ଓଡିଶା ସରକାରଙ୍କ କରୋନା ସେବା : କେତେ ସତ, କେତେ ଗପ

Share it

ଓଡିଶା ସରକାରଙ୍କ କରୋନା ସେବା : କେତେ ସତ, କେତେ ଗପ
My Facebook Post: 7th August 2020

ମୁଖ୍ୟମନ୍ତ୍ରୀ ତାଙ୍କ ଲୋକସମ୍ପର୍କ ବିଭାଗ ମାଧ୍ୟମରେ ସୂଚନା ଦେଇ କହୁଛନ୍ତି 04.08.2020 ତାରିଖ ସୁଦ୍ଧା ଓଡିଶାରେ

1. ଗ୍ରାମପଞ୍ଚାୟତ ସ୍ତରରେ ସୃଷ୍ଟି କରାଯାଇଥିବା କୋଭିଡ୍ କେୟାର ହୋମ୍ ସଂଖ୍ୟା – 6,770

2. ଏ କୋଭିଡ୍ କେୟାର ହୋମ୍ ରେ
ବେଡ୍ ସଂଖ୍ୟା – 67,491

3. କ୍ଲଷ୍ଟର ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ସଂଖ୍ୟା – 1490

4. କ୍ଲଷ୍ଟର ଅସ୍ଥାୟୀ ଚିକିତ୍ସା କେନ୍ଦ୍ରରେ
ବେଡ୍ ସଂଖ୍ୟା – 71, 834

5. କରୋନା ଟେଷ୍ଟ କରାଯାଇଥିବା
ଲୋକଙ୍କ ସଂଖ୍ୟା – 5, 70, 590

6. ସେଥିରୁ ପଜିଟିଭ୍ ଚିହ୍ନଟ ସଂଖ୍ୟା – 37, 681

7. ସେଥିରୁ ସୁସ୍ଥ ହୋଇଥିବା
ଲେକଙ୍କ ସଂଖ୍ୟା – 24, 482

8. ସକ୍ରିୟ ଥାଇ ଚିକିତ୍ସିତ ହେଉଥିବା
ରୋଗୀଙ୍କ ସଂଖ୍ୟା – 12, 940

9. ସ୍ୱର୍ଗବାସ – 216

10. ଅବଶିଷ୍ଟ 43 ଜଣ – ??
ଏମାନେ ହସ ପାତାଳରୁ ସ୍ୱର୍ଗକୁ ଗଲେ କି କୁଆଡେ ଗଲେ ସୂଚନା ଦେଇନି ଲୋକ ସମ୍ପର୍କ ବିଭାଗ,
କମ୍ ଗଣିତ ଜ୍ଞାନ ଓ ବେଶି ଦରମା ୟାଙ୍କ ମୁଣ୍ଡକୁ ଇମ୍ୱାଲାନସ୍ କରୁଚି କି ଆଉ କିଛି ବେପାର ପାଇଁ ଗଣାଗଣି ଭୁଲ ହେଉଛି , ସେକଥା ସେମାନଙ୍କୁ ଜଣା , ଆଜିକାଲି ତ ମଣିଷ ଦେହରୁ ଆଖି କିଡିନି ହାଡ ପର୍ଯ୍ୟନ୍ତ ବି ବିକିରି ହୋଉଚି , ୟାଙ୍କୁ ଖଣ୍ଡେ ପାସ୍ ଦବାକୁ କହିଲେ ତିରିଶି ପ୍ରକାର ସ୍ପେଶାଲ ସ୍କୃଟିନି କରିବେ, ସତେ ଯିମିତି ସେକେରେଟାରିଏଟ୍ ଟା ୟାଙ୍କ ଜେଜେଙ୍କ ଜମିଦାରୀ ଆଉ ସାମ୍ୱାଦିକଗୁଡା ସବୁ ଆତଙ୍କବାଦୀ, ହସପିଟାଲରୁ 43 ଲୋକ କୁଆଡେ ଗଲେ ଗଣି ହେଉନି, ଏ ବାବୁମାନେ ଦରମା ପତ୍ର ନେଇକି କାମ କରନ୍ତି କି ଦରମାଗୁଡାକୁ ଚିଫ୍ ମିନିଷ୍ଟର ରିଲିଫ୍ ଫଣ୍ଡକୁ ଦାନ କରିଦେଇ ମାଗଣା କରୋନା ସେବା କରୁଛନ୍ତି କେଜାଣି, ଓ କରୋନା ଯୋଦ୍ଧା ଗୁଡାକ ତ, ଏମିତି ବିଭାଗ ଟେ ସରକାର କାହିଁକି ରଖିଚନ୍ତି, ଏ ବିଭାଗ ଓଡିଶା ଲୋକଙ୍କର କି ଉପକାରରେ ଲାଗେ କେଜାଣି,
ଏମାନେ ଯଦି ଲୋକଙ୍କୁ ଏମିତି ସୂଚନା ଅଜାଡନ୍ତି , ତାହେଲେ ପୁଣି ଆର ଟି ଆଇ ହେଲା କାହିଁକି,
ଲୋକେ ଯଦି ଆରଟିଆଇ ରେ ସୂଚନା ପାଇବେ, ତାହେଲେ ଏ ସୂଚନା ଲୋକ ସମ୍ପର୍କ ବିଭାଗ ଟା ରହିବ କାହିଁକି ନା ସେଠି ଦଳେ ଅଯଥା ଟାରେ ବସି ଦରମା ନେବେ କାହିଁକି, ସତରେ ସାମ୍ୱାଦିକଙ୍କୁ ହଇରାଣ କରିବା ବ୍ୟତୀତ କଣ ୟାଙ୍କର କାମ, କୋଉ ଗାଁ ଲୋକର ବିଲମୁଣ୍ଡରେ ବସି ଏମାନେ ଲୋକଙ୍କୁ କି ସୂଚନା ବାଣ୍ଟନ୍ତି, ସେକଥାର ଗୋଟେ ହିସାବ ତାଙ୍କ ମନ୍ତ୍ରୀ କି ସଚିବ ଦିଅନ୍ତୁ, ଆଉ ଏ 43 ପେସେଣ୍ଟ କୁଆଡେ ଗଲେ ତାଙ୍କୁ ତୁରନ୍ତ ଖୋଜିକି ଆଣନ୍ତୁ

11. କ୍ୱାରାଣ୍ଟାଇନରେ ରହିଥିବା ପ୍ରବାସୀଙ୍କୁ
ମୁଣ୍ଡ ପିଛା 2 ହଜାର ହିସାବରେ ଦିଆଯାଇଛି ମୋଟ୍ – 115 କୋଟି 41 ଲକ୍ଷ 59 ହଜାର ଟଙ୍କା

12. କିନ୍ତୁ କୋଭିଡ ହସପିଟାଲ ମାନଙ୍କରେ କେତେ ବେଡ୍ ବ୍ୟବସ୍ଥା ହୋଇଛି ଓ ସରକାର ବେଡ୍ ପିଛା ମେଡିକାଲ ମାଲିକ ମାନଙ୍କୁ କେତେ ଟଙ୍କା ଦେଉଛନ୍ତି ସରକାର କ୍ଲିଅର କହୁନାହାନ୍ତି

ଏ ହେଲା ଆମ ସରକାରଙ୍କ କହିବା କଥା ||

ଲେକେ କିନ୍ତୁ ନିମ୍ନ ପ୍ରକାରେ ଗପୁଛନ୍ତି

୧. କୋଭିଡ ହସ୍ପିଟାଲ ବେଡ୍ ସଂଖ୍ଯା – ୬,୯୭୭
୨. କୋଭିଡ ଆଇ ସି ୟୁ ସଂଖ୍ଯା – ୩୧୨

ଏକଥା ମଧ୍ଯ କୁହାଯାଉଛି ଯେ,
ଏ କୋଭିଡ୍ ହସ୍ପିଟାଲ ବେଡ୍ ରେ କୋଭିଡ ପାସେଣ୍ଟ ରୁହନ୍ତୁ କି ନ ରୁହନ୍ତୁ ହସପିଟାଲ ମାଲିକଙ୍କୁ ସରକାର ଦେଉଛନ୍ତି – ଦିନକୁ ୧୭ ହଜାର ଟଙ୍କା

କୋଭିଡ୍ କେୟାର ସେଣ୍ଟର ବେଡ୍ ପିଛା ସରପଞ୍ଚ ମାନଙ୍କୁ କେତେ ଦେଉଛନ୍ତି କେହି କହୁ ନାହାନ୍ତି

କୋଭିଡ୍ ହସପିଟାଲ ମାଲିକମାନେ ରୋଗୀଙ୍କୁ ଦିନକୁ ଦେଉଛନ୍ତି –
ଭିଟାମିନ ସି ଟାବଲେଟ୍ , ପାରାସିଟାମୁଲ ଟାବଲେଟ୍ ଇତ୍ଯାଦି ଇତ୍ଯାଦି ବହୁତ କିଛି ଔଷଧ ଓ ହହୁତ ସେବା

ହେଲେ ଏ ସମ୍ପର୍କୀତ ସଠିକ୍ ସୂଚନା ଟି କଣ ?

ସାମ୍ୱାଦିକମାନେ ସରକାରଙ୍କୁ ପଚାରି ବୁଝି ଲୋକଙ୍କୁ ଜଣାଇବେ କି ?

ନହେଲେ ତୁଣ୍ଡବାଇଦ ପରି ଲୋକ ମୁଖରେ ନାନା କଥା ପ୍ରଚାର ହୋଇ ଅଯଥାଟାରେ ସରକାର ବଦନାମ ହେବା ଆରମ୍ଭ କଲେଣି

ବିଶେଷକରି କୋଭିଡ ହସପିଟାଲ ବେଡ ପିଛା ସରକାର ଦିନକୁ ୧୭ ହଜାର ଟଙ୍କା ପେମେଣ୍ଟ କରୁଛନ୍ତି ନା ୭ ହଜାର, କେହି ସଠିକ ଜାଣିଥିଲେ ନିଶ୍ଚୟ କୁହନ୍ତୁ ,

ଏତେ ନିଷ୍ଠାର ସହ କୋଭିଡ ମୁକାବିଲା ପାଇଁ ଦିନ ରାତି ଏକାକାର କରି କାମ କରୁଥିବା ଆମ ସରକାରଙ୍କୁ ଲୋକ ଅପବାଦରୁ ବଞ୍ଚାନ୍ତୁ

ଦିନକୁ ରୋଗୀ ପିଛା 7 ହଜାର କି 17 ହଜାର ଟଙ୍କା ନେଉଥିବା ହସ୍ପିଟାଲ ମାଲିକମାନେ ଦିନକୁ ରୋଗୀ ପିଛା କେତେ ଖର୍ଚ କରୁଛନ୍ତି, ତାର ବି ଗୋଟେ ମୋଟାମୋଟି ହିସାବ ଲୋକଙ୍କ ସାମନାରେ ରଖନ୍ତୁ

ସତ କହିଲେ ସମ୍ମାନ ମିଳେ ।

କୋଭିଡ ମୁକାବିଲା ପାଇଁ ଇତି ମଧ୍ଯରେ ସରକାର ୧୯୦୦ କୋଟି ଖର୍ଚ କରିସାରିଲେଣି ବୋଲି କୁହାଯାଉଛି, ପୁଣି ଆଗକୁ ଖର୍ଚ କରିବେ,

ସରକାରଙ୍କୁ କେହି ଠକି ନ ଦେଉ ,
କାରଣ ଏ ଟଙ୍କା ଲୋକେ ଦେଉଥିବା ଟିକସ ଟଙ୍କା କିମ୍ୱା ସରକାର କରୁଥିବା ଋଣ ଟଙ୍କା, ଯାହାକୁ କରୋନା ପରେ ଲୋକେ ଟିକସ ଦେଇ ଶୁଝିବେ

ଲକ୍ଷ୍ମୀଧର ନାୟକ
My Facebook Post: 7th August 2020


Share it

Leave a comment

Your email address will not be published. Required fields are marked *

Verified by MonsterInsights