ଏକା ଖାଇବାକୁ ଏକା ବଞ୍ଚିବାକୁ ଚିନ୍ତା ପୋଷିଥାଏ ବୋକା

Share it

ଅମୃତ ଅନୁଭବ
——– ତ୍ରିଲୋଚନ

ଦେଖୁଛି ନିରେଖି ଘେରି ରହିଛନ୍ତି
ମୋ ଚାରି ପାଖରେ କିଛି
ସେମାନେ ଅଛନ୍ତି ବୋଲି ମୁଁ ଭାବୁଛି
ଜୀବନ ମୋ ଦେହେ ଅଛି

ଦୋଷକଲେ ପ୍ରଜା ରୋଷକରି ରାଜା
ଦେଉଥିଲେ ନିର୍ବାସନ
ଏକଲା ଜୀବନ ମରଣ ସମାନ
ସାମାଜିକ ପ୍ରାଣୀ ଜ୍ଞାନ ।।

ଆଗମନ ପାଇଁ ମାଆ ଅବଦାନ,
ପାଳନ ନିମନ୍ତେ ବାପା
ଖେଳକୁଦ କାଳେ ସାଥୀ ଅବଦାନ
ଜ୍ଞାନ ପାଇଁ ଗୁରୁ କୃପା।।

ସଂସାର ଯାତ୍ରାରେ ଯୋଷା ଅବଦାନ
ଆୟକାଳେ ଅନ୍ନଦାତା
ବାହୁଡ଼ା ଯାତ୍ରାରେ ଜ୍ଞାତି ପରିଜନ,
ସଦାକାଳେ ବିଶ୍ୱପିତା।।

ପାରିବାପଣର ଅଛି ଶେଷ ଗାର,
ହେଉପଚ୍ଛେ ମହାବଳ
ପଙ୍ଗୁ ଲଂଘି ପାରେ ହିମାଳୟ ଗିରି
ଥିଲେ ସାମାଜିକ ବଳ।।

ଦିନେ ଯଦି କେହି ଆ କହେ ନାହିଁ
କହେ ନାହିଁ ଆରେ ଖା
ଲାଗେ ସେ ଦିନଟା ବେକାର
ବିତିଲା, ହଜି ଗଲା କିଛି ଟଙ୍କା।।

ସଂସାରକୁ କେହି ଏକା ଆସେ ନାହିଁ
ଯୁଇ ଜଳେ ନାହିଁ ଏକା
ଏକା ଖାଇବାକୁ ଏକା ବଞ୍ଚିବାକୁ
ଚିନ୍ତା ପୋଷିଥାଏ ବୋକା।।
—————–

ତ୍ରିଲୋଚନ ପଣ୍ଡା
ଧାମନଗର, ଭଦ୍ରକ


Share it

Leave a comment

Your email address will not be published. Required fields are marked *

Verified by MonsterInsights