ଏବେ ମୌଳିକ ଶିକ୍ଷାର ପୁନଃ ପ୍ରଚଳନ ଜରୁରୀ

Share it

ଆମର ଏଗୁଡା ଏଜୁକେଶନ ୟୁନିଭରସିଟି ନା
ବେକାର ଉତ୍ପାଦନ କାରଖାନା ???

ଏବେ ମୌଳିକ ଶିକ୍ଷାର ପୁନଃ ପ୍ରଚଳନ ଜରୁରୀ
( Basic School Model of Bari
can only produce Nation Builders )

ଫଟୋ ନଂ – ୧

ଏ ଲୋକଟା ସ୍କୁଲ୍ ଯାଇନି,କିନ୍ତୁ ଇଏ ବେକାର ନୁହେଁ,
ତାକୁ କାମ ମିଳୁଛି ।

ଫଟୋ ନଂ – ୨

ଏ ସୁଟ୍ କୋଟ୍ ପିନ୍ଧା ବାବୁ ସବୁ ପାଠ ପଢି ସାରିଛନ୍ତି,
ୟେ ବେକାର, ୟାଂକୁ କର୍ମ ମିଳୁନି ।
ତାହେଲେ ୨୦ ବର୍ଷ ଧରି ସ୍କୁଲ୍ କଲେଜରେ ଏ ଲୋକଟା କ’ଣ ପଢୁ ଥିଲା ?

ଯିଏ ପାଠ ପଢିଲା, ସେ ଟା ବେକାର ହୋଇ ଯାଉଛି,
ତାକୁ କର୍ମ ମିଳୁନି ।
ଆମର ଏଗୁଡା ଏଜୁକେଶନ୍ ୟୁନିଭରସିଟି ନା
ବେକାର ଉତ୍ପାଦନ କାରଖାନା ?

ପିଲା ଗ୍ରାଜୁଏଟ୍,
ଗାମୁଛା ଇଞ୍ଚେ ଚିରିଗଲେ ନା ସିଲେଇ କରିପାରିବ,
ନା କେରଳ ନୋଳିଆଙ୍କ ପରିକା ନଈ ପହଁରି ପାରିବ,
ନା ବେଦ କାଣ୍ଡେ ପଢିପାରିବ,
ନା ଧାନ ବାଳୁଙ୍ଗା ବାରି ପାରିବ,
ବାଖୁଲି କହିଲେ ତ ଇଏ Internet ଖୋଜିବ ।

ସେଥିରେ ପୁଣି ଦିଦି ଡବଲ୍ ଅଣ୍ଡା ଦେଇ ଡାକୁଛନ୍ତି
ଆ ଧନମଣି ପାଠ ପଢିବୁ
ବେକାର ହବୁ
ତୁ ନ ଆସିଲେ
ଆମେ କେମିତି ଦରମା ନେବୁ
କୋର୍ସ କରିଚି ଆମ ସର୍କାର
ପଢିଲେ ସିନା ତୁ ହବୁ ବେକାର
!

ଲକ୍ଷ୍ମୀଧର ନାୟକ
Mo Lekha : Facebook post- 09.04.2018


Share it

Leave a comment

Your email address will not be published. Required fields are marked *

Verified by MonsterInsights