ଏପିକ୍ୟୁରିଆନ୍ ପାରାଡକ୍ସ ଏବଂ ମୋର ଉତ୍ତର

Share it

16th April 2024

” ଏପିକ୍ୟୁରସ୍ [ Epicurus – 341 BCE to 270 BCE ] ଜଣେ ପ୍ରାଚୀନ ଗ୍ରୀକ୍ ଦାର୍ଶନିକ । ତାଙ୍କର ଏକ ଦ୍ଵନ୍ଦ୍ୱାତ୍ମକ ଯୁକ୍ତି , ଯାହା ଏପିକ୍ୟୁରିଆନ୍ ପାରାଡକ୍ସ ନାମରେ ପରିଚିତ, ଚିନ୍ତାଶୀଳ ବ୍ୟକ୍ତିମାନଙ୍କ ଭିତରେ ଏଯାବତ ଆଗ୍ରହ ଓ କୌତୁହଳ ସୃଷ୍ଟି କରି ଆସିଛି ।

ବକ୍ତବ୍ୟଟି ହେଲା – ଯାହା ମନ୍ଦ ଓ ଅନିଷ୍ଟକାରୀ , ଭଗବାନ ଯଦି ତାର ନିବାରଣ ପାଇଁ ଇଚ୍ଛୁକ କିନ୍ତୁ ଅସମର୍ଥ , ତେବେ ସେ ସର୍ବଶକ୍ତିମାନ ନୁହନ୍ତି ।

ଯଦି ସମର୍ଥ କିନ୍ତୁ ଅନିଚ୍ଛୁକ, ତେବେ ତାଙ୍କୁ ସର୍ବୋତ୍ତମ କୁହା ଯାଇ ପାରିବ ନାହିଁ ।

ଏବଂ ଯଦି ଭଗବାନ ମନ୍ଦ ଓ ଅନିଷ୍ଟକାରୀ ଉପାଦାନ ସବୁର ନିବାରଣ ସକାଶେ ଉଭୟ ଇଚ୍ଛୁକ ଓ ସମର୍ଥ , ତାହେଲେ ପ୍ରଶ୍ନ ଉଠେ ପୃଥିବୀରେ ଏତେ ଦୁଃଖ ଯନ୍ତ୍ରଣା ଓ ପୀଡା କାହିଁକି ?

ମନେହୁଏ ଏପିକ୍ୟୁରସଙ୍କ ଏ ସଂଶୟବାଦୀ ଯୁକ୍ତି ଭଗବାନଙ୍କ ସର୍ବଶକ୍ତିମାନ, ସର୍ବୋତ୍ତମ ଅସ୍ତିତ୍ୱ ଓ ତତ୍ ଜନିତ ବିଶ୍ୱାସ ସମ୍ମୁଖରେ ଏକ ଶାଣିତ ପ୍ରଶ୍ନବାଚୀ ହୋଇ ରହିଥିଲା ଓ ଏବେ ବି ରହିଛି । ”

ଏପିକ୍ଯୁରସ ମହାଶୟଙ୍କୁ ମୋର ଉତ୍ତର –

ଆଜ୍ଞା ! ଯିଏ ସବୁ କରିପାରେ ସେ ହିଁ ସର୍ବଶକ୍ତିମାନ, ଈଶ୍ବର …

ସବୁରି ଭିତରେ ସବୁଠାରେ ଉପସ୍ଥିତ ଗୋଟେ ଶକ୍ତି ଉତ୍ସ, ଯାହା ଆଧାରରେ ଗଛ ସୃଷ୍ଟି, ମଣିଷ ସୃଷ୍ଟି, ପଥର ସୃଷ୍ଟି, ପାଣି ପବନ ସୃଷ୍ଟି , ସୁଖ, ଦୁଃଖ ସୃଷ୍ଟି ;
ଓ ରୁପାନ୍ତରିତ ହୁଏ ,

ମଞ୍ଜିରୁ ଗଛ ହେବା ରୂପାନ୍ତରଣ , କଢ ଫୁଲ ଫଳ ଶୁଖିଲା କାଠ ଜାଳ ପାଉଁଶ ଖତ ହେବା, ସବୁ ଶକ୍ତିର ରୁପାନ୍ତରଣ ଅଟଇ ।

ଶକ୍ତିର ଉଦ୍ ବୋଧନ :
ପଣିକିଆ ମନେ ରଖିବାକୁ ହେବ ତ ସ୍ମରଣ ଶକ୍ତିର ଉଦ୍ ବୋଧନ ଆବଶ୍ଯକ, ଯିଏ ସେ ଉଦବୋଧନେ ସକ୍ଷମ ତାର ପଣକିଆ ମନେ ରହିବ, ସ୍ଥାନ କାଳ ପାତ୍ର ସୀମିତତାରେ ଯେ ପାତ୍ରେ ଏ ଉଦବୋଧନ ବା ଶକ୍ତି ସ୍ଫୁରଣ ସମ୍ଭବ ନୋହିଲା ତ ତାର ମନେ ରହିବନି, ଏମିତି ଏମିତି ସବୁ କଥା

ଦୁଃଖ ଆଡେଇ ସୁଖ ଉଦବୋଧନ ବି ଗୋଟେ ଶକ୍ତି ସ୍ଫୁରଣ

ଜଣେ ଚୋରୀ କରିବ, ଚୋରୀ କରିବା ପାଇଁ ଯେଉଁ ବୁଦ୍ଧି ବଳ କୌଶଳ ଶକ୍ତି ଆବଶ୍ଯକ ସେ ତାହାର ଉଦବୋଧନ କରେ

ପୁଲିସି ଚୋରକୁ ବାନ୍ଧିବ , ଏଥି ପାଇଁ ଯେଉଁ ବୁଦ୍ଧି ବଳ କୌଶଳ ଶକ୍ତି ଆବଶ୍ଯକ ସେ ତାହାର ଉଦବୋଧନ କରେ , ରେପ୍ ମର୍ଡର, ନାରୀ ସମ୍ମାନ, ଆମ୍ବାନୀ ହେବା କି କମୁନିଷ୍ଟ ହେବା ସବୁ ସେହି ଏକା ଧାରାର କଥା

ଶକ୍ତିକୁ ଆମେ ଯଦି ଭଗବାନ ନାମ ଦେବା ତାହାର ଉଦବୋଧନ ଓ ସ୍ଫୁରଣକୁ ଭଗବାନଙ୍କ ଆବିର୍ଭାବ, ଜନ୍ମ , ଅବତାର କହିବା; ତାହା ମଧ୍ଯ କୁହାଯାଇ ପାରିବ

ମନେକର ଶକ୍ତି ଇଲେକ୍ଟ୍ରି କରେଣ୍ଟ ପରି, ତାକୁ ଏସି ରେ ଲଗେଇଲେ ଥଣ୍ଡା କରିବ, ହିଟରରେ ଲଗେଇଲେ ଗରମ କରିବ, ଶବଦାହ ଚୁଲାରେ ଲଗେଇଲେ ଶବ ପୋଡିବ,
ଶକ୍ତି ନିଜେ କେଉଁଠି କେମିତି ବ୍ଯବହାର ହେଉଛି ସେ ସେସବୁ କିଛି ବୁଝେନା କି ସେଥିରେ ତାର ଆପତ୍ତି କରିବାର କିଛି ନଥାଏ ।

ଆମେ ବୁଝୁଥିବା ଆମେ ପୁଜୁଥିବା ଭଗବାନ କଥା :

ଏଇଟା ଏବେ ଚାଲିଥିବା IPL ର my 11 cricket team ଜୁଆ ଖେଳ ପରିକା କଥା ।

30 ଖେଳାଳୀ ଭିତରୁ permutation combination କରି ନିଜ ମନ ଇଚ୍ଛା ଗୋଟେ ଟିମ୍ ବନେଇବ, ସେଥିରେ ଭୋଗରାଗ ମାନେ 50, 100 ଟଙ୍କା ଲଗେଇବ, ତମ ଟିମ୍ ର ଦି ଚାରି ଜଣ ଯଦି ଭଲ ଖେଳିଦେଲେ ତ ତମେ କୋଟିଏ ପାଇଲ, ଯଦି ଠିକ୍ କମ୍ବିନେସନ ନହେଲା ଭଲ ନଖେଳିଲେ ପଇସା ବରବାଦ୍, ଜଣେ କିଏ କୋଟିଏ ଜିତିଯିବ, ପଚାଶ ଲକ୍ଷ ଲୋକ ସେଇ ଧାରାରେ ଲାଇନ ଲଗେଇଥିବେ । 49 ଲକ୍ଷ … ହତାଶ ।

ଆମ ଭଗବାନ ପୂଜା ସେଇ ଧାରା , ହା ହା ହା

ତଳେ ଗୋଟେ ଫଟ ଦେଇଛି । ଗୋଟେ ଦି ମହଲା ଘର ଭିତରେ ସୁନ୍ଦର ସିମେଣ୍ଟ ଟାଇଲ ପଡିଛି । ସେ ଟାଇଲ ଫଟେଇ ଗୋଟେ ଗିଲାସ ଫୁଲ ଗଛ ଉଠିଚି ।

ଏକଥା ଟା ସତ ନା ମିଛ ?

ଏ କଥା ଟା ପୁରା ସତ ।

ତା ପରେ ଆରମ୍ଭ ପଣ୍ଡିତ ମୌଲବି ପାଦ୍ରୀ ପ୍ରବଚକ ବାବା ମାତାଙ୍କ ଜ୍ଞାନ ଗଣ୍ଠିଲି ବେପାର ।

ତା ପରେ ଏମାନେ ଅଜ୍ଞାନତା ବଶତଃ ହେଉ କି ବେପାର କରିବା ଉଦ୍ଦେଶ୍ଯରେ ହେଉ କହିବା ଆରମ୍ଭ କରିବେ –

ସିମେଣ୍ଟ ଆଣିବ, ରଡ ଆଣିବ, କଣ୍ଟ୍ରାକ୍ଟର ଡାକିବ, ଦି ମହଲା ଘର କରିବ, ତା ଭିତରେ ମାଟିଆ କଲର ଟାଇଲ ପକେଇବ, ସେଠି ପିଲା ଛୁଆ ପରିବାର ନେଇ ଖଟ ପକେଇ ଦି ବର୍ଷ ଶୋଇବ, ତା ପରେ ଯାଇ ଟାଇଲ ଫଟେଇ ଗିଲାସ ଫୁଲ ଗଛ ଉଠିବ । ଏଇଟା ଗିଲାସ ଫୁଲ ଚାଷ ପ୍ରଣାଳୀ , ପରୀକ୍ଷିତ ଓ ଡକୁମେଣ୍ଟେଡ୍ ।

ତାକୁ ଯଦି ହେତୁବାଦୀ ବାଲା, ଧେତ୍ ଏଗୁଡା ସୁଦୁ ବେକାର କଥା ବୋଲି ଲୋକଙ୍କୁ ବୁଝେଇ ବସିବେ , ଏ ନନା ମୌଲବି ପାଦ୍ରି ଦଳ ସିଧା ଏ ଫଟ ଟାକୁ ଫେସବୁକ୍ ରେ ଛାଡି ଦେଇ ସିଧା ସାକ୍ଷ୍ଯ ପ୍ରମାଣ ଦେଇଦେବେ ଆଉ ହେତୁବାଦୀ ଙ୍କ ଚଉଦ ପୁରୁଷ ଉଝାଳିବେ । ତାପରେ ଯାହା କଥାରେ ଲୋକେ ଯୁଆଡେ ଭାସିବା କଥା ଭାସି ଚାଲିବେ, ଦଳେ ହେତୁବାଦୀ ସୁଅରେ ଆଉ ଦଳେ ନ-ମୌ-ଦ୍ରୀ ସୁଅରେ । କାରଣ ଦି ପକ୍ଷଙ୍କ କଥା ତ ବିଶ୍ୱାସ ଯୋଗ୍ଯ, ଯୁକ୍ତି ସିଦ୍ଧ ।

ତେଣୁ ଭଗବାନ ଅଛନ୍ତି କଣ ନା ନାହାନ୍ତି କଣ ?

ତମେ କାହାକୁ ଗୋଟେ ଆଦର୍ଶ ମାନି ସେଇ ପରିକା ହେବାକୁ ଚେଷ୍ଟା କରିବା ଗୋଟେ ସାଧନା, ପୂଜା ବା ଶକ୍ତି ଉଦବୋଧନ ।

ସେଇ କଥାକୁ ଗୋଟେ ସିଷ୍ଟମ ବନେଇ ଦେଢ କୋଟି ଟଙ୍କାର ଲଟେରୀ ଜିତିବା ଆଶାୟୀ କୋଟି କୋଟି ଲୋକଙ୍କୁ ନାନା ପ୍ରକାରେ ନଚେଇବା ଭୁତେଇବା କିଛି ଲୋକଙ୍କ ପାଇଁ ଗୋଟାଏ ସୁଯୋଗ।

ଏମିତି ଏମିତି ସବୁ ତୁମ ସଂସାର ଓ ଭଗବାନଙ୍କ କଥା ।

ତୁମକୁ ଏତେ କଥାରୁ କଣ ମିଳୁଛି, ତୁମକୁ ଯାହା ଭଲ ଲାଗୁଛି ସେଇଆ କର ହେ । ଶ୍ଯା ତମେ ତ ସିଧା ଡାଇରେକ୍ଟ ଭଗବାନ, ତୁମରି ନିଜ ଭଗବାନତ୍ବ ଟିକକ କୁ ପାଳି ପୋଷି ଯତ୍ନ ନେଇ ତୁମ ମନକୁ ପାଇଲା ପରିକା ଯେମିତି ଯେତିକି ସୁନ୍ଦର କରିହେବ ଯେଡେ ବଡ ଭଗବାନ କରିହେବ ତ କରୁନ କାହିଁକି ?

ତମେ ନିଜେ ଖୁସି ଖୁସିରେ ସହଜରେ ହସି ଖେଳି ଚାଲି ବୁଲି କାମ କରି ନକରି ଶୋଇ ବସି ଯେଡେ ବଡ ଭଗବାନ ହେଇପାରିବ ସେଡିକି ଟେ ଭଗବାନ ହେଇ ସେତିକିରେ ସନ୍ତୁଷ୍ଟ ହବା ଛାଡି ଗୋଟେ ଅସନ୍ତୁଷ୍ଟି ଶକ୍ତିର ଉଦବୋଧନ କାହିଁକି କରୁଚ ?

ହଁ ସେ ଅସନ୍ତୁଷ୍ଟି ଶକ୍ତି ଉଦବୋଧନରୁ ଯଦି ଆନନ୍ଦ ମିଳୁଚି ତାହେଲେ ତାହା ବି କରାଯାଉ , ଯାହା ଚାଲୁଛି ତାହା ଚାଲୁ , କଣ ଘଷି ଭାଡି ଷଣ୍ଢ ଖାଇଯାଉଚି ! ଶାଲା ଆନନ୍ଦ ଯଦି ବା ଈଶ୍ବର ନୋହିଲା, ଈଶ୍ବର ଆଉ ବା କିଏ କି ?

ବୋଲ୍ ଆନନ୍ଦେ ଏକବାର ହରି ବୋଲ୍
ହା ହା ହା ହା ହା ହା

– ଲକ୍ଷ୍ମୀଧର ନାୟକ
My facebook post : 16th April 2024


Share it

Join the Conversation

1 Comment

  1. ଏହା ସତ୍ଯ ଭଳି ଲାଗୁଛି। କିନ୍ତୁ ସତ୍ଯ ଆଉ କିଛି ଯାହା ପଶ୍ଚିମ ଦେଶ ମାନଙ୍କ ଅଭିଧାନ ରେ ନାହିଁ। ତେଣୁ ଏ ସବୁ ଯୁକି ମୋ ପାଇଁ ନିରର୍ଥକ।
    ପାଶ୍ଚାତ୍ୟ ଆଭିମୁଖ୍ୟ ରେ ଭଗବାନ ସୁପାରି କିଲର ଭଳି। ଆମ ଦେଶ ରେ ଗୋପି ମାନଙ୍କ ଭକ୍ତି ଶ୍ରେଷ୍ଠ।କାରଣ ଏଠି ଭଗବାନ ଙ୍କୁ ପ୍ରଶ୍ନ କରିବା ର ପରମ୍ପରା ନାହିଁ। ମୋ ଦେଶ ରେ ଗୋଟିଏ ସତ୍ଯ ‘ ହିନ୍ଦୁ ତନମନ୍ ହିନ୍ଦୁ ଜୀବନ ଗର୍ବ ମେରା ହିନ୍ଦୁ ପରିଚୟ…. ‘(ଅଟଳ କବିତା)

Leave a comment

Your email address will not be published. Required fields are marked *

Verified by MonsterInsights