୟାରେ ଉପଲବ୍ଧ। ପୁସ୍ତକ ଛାପିବା ଆର୍ଥିକ ସ୍ୱଚ୍ଛଳତା ପ୍ରାୟ ସମସ୍ତଙ୍କ ପାଖରେ ଉପଲବ୍ଧ। ତେଣୁ ଲୋକେ ଲେଖୁଛନ୍ତି, ଛାପୁଛନ୍ତି, ଲେଖୁଛନ୍ତି ଛାପୁଛନ୍ତି ….
ସୋସିଆଲ ମିଡିଆ ଫେସବୁକ୍ ଇତ୍ୟାଦି ଏଥି ପାଇଁ ଆଉ ଗୋଟେ ବଡ ପ୍ଲାଟଫର୍ମ ବି ହୋଇଛି।
ତେଣୁ ନିଜର ଭାବ ବିନୋଦ ପାଇଁ ଲୋକେ ଅସୁମାରୀ ସାହିତ୍ୟ ସୃଷ୍ଟି କରୁଛନ୍ତି, ଅସଂଖ୍ୟ ଲୋକ ପଢୁଛନ୍ତି । ଖୁବ୍ ଭଲ ବି ଲାଗୁଛି ।
କବି – ହଏ ଗୋ ମନ୍-ଭମରା…
ତମ୍-କେ ଲାଗୁ ଝୁମୁରା
ମତେ ନେଁ ଲାଗୁ ନୁରା
ଛି ଦେଖ ତମର୍ ଛାତି ଦିଏଁ ପହରା ….
ପାଠକ – ବାଃ ବା ବାଃ
କବି – ତରଙ୍ଗେ ଗୋଧୂଳି ଲଗ୍ନ ବାସ ଚହଟେ ସନ୍ଧ୍ୟାକାଳେ,
ମାନସପଟେ ଅକୃତିମ ପ୍ରେମରସେ ଭାବବିହ୍ଵଳେ,
ଭାସିଆସେ ଗାଁ’ ଦେଉଳ-ଶଙ୍ଖଧ୍ଵନି ପବନ ସୁଅରେ,
ଫୁଟେ ଫୁଲ ମଉଳିବାକୁ ଭାଗବତ ଟୁଙ୍ଗୀ ଭିତରେ ….
ପାଠକ – ବାଃ ବା ବାଃ
କବି – ରଞ୍ଜା ଉପରେ ଗଞ୍ଜାଟିଏ, ଦେଇଥିଲା ଅଣ୍ଡା ଟିଏ …
ପାଠକ – ବାଃ ବା ବାଃ
କବି – ଧେତ୍,,ଏଡେ ଅବାଗିଆ ସେ,,,
ଥରଥର ଛ ‘ଥର ରକ୍ତ ମାଂସ ମିଶି
ଆଭିଲେଖିକ ଝୋଟି ହେବା ପରେ
ଆଉଥରେ ଆନପାତ୍ରକୁ
ନିଗିଡିନେସିଡି ଗଲା ପରେ
ଲୁଚିଲୁଚି ଆଇଲା ,,ଅନ୍ଧାର ଗୀତ ଗାଇଲା ….
ପାଠକ – ବାଃ ବା ବାଃ
କବି – ଗୋବିନ୍ଦ ବୋଇଲେ ଉଡୁକାନ୍ତମୁଖୀ
ଦୃଢ ଆବରଣେ ସାଇତି ରଖି
କରଜମାପେ ଗଉଣୀ ସମାନ
ଉଦଧି ଓଢଣୀ ଆଭାଯୁକ୍ତ ମାନ
ତ୍ରିବିଧ ଏମନ୍ତ
ଲାଙ୍ଗଳୀ ରସାଳ ଦ୍ରାକ୍ଷାସଞ୍ଜାତ ….
ପାଠକ – ବାଃ ବା ବାଃ
କବି – ନିର୍ଧୁମ୍ ଖରାବେଳେ ସୂର୍ଯ୍ୟ ଘିମିରି ମାରେ ମୋ ପ୍ରିୟା ପିଠିରୁ ….
ପାଠକ – ବାଃ ବା ବାଃ
କବି – ଯୌବନ ଅଟେ ପରା ପ୍ରଭୁଙ୍କ ଦାନ
ପ୍ରେମରେ ସୃଷ୍ଟି କରେ ନୂଆ ଜୀବନ
ନାସ୍ତିକ ଭାବ ମନେ ନରଖ ଭାଇ
ପାପ ପୁଣ୍ୟ ବିଚାର କରିବେ ସେହି
ଅକର୍ମ କର୍ମ ମାନ ଫଳ ପ୍ରାପତ
ଅବଶ୍ୟ ଭୋଗେ ନର ଜ୍ଞାତ ଅଜ୍ଞାତ ….
ପାଠକ – ବାଃ ବା ବାଃ
କବି – ଆସନା ସିଡେକୁ ବାସନା ସିଡେ, ବିଲାଡିକୁ ତିନି ପୁଟଣା ସିଡେ ….
ପାଠକ – ବାଃ ବା ବାଃ
କବି – କାହାଁଇ ରେ ଅହୀରା ଗେୟାକେ ଚରାଉଏ ଗୋ
କାହାଁହିଁ ତ ଗେୟାକେ ଗଠାନ ରେ ?
କାହାଁହିଁ ରେ ଅହୀରା ପାନିୟା ପିଆଉଏ ଗୋ
କାହାଁତ ବାଂଶିଆ ବାଜାଇ ? ….
ପାଠକ – ବାଃ ବା ବାଃ
କବି – ମୋ ପ୍ରିୟା ଏତେ ସୁନ୍ଦରୀ
ତାକୁ ଲୁଚୁଛି ସରଗ ପରୀ
ଜହ୍ନ ଚାହୁଁନି ଲାଜେ
କେଶ ତା ସୁନା ବିଜୁଳି
ତା’ର ତୀର ଚଂଚଳ ଆଖି
ତାକୁ ହରୀଣି ପାରୁନି ଦେଖି
ପୁନେଇଁ ରାତିର କଇଁ
ଚାହିଁ ପାରୁନାହିଁ ଯୌବନକୁ ତା’ର
ସରମରେ ଯାଏ ନଇଁ …..
ପାଠକ – ବାଃ ବା ବାଃ
ତେଣୁ ଏହାକୁ ବିନୋଦ ସାହିତ୍ୟ ଯୁଗ ନହେଲେ ଲୋକ ସାହିତ୍ୟ ଯୁଗ କୁହାଗଲେ ଚଳିବ କି ??
ସାହିତ୍ୟରେ ମୋର ପଢା ଶୂନ, ମୋ ମନକୁ ଯାହା ପାଇଲା କହିଲି, ଏବେ ଆପଣମାନେ କହିବେ ଯଦି କୁହନ୍ତୁ ।
– ଲକ୍ଷ୍ମୀଧର ନାୟକ
My Facebook Post:
16. 09. 2021