ଓଲଟି ଯାଇପାରେ ୨୦୨୪ ନିର୍ବାଚନ ଫଳ : ସୂତାଖିଅରେ ୬୦ ଆସନର ଭାଗ୍ୟ

Share it

ଓଲଟି ଯାଇପାରେ ୨୦୨୪ ନିର୍ବାଚନ ଫଳ,
ସୂତାଖିଅରେ ୬୦ ଆସନର ଭାଗ୍ୟ ।

ରାଜ୍ୟର ୬୦ଟି ବିଧାନସଭା ଆସନକୁ ନେଇ ଏମିତି କିଛି ଅଙ୍କ କଷୁଛନ୍ତି ସବୁ ଦଳ । ଏହାକୁ ନେଇ ବିଧାୟକଙ୍କ ଛାତି ଧଡ଼ଧଡ଼ ହେଉଥିବାବେଳେ ବିଧାୟକ ହେବାକୁ ଆଶା ବାନ୍ଧିଥିବା ନେତା ବି ଚିନ୍ତାରେ ।

ଏ ତାଲିକାରେ ବରିଷ୍ଠ ନେତା ପ୍ରଦୀପ୍ତ ନାଏକ, ରଜନୀକାନ୍ତ ସିଂହ, ଶଶୀଭୂଷଣ ସାହୁ, ବିକ୍ରମ କେଶରୀ ଆରୁଖ, ବ୍ୟୋମକେଶ ରାୟ, ବିଷ୍ଣୁବ୍ରତ ରାଉତରାୟ, ପ୍ରଶାନ୍ତ ମୁଦୁଲି, ଭୂପିନ୍ଦର ସିଂହଙ୍କ ଭଳି ପ୍ରମୁଖ ନେତାଙ୍କ ଆସନ ରହିଛି ।

୨୦୧୯ ରେ ୬୦ଟି ବିଧାନସଭା ଆସନରେ ହାରଜିତ ଭିତରେ ଥିଲା ୧୦ ହଜାରରୁ କମ୍‌ ଭୋଟ ବ୍ୟବଧାନ ।

୩ଟି ଆସନରେ ୧ ହଜାରରୁ କମ୍‌ ବ୍ୟବଧାନରେ ହାରଜିତ ସ୍ଥିର ହୋଇଥିଲା ।

୪ଟି ଏମିତି ଆସନ ରହିଛି, ଯେଉଁଠି ବିଜୟୀ ଓ ନିଟକତମ ପ୍ରତିଦ୍ୱନ୍ଦ୍ୱୀଙ୍କ ଭିତରେ ବ୍ୟବଧାନ ଥିଲା ୧ ହଜାରରୁ ୨ ହଜାର ଭୋଟ ।

୧୪ଟି ଆସନରେ ବିଜୟ-ପରାଜୟର ବ୍ୟବଧାନ ଥିଲା ୨ ହଜାରରୁ ୫ ହଜାର ଭୋଟ ।

ପ୍ରାୟ ୩୯ଟି ଆସନରେ ୫ ହଜାରରୁ ୧୦ ହଜାର ଭୋଟ୍‌ ବ୍ୟବଧାନ ଥିଲା ।

ଏବେ କଂଗ୍ରେସର ୯ ବିଧାୟକ ଥିବାବେଳେ ସେଥିରୁ ୮ ଜଣ ଖୁବ କମ୍‌ ବ୍ୟବଧାନରେ ଜିତଥିଲେ ।

ବିଜେପିର ୨୨ରୁ ୧୪ଜଣ ବିଧାୟକ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଥିଲେ ।

ବିଜେଡି ୩୭ଟି ଆସନରେ ବହୁ କଷ୍ଟରେ କଡ଼ା ଲଢ଼େଇ କରି ଜିିତିଥିଲା ।

    ୨୦୧୯ ନିର୍ବାଚନ :
    1ହଜାରରୁ 3 ହଜାର ବ୍ଯବଧାନ

କେନ୍ଦୁଝର ବିଧାନସଭା ଆସନରେ ୧୧୨୪ଟି ଭୋଟ,
ଉଦଳାରେ ୧୪୩୩,
ବଡ଼ଚଣାରେ ୧୪୮୫,
ନୀଳଗିରିରେ ୧୫୭୭,
ବ୍ରହ୍ମଗିରିରେ ୨୧୩୦,
ମୋହନାରେ ୨୩୫୪,
ଚିତ୍ରକୋଣ୍ଡାରେ ୨୫୪୫
କୋଟପାଡ଼ରେ ୨୬୩୧,
ଗୋପାଳପୁରରେ ୨୬୭୩,
ରାଇରଙ୍ଗପୁରରେ ୨୮୪୭,
ଖରିଆରରେ ୨୮୫୭,
ଭୋଟରେ ହାର୍‌-ଜିତ ନିର୍ଦ୍ଧାରିତ ହୋଇଥିଲା ।

3 ହଜାରରୁ 5 ହଜାର ବ୍ଯବଧାନ :

ବରୀ,
ବାରବାଟୀ-କଟକ,
ପୁରୀ,
ରେମୁଣା,
ସୋର,
ରଘୁନାଥପାଲ୍ଲୀ,
କୁଚିଣ୍ଡା,
ସମ୍ବଲପୁର,
ଭବାନୀପାଟଣା,
କଣ୍ଟାମାଳ,
ରଣପୁର,
ରାୟଗଡ଼ା,
ପଟ୍ଟାଙ୍ଗୀରେ ୩ ହଜାରରୁ ୫ ହଜାର ଭିତରେ ବିଜୟ-ପରାଜୟ ଫଳ ଆସିଥିଲା ।

୫ ହଜାରରୁ ୧୦ ହଜାର ଭୋଟ ବ୍ୟବଧାନ :

ବରଗଡ଼,
ସୁନ୍ଦରଗଡ଼,
ରେଙ୍ଗାଳି,
ଦେବଗଡ଼,
ତେଲକୋଇ,
ପାଟଣା,
ଯଶିପୁର,
ସାରସକଣା,
କରଞ୍ଜିଆ,
ମୋରଡ଼ା,
ଭଣ୍ଡାରିପୋଖରୀ,
ବାସୁଦେବପୁର,
ଚାନ୍ଦବାଲି,
ଧାମନଗର,
ଅନୁଗୁଳ,
ଛେଣ୍ଡିପଦା,
ବଲାଙ୍ଗିର,
ଉମରକୋଟ,
ନବରଙ୍ଗପୁର,
ନର୍ଲା,
ବାଲିଗୁଡ଼ା,
କେନ୍ଦ୍ରାପଡ଼ା,
ଜଗତସିଂହପୁର,
ଜଟଣୀ,
ଭଞ୍ଜନଗର,
ଜୟପୁର,
କୋରାପୁଟରେ
5 ହଜାରରୁ 10 ହଜାର ଭୋଟ ବ୍ଯବଧାନରେ ଫଳାଫଳ ନିର୍ଦ୍ଧାରିତ ହୋଇଥିଲା ।

ପ୍ରାୟ ୨୦ରୁ ଅଧିକ ଚର୍ଚ୍ଚିତ ତଥା ପ୍ରଭାବଶାଳୀ ନେତା ଗତ ନିର୍ବାଚନରେ ସ୍ୱଳ୍ପ ଭୋଟ୍‌ ବ୍ୟବଧାନରେ ଜିତିଥିଲେ ।

ବଲାଙ୍ଗିର ଆସନରୁ କଂଗ୍ରେସ ନେତା ନରସିଂହ ମିଶ୍ର ୫୩୪୧ ଭୋଟରେ ବିଜୟୀ ହୋଇଥିଲେ । ବଡ଼ଚଣାରୁ ବିଜେଡିର ଅମର ପ୍ରସାଦ ଶତପଥୀ ୧୪୮୫ ଭୋଟ୍‌ରେ ଓ ବିଜେପି ନେତା ଜୟନାରାୟଣ ମିଶ୍ର ସମ୍ବଲପୁରରୁ ୪୩୮୦ ଭୋଟରେ ସଂଘର୍ଷପୂର୍ଣ୍ଣ ଲଢ଼େଇ ଜିତିଥିଲେ । କଂଗ୍ରେସର ମହମ୍ମଦ ମୋକିମ ବାରବାଟୀ କଟକରୁ ୩୮୨୭ ଭୋଟରେ ଜିତିଥିଲେ । କଂଗ୍ରେସର ତାରାପ୍ରସାଦ ବାହିନୀପତି ମଧ୍ୟ ଗତ ନିର୍ବାଚନରେ ୫୪୫୧ ଭୋଟରେ ଜୟପୁରରେ ବିଜେଡିକୁ ହରାଇଥିଲେ ।

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁରରେ କଂଗ୍ରେସ-ବିଜେଡି ଭିତରେ ହାରଜିତର ବ୍ୟବଧାନ ଥିଲା ମାତ୍ର ୨୨୯ ଖଣ୍ଡ ଭୋଟ । ୨୦୧୯ରେ ବିଜେଡିର ପ୍ରଭୁ ଜାନି ଜିତିଥିଲେ । ହେଲେ ତତ୍କାଳୀନ କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ କୈଳାସ କୁଲେସିକା ଏବେ ବିଜେଡିରେ । ତେଣୁ ଲକ୍ଷ୍ମୀପୁରରେ ବିଜେଡି ବଳ ବଢ଼ିଛି । ମାତ୍ର ଗତ ନିର୍ବାଚନର ଭୋଟ ବ୍ୟବଧାନକୁ ଅନୁଧ୍ୟାନ କଲେ ଆଗାମୀ ନିର୍ବାଚନ ଫଳାଫଳ ଆକଳନ କରିବା ସହଜ ନୁହେଁ ।

କେବଳ ୯୪୬ଟି ଅଧିକ ଭୋଟରେ ସୁନ୍ଦରଗଡ ଜିଲ୍ଲା ରାଜଗାଙ୍ଗପୁରରେ ବାଜି ମାରିଥିଲେ କଂଗ୍ରେସର ସିଏସ ରାଜନ ଏକ୍କା । ନବାଗତ ଏକ୍କାଙ୍କଠାରୁ ହାରିଥିଲେ ୫ ଥରର ବିଧାୟକ ବିଜେଡିର ବରିଷ୍ଠ ନେତା ମଙ୍ଗଳା କିଷାନ । ଏଥର ଏ ଆସନରେ ଉଭୟ କଂଗ୍ରେସ ଓ ବିଜେଡି ପୂରା ଦମ୍‌ ଲଗାଇ ଦେଇଛନ୍ତି । ବିଜେପି ବି କମର କଷିଛି ।

ସେହିପରି ୨୦୧୯ରେ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗରେ ମାତ୍ର ୭୪୦ଟି ଭୋଟ ପାଇଁ ପଛରେ ପଡ଼ିଗଲେ ବିଜେପି ନେତା ବିଭୂତି ପ୍ରଧାନ । ହ୍ୟାଟ୍ରିକ ବିଜୟର ପତାକା ଉଡ଼ାଇଲେ ବିଜେଡିର ଭେଟେରାନ ନେତା ଡ. ନୃସିଂହ ସାହୁ । ଅନ୍ୟପଟେ ବିଜେପି ଜିଲ୍ଲାରେ ପୂରା ବଳ ଲଗାଇ ଦେଇଛି । ତେଣୁ ଆଗାମୀ ଫଳକୁ ନେଇ କିଛି କୁହାଯାଇନପାରେ ।

ସେହିପରି ଅଳ୍ପ ଭୋଟ ବ୍ୟବଧାନରେ ରାୟଗଡ଼ାରୁ ମକରନ୍ଦ ମୁଦୁଲି ସ୍ୱାଧୀନ ପ୍ରାର୍ଥୀ ଭାବେ ବିଜୟୀ ହୋଇଥିଲେ । ନିର୍ଦ୍ଦଳୀୟ ମକରନ୍ଦ ଏଯାଏଁ ବିଜେଡିରେ ମିଶିନଥିଲେ ମଧ୍ୟ ସରକାରଙ୍କ ସହଯୋଗୀ ଭୂମିକାରେ ଅଛନ୍ତି ।

ଗୋପାଳପୁରରୁ ଗତ ଥର ବିଜେଡି ଟିକଟରେ ପ୍ରଦୀପ ପାଣିଗ୍ରାହୀ ମାତ୍ର ୨୬୭୩ ଭୋଟ ବ୍ୟବଧାନରେ ବିଜୟୀ ହୋଇଥିଲେ । ମାତ୍ର ଗୋପାଳପୁରରେ ସମୀକରଣ ଏବେ ବଦଳିଯାଇଛି । ପ୍ରଦୀପ ଆଉ ବିଜେଡିରେ ନାହାନ୍ତି ।

ଜଟଣୀରେ କଂଗ୍ରେସର ବରିଷ୍ଠ ନେତା ସୁରେଶ କୁମାର ରାଉତରାୟ ମଧ୍ୟ ସଂଘର୍ଷପୂର୍ଣ୍ଣ ଲଢ଼େଇରେ ୭୫୨୨ଟି ଭୋଟ ଅଧିକ ପାଇ ଜିିତିଥିଲେ । ଜଟଣୀ ରାଜନୀତି ପାଣିପାଗ ଆଗକୁ କେଉଁ ଦିଗକୁ ଯିବ, କହିବା ମୁସ୍କିଲ ।

ଜଗତସିଂହପୁରରେ ପ୍ରଶାନ୍ତ ମୁଦୁଲିଙ୍କୁ ଗତ ନିର୍ବାଚନରେ କଂଗ୍ରେସର ଚିରଞ୍ଜିବୀ ବିଶ୍ୱାଳ କଡ଼ା ଟକ୍କର ଦେଇ ୮୬୪୨ ଭୋଟରେ ପରାଜିତ ହୋଇଥିଲେ । ଚିରଞ୍ଜୀବୀଙ୍କ ସାଂଗଠନିକ ଦମ୍‌ ଯୋଗୁ କଂଗ୍ରେସ ଗତବର୍ଷ ଜଗତସିଂହପୁରରେ ମ୍ୟୁନିସିପାଲିଟି ଅଧ୍ୟକ୍ଷ ପଦ ଜିତିଛି । ତେବେ ଆଗାମୀ ନିର୍ବାଚନ ନେଇ ନାନା ଚର୍ଚ୍ଚା ହେଉଥିବାବେଳେ ବିଜେଡିରୁ କିଏ ପ୍ରାର୍ଥୀ ହେବେ, ତାହା ମଧ୍ୟ ଅସ୍ପଷ୍ଟ । ଜଗତସିଂହପୁର ଉପରେ ସବୁ ଦଳର ନଜର ରହିଛି । ନିର୍ବାଚନ ପୂର୍ବରୁ ଏଠି ବଡ଼ ଧରଣର ଦଳ ଡିଆଁ ହୋଇପାରେ ।

ସେହିପରି ଖୋର୍ଦ୍ଧାରେ ୧୦ ହଜାର ୪୩ଟି ଭୋଟ ଓ ଚିଲିକାରେ ପ୍ରାୟ ୧୦ ହଜାରରୁ ଅଧିକ ଭୋଟରେ ବିଜେଡି ଜିତିଥିଲା । ମାତ୍ର ଇତିମଧ୍ୟରେ ଉଭୟ ଖୋର୍ଦ୍ଧା ଓ ଚିଲିକାରେ ସମୀକରଣ ବଦଳିଛି । ଚିଲିକା ବିଧାୟକ ଏବେ ବିଜେଡି ବାହାରେ ।

୨୦୧୯ ନିର୍ବାଚନରେ ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ କଂଗ୍ରେସ-ବିଜେପି ଭିତରେ ହୋଇଥିଲା କଡ଼ା ଟକ୍କର । ମାତ୍ର ୧୨୮ଟି ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ହରାଇଥିଲେ କଂଗ୍ରେସର ହେଭିୱେଟ ସନ୍ତୋଷ ସିଂ ସାଲୁଜା । ବିଜେଡି ଭଲ ଭୋଟ ପାଇଥିଲେ ବି ତୃତୀୟ ସ୍ଥାନରେ ଥିଲା । ଏଥର ପୌର ନିର୍ବାଚନର ବିଜୟ କଣ୍ଟାବାଞ୍ଜିରେ ସାଲୁଜାଙ୍କ ବଳ ବଢ଼ାଇଛି, ତଥାପି ଭୋଟର ସାମାନ୍ୟ ଏପାଖ ସେପାଖ ହେଲେ ୨୦୨୪ ନିର୍ବାଚନ ଫଳ ଓଲଟିପାରେ । ଯଦି ୨/୩ଟି ବୁଥ୍‌ କିମ୍ବା ଗୋଟିଏ ପଞ୍ଚାୟତ ଭୋଟରଙ୍କ ମନ ବଦଳିଯାଏ, ତେବେ କିଛି ବି ହୋଇପାରେ ।

    ଏସବୁ କେବଳ ନୀର୍ବାଚନ ଗଣିତ । ମତଦାତା ମନୋବିଜ୍ଞାନ ଏକ ଭିନ୍ନ ପ୍ରସଙ୍ଗ ଅଟେ, ଯାହା ନୀର୍ବାଚନ ଗଣିତକୁ କ୍ଷଣକେ ଓଲଟ ପାଲଟ କରିଦେବାର ଦକ୍ଷତା ରଖେ ।

    ସତ କହିବାକୁ ଗଲେ ମିଶାଣ ଫେଡାଣ ନୀର୍ବାଚନ ଗଣିତକୁ ହାର ଜିତ୍ ର ମାପକାଠି ବୋଲି ବିଚାର କରି ବସୁଥିବା ପରାମର୍ଶ ଦାତାଏ କାଳେ କାଳେ ଚିତପଟାଙ୍ଗ ମାରନ୍ତି ମତଦାତାର ମାଇଣ୍ଡ କେମେଷ୍ଟ୍ରିର ହରଣ ଗୁଣନ କରି ନପାରି ।

    ସେ ସମ୍ପର୍କୀତ ଆଲୋଚନା ଆଉ କେବେ ।

Laxmidhar Nayak & Mukesh Parida


Share it

Join the Conversation

1 Comment

  1. ନିର୍ବାଚନ ଫଳା ଫଳ ଓଲଟିବା ଦରକାର ,ନୂତନ ସରକାର ଶାସନ କରିବା ଦରକାର।

Leave a comment

Your email address will not be published. Required fields are marked *

Verified by MonsterInsights