କେଡେ କଠିନ ସେ ମାଟିର ଦୀପାଳି ମନ ପୋଡି ଯିଏ ଗଢିଛି ଛାତି ସହିବାକୁ ତେଲ ସଳିତା ତାତି !

Share it

ତେଲ ଶକତିରେ ବଳିତା ଜଳେ
ସଭିଏ ଦେଖନ୍ତି
ସୁନ୍ଦର ଆଲୋକେ ପୁର ଉଜ୍ଜ୍ବଳେ
ଆଲୋକ ମହିମା ଭୁବନେ ପ୍ରସରେ
ଆଲୋକ ଜ୍ୟୋତିରେ ସର୍ବେ ଜ୍ୟୋତିଷ୍ମାନ
ତେଲ ବଳିତାକୁ କିଏ ବା ଭାଳେ ?

ହେଲେ ଭାବିଲେ ଦେଖି
କେଡେ କଠିନ ସେ ମାଟିର ଦୀପାଳି
ମନ ପୋଡି ଯିଏ ଗଢିଛି ଛାତି
ସହିବାକୁ ତେଲ ସଳିତା ତାତି !
ଏ କାରଣୁ ବୋଧେ
ତେଲ ଜଳୁ ଅବା ସଳିତା ଜଳୁ
ସଂସାର କହେ ଦୀପ ଜଳୁଛି;
ସିଏ ସିନା ହୁଏ ସଂସାର ମୁରବୀ
କୁମ୍ଭକାରର ଜଳନ୍ତା ଉଆରେ
ମନ ପୋଡି ଯିଏ ଗଢିଛି ଛାତି !!

Laxmidhar Nayak
My Facebook Post: 26th October 2022


Share it

Leave a comment

Your email address will not be published. Required fields are marked *

Verified by MonsterInsights