କୋଟିଆ ସମସ୍ଯା ଓ ତାର ସମାଧାନ

Share it

ଏଇ ମାତ୍ର ପାଞ୍ଚୋଟି କଥାକୁ ନିଷ୍ଠାର ସହ ପାଞ୍ଚ ବର୍ଷ ପାଳନ କରନ୍ତୁ ଆମ ସରକାର, ଯଦି ଅନ୍ୟ ରାଜ୍ୟର ଲୋକେ ଆମ ରାଜ୍ୟ ସହ ମିଶିବାକୁ ଲାଇନ ନ ଲଗେଇବେ ତାହେଲେ ମୋତେ କହିବ

କେବଳ କୋଟିଆର 21 ଗାଁକୁ ପଡୋଶୀ ରାଜ୍ୟ ମାଡି ବସୁନାହିଁ,
ଏପରି ସମସ୍ୟା ଆମର 10 ଟି ଜିଲ୍ଲାର 95 ଟି ଗାଁକୁ ନେଇ 4 ଟି ରାଜ୍ୟ ସହ ଅଛି ବୋଲି ଆଜି ସୁଦ୍ଧା ଜଣାପଡୁଛି ।

ରାଜ୍ୟ ଗୁଡିକ ହେଲେ
1. ଆନ୍ଧ୍ର ପ୍ରଦେଶ
2. ପଶ୍ଚିମବଙ୍ଗ
3. ଛତିଶଗଡ
4. ଝାଡଖଣ୍ଡ

କେଉଁ ଜିଲ୍ଲାର କେତୋଟି ଗାଆଁ ବିବାଦିତ
1. କୋରାପୁଟ – 21
2. ରାୟଗଡା – 5
3. ଗଜପତି – 16
4. ଗଞ୍ଜାମ – 21
5. ବାଲେଶ୍ୱର – 5
6. ମୟୁରଭଞ୍ଜ – 8
7. କେନ୍ଦୁଝର – 5
8. ସୁନ୍ଦରଗଡ – 6
9. ନବରଙ୍ଗପୁର – 4
10. ଝାରସୁଗୁଡ଼ା – 4

ଏହାଠୁ ଅଧିକ କିମ୍ୱା କମ୍ ବି ହୋଇପାରେ ।

ରାଜ୍ୟ ସରକାର କେମିତି କରିବେ ସମାଧାନ ?
କଣ ଯୁଦ୍ଧ ଘୋଷଣା କରିବେ ?

ମୁଁ କୋଉ ଏ ଗାଁ ସବୁକୁ ଯାଇଛି ଯେ ସମାଧାନ କହିବି ?
ପେଟ୍ରୋଲ 90, ଯିବ କିଏ ଲୋ ମା ?

ରେଭିନିୟୁ ସଚିବ ତେଲ ପକେଇ ଗାଡି ଖଣ୍ଡେ ଦେଇଥିଲେ ହେଲେ ବୁଲି ବାଲିକି ଆସି କଣ ସମାଧାନ ପଦେ କହି ଦେଇ ଥାଆନ୍ତି । ସେ ବାବୁ ଆମ କଥା ଶୁଣିଲେ ତ ?

ବର୍ଷ ବର୍ଷ ହେଲା କୋଟିଆ ଚଷୁ କୁଟା ଚାଲିଛି, ସମାଧାନ କାହିଁ ?

ଛାଡନ୍ତୁ ସେ କଥା
କିଛି ନଦେଖି ବି
ଅନୁମାନରେ ଦି ପାଞ୍ଚ ସମାଧାନ କହି ଦେଉଛି,
ସରକାର ଏତେକ କରୁଥାଆନ୍ତୁ ମୁଁ ଯଦି କେବେ ସେଆଡେ ବୁଲି ଗଲି ତ ଆଉ କିଛି କହିଲେ କହିବି ।

ସମାଧାନ ଇନ୍ ସର୍ଟେଷ୍ଟ ଫର୍ମ :

1. ସବୁ ସୀମାନ୍ତ ରାଜସ୍ୱ ଗ୍ରାମକୁ ଗୋଟିଏ ଲେଖା ପଞ୍ଚାୟତ ଘୋଷଣା କରି ଦିଅନ୍ତୁ ସରକାର

2. ସୋସିଆଲ ଆକ୍ଟିଭିଷ୍ଟ ମାନଙ୍କୁ ଏବେ ବିଭିନ୍ନ ଆଳରେ ନିଷ୍କ୍ରିୟ କରି ଦିଆଯାଇଛି, ସେମାନଙ୍କୁ ଏହି ସବୁ ସୀମାନ୍ତ ଗ୍ରାମ ପୁଞ୍ଜ ବା କ୍ଲଷ୍ଟର ମାନଙ୍କରେ ପୁନଃ କ୍ରିୟାଶୀଳ ହେବାର ସୁଯୋଗ ସୃଷ୍ଟି କରାଯାଉ

3.
a) ଶିକ୍ଷା,
b) ସ୍ୱାସ୍ଥ୍ୟ,
c) ଜୀବିକା/ବୃତ୍ତି,
d) କୃଷି
e) ପରିବେଶ

ଏଇ ପାଞ୍ଚଟି କାମର ଦାୟିତ୍ୱ ବଛା ବଛା NGO ମାନଙ୍କ ମାଧ୍ୟମରେ ସୋସିଆଲ ଆକ୍ଟିଭିଷ୍ଟ ମାନଙ୍କ ହାତରେ ନ୍ୟସ୍ତ କରାଯାଉ । ସେ କ୍ଲଷ୍ଟର ପାଇଁ ଏ ସଂକ୍ରାନ୍ତୀୟ ସବୁ ଯୋଜନାର ପଇସା NGO ମାନଙ୍କ ମାଧ୍ୟମରେ ବ୍ୟୟ କରାଯାଉ ।

4. ସେହିପରି ଅନ୍ୟ ପାଞ୍ଚଟି କଥା, ଯଥା
a) ଆଇନଶୃଙ୍ଖଳା (ପର୍ଯ୍ୟାପ୍ତ OSAP ମୁତୟନ)
b) ଭିତ୍ତିଭୁମି (ରାସ୍ତା ଘାଟ ଇତ୍ୟାଦି)
c) ଶିଳ୍ପ (ଖଣିଜ ଇତ୍ୟାଦି)
d) ନିଯୁକ୍ତି (ସରକାରୀ ବେସରକୀରୀ ଚାକିରୀ )
e) ସେବା (ସରକାରୀ ଅଫିସ ମାନଙ୍କର ତତ୍ପରତା)
ଏ ସବୁର ଦାୟୁତ୍ୱ ନିଅନ୍ତୁ ସରକାର ।

ଏଥିପାଇଁ ବିଡିଓଙ୍କ ବାଦ୍ ଏ ସୀମାନ୍ତ ଗ୍ରାମପୁଞ୍ଜମାନଙ୍କ ପାଇଁ ଜଣେ ଜଣେSpecial Development Officer ( SDO ) ନିଯୁକ୍ତ କରନ୍ତୁ ସରକାର ।

5.
a) ସୁପ୍ରିମ କୋର୍ଟରେ ଆଇନଗତ ଲଢେଇ,
b) ପାର୍ଲାମେଣ୍ଟରେ ରାଜନୈତିକ ଲଢେଇ,
c) ବିଧାନ ସଭାରେ ସର୍ବଦଳୀୟ କମିଟି ମାଧ୍ୟମରେ
ସହଯୋଗ ସଂଗ୍ରହ,
d) ଗଣମାଧ୍ୟମ ମାନଙ୍କ ମାଧ୍ୟମରେ ଉପରୋକ୍ତ ଚାରୋଟି କାମର ଟିକିନିଖି ତଥ୍ୟ ସଂଗ୍ରହ ଓ ପ୍ରସାରଣ କରାଇ ସାଧାରଣ ଜନତାଙ୍କର ବିଶ୍ୱାସ ଭାଜନ ହେବାକୁ ଆନ୍ତରୀକ ଉଦ୍ୟମ କରନ୍ତୁ ସରକାର ।

ପ୍ରାଥମିକ ପର୍ଯ୍ୟାୟରେ ମୋର ଏ ପାଞ୍ଚଟି କଥା ମାନନ୍ତୁ ସରକାର,

ସମସ୍ୟା ଏଥୁ ବଳକା ହେଲେ ଆମ୍ଭେ ବରଂ ପରେ କେବେ ସେ ଅଞ୍ଚଳ ଗସ୍ତ କରି ସମସ୍ୟାଟିକୁ ପାଖରୁ ଦେଖିଲା ପରେ ହୁଏତ ଆଉ କିଛି କଥା କହିପାରୁ ଆମ୍ଭ ସରକାରଙ୍କୁ ।

ଏଇ ମାତ୍ର ପାଞ୍ଚୋଟି କଥାକୁ ନିଷ୍ଠାର ସହ ପାଞ୍ଚ ବର୍ଷ ପାଳନ କରନ୍ତୁ ଆମ ସରକାର, ଯଦି ଅନ୍ୟ ରାଜ୍ୟର ଲୋକେ ଆମ ରାଜ୍ୟ ସହ ମିଶିବାକୁ ଲାଇନ ନ ଲଗେଇବେ ତାହେଲେ ମୋତେ କହିବ ।

ୟାଠୁ ଅଧିକ କିଛି କହିହାକୁ ଚାହୁଁଥିଲେ, ଆପଣମାନେ ମଧ୍ୟ ସେକଥା ଏଠାରେ କହି ପାରନ୍ତି |

– ଲକ୍ଷ୍ମୀଧର ନାୟକ
19. 02. 21


Share it

Leave a comment

Your email address will not be published. Required fields are marked *

Verified by MonsterInsights