ଏକଦା ଆଣ୍ଡାମାନ ଓଡ଼ିଶା ଦଖଲରେ ଥିଲା। ମେଦିନାପୁରରେ ତାମ୍ରଲିପ୍ତ ବନ୍ଦର ଥିଲା । ଯାହା କଳିଙ୍ଗର ପ୍ରମୁଖ ବନ୍ଦର ମଧ୍ୟରୁ ଅନ୍ୟତମ । ଆମେ ଷଢେଇକେଲା ଓ ଖରସୁଆଁ ବି ହରେଇଲୁ । ଏକଦା ଓଡ଼ିଶା ସରକାରଙ୍କ ସହାୟତାରେ ସୀମାନ୍ତ ମଧ୍ୟପ୍ରଦେଶ ସମେତ ରାୟପୁରରେ ବିଦ୍ୟାଳୟ ମାନଙ୍କରେ ଓଡ଼ିଆ ପଢ଼ାଯାଉଥିଲା। ଛତିଶଗଡ଼ ଓଡ଼ିଆଙ୍କ ଭାଷା କୋଶଲୀ ଓ ସାଂସ୍କୃତିକ ଭାଷା ଓଡ଼ିଆ। ଅନେକ ଭାଗବତ ଟୁଙ୍ଗୀ ଆଜିବି ବଞ୍ଚିଛି। ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ବେଳେ ସରକାର ଏମାନଙ୍କୁ ଭୁଲିଗଲେ।
ବିନା ତର୍କରେ ସାଧାରଣ ଭାବେ କୁହାଯାଇ ପାରେ, ନିଜର ଭାବକୁ ପ୍ରକାଶ କରିବା ମାଧ୍ୟମକୁ ଭାଷା ଓ ଅନୁଭବକୁ ସାହିତ୍ୟ ହୋଇଯାଏ। ଓଡ଼ିଶା ଗୋଟିଏ ରାଜ୍ୟ ଯାହାର ତର୍କସମ୍ମତ ମାନଚିତ୍ର ଟିଏ ବର୍ତ୍ତମାନ ମଧ୍ୟ ତିଆରି କରି ପାରିଲା ନାହିଁ। ସାମୁଦ୍ରିକ ବ୍ୟବସାୟ ଓଡ଼ିଶାର ତଟୀୟ ସୀମାକୁ ବିସ୍ତାରିତ କରି ରଖିଥିଲା ତା ସହିତ ଭାଷା ଓ ସଂସ୍କୃତି।
ଓଡ଼ିଶାର ତଟୀୟ ସୀମାକୁ ନିଜ ଅକ୍ତିଆରରେ ରଖିବା ପାଇଁ ମଗଧ ସମ୍ରାଟ ନନ୍ଦଙ୍କ ଠାରୁ ଇଂରେଜ ପର୍ଯ୍ୟନ୍ତ ଆକ୍ରମଣ କରିଛନ୍ତି। ଅଶୋକଙ୍କ କଳିଙ୍ଗ ଯୁଦ୍ଧ ଇତିହାସ ବିକ୍ଷାତ। ଦ୍ରାବିଡ଼ିୟ, ପାଲି ଓ ପ୍ରାକୃତ ଭାଷା ଭାରତୀୟ ଉପମହାଦ୍ବୀପର ଲୋକ, ସାହିତ୍ୟ, ରାଜକୀୟ ଓ ବାଣିଜ୍ୟକ ଭାଷା ଥିଲା। ହଜାର ହଜାର ବର୍ଷର ଜଟିଳ ରାଜନୀତିକ ପ୍ରକ୍ରିୟା ଭିତରେ ଓଡ଼ିଆ ଭାଷା ନିଜକୁ ପ୍ରତିଷ୍ଠିତ କରିବା ଏକ ଶକ୍ତ ସଂସ୍କୃତି ଦ୍ବାରା ସମ୍ଭବ ହୋଇ ପାରିଥାଏ। ଏହା ହୋଇଛି।
ମେଦିନାପୁରରେ ତାମ୍ରଲିପ୍ତ ବନ୍ଦର ଥିଲା। ଯାହା ଟଲେମି, ଫାହିୟାନ, ହୁଏନ୍ସାଂ, ଆରବ ଗ୍ରୀକ ଆଦିଙ୍କ ଦ୍ୱାରା ସମ୍ମାନର ସହ ଉଲ୍ଲେଖ ରହିଅଛି। ଯାହା କଳିଙ୍ଗର ପ୍ରମୁଖ ବନ୍ଦର ମଧ୍ୟରୁ ଅନ୍ୟତମ।
ଏକଦା ଆଣ୍ଡାମାନ ଓଡ଼ିଶା ଦଖଲରେ ଥିଲା। ଆଜିର ଦିନରେ ଓଡ଼ିଆ ସଂସ୍କୃତି ମେଦିନାପୁରର ମୂଳ ଲୋକଙ୍କ ନିକଟରେ ରହିଅଛି କିନ୍ତୁ ସେମାନଙ୍କ ଓଡ଼ିଆତ୍ୱ ବିସ୍ମୃତ ହୋଇ ଯାଇଛି। ବହିରାଗତଙ୍କ ଦ୍ୱାରା ବଡ଼ ବଡ଼ ପୋତ ଓ ଜାହାଜ ଆସିବା ଏବଂ ସଡକ ପଥର ଉନ୍ନତି ହେବା କାରଣରୁ କଳିଙ୍ଗ ତଟ ଉପେକ୍ଷିତ ହୋଇଗଲା। ତା ସହ ସମ୍ପନ୍ନତା ବି ଉଭାନ ହୋଇଗଲା।
୧୯୫୦ ମସିହା ସୁଦ୍ଧା ଆମେ ଷଢେଇକେଲା ଓ ଖରସୁଆଁ ହରେଇଲୁ।
ଏକଦା ଓଡ଼ିଶା ସରକାରଙ୍କ ସହାୟତାରେ ସୀମାନ୍ତ ମଧ୍ୟପ୍ରଦେଶ ସମେତ ରାୟପୁରରେ ବିଦ୍ୟାଳୟ ମାନଙ୍କରେ ଓଡ଼ିଆ ପଢ଼ାଯାଉଥିଲା। ଅନେକ ଦଶନ୍ଧୀ ବନ୍ଦ ରହିବାପରେ ରମଣ ସିଂ ତାଙ୍କର ଉତ୍ତର କାଳରେ, ସୀମାନ୍ତ କ୍ଷେତ୍ରରେ ଯେଉଁମାନେ ଓଡିଆ ପଢିବେ ସେମାନେ ପଢ଼ିପାରିବେ ବୋଲି ସରକାରୀ ଘୋଷଣା କଲେ। ଯାହାର କୌଣସି ଯୋଜନା ନ ଥିଲା। ପଢିବାକୁ ଚାହିଲେ ବି ପଢେଇବ କିଏ? ଏ ସରଳ ପ୍ରଶ୍ନର ଉତ୍ତର ପାଞ୍ଚ ବର୍ଷର କଂଗ୍ରେସ ଶାସନ ବି ଦେଲା ନାହିଁ।
ଏହି ଆପ୍ରାସଙ୍ଗିକ ଘୋଷଣା ଏକ ଜୁମଲା ଥିଲା କାରଣ ଓଡ଼ିଆକୁ ଛତିଶଗଡର ଦ୍ୱିତୀୟ ରାଜଭାଷା ଦାବୀ ହେଲା। ନଚେତ ଓଡ଼ିଶା ସହ ମିଶି ଯିବାର ଆନ୍ଦୋଳନ ବି ହେଲା। ଏହି ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ଉପରୋକ୍ତ ଘୋଷଣା ଥିଲା।
ଛତିଶଗଡ଼ ଓଡ଼ିଆଙ୍କ ଭାଷା କୋଶଲୀ ଓ ସାଂସ୍କୃତିକ ଭାଷା ଓଡ଼ିଆ। ଅନେକ ଭାଗବତ ଟୁଙ୍ଗୀ ଆଜିବି ବଞ୍ଚିଛି।
ବିଶ୍ଵ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ ବେଳେ ସରକାର ଏମାନଙ୍କୁ ଭୁଲିଗଲେ। ଛାତ୍ରଛାତ୍ରୀଙ୍କୁ ନିଜର ଅସ୍ତିତ୍ବ ଓ କ୍ଷମତା ବିଷୟରେ ଅନୁଭବ କରେଇଲେ ମାତ୍ର। ପ୍ରକାରାନ୍ତେ ଆଗାମୀ ପିଢୀଙ୍କୁ ଦଶମ୍ବଦ ରହିବାକୁ ପ୍ରସ୍ତୁତ କରେଇଲେ।
ମାତୃଭାଷା ଦିବସରେ, ଓଡ଼ିଆ ସମେତ ଓଡ଼ିଶାର ଅନେକ ମାତୃଭାଷା ପ୍ରତି ସମ୍ମାନ ପ୍ରଦର୍ଶନ କରି ପାରୁଥିବା ଶାସନକଳଟିଏ ଓଡ଼ିଆ ଆଜି ପର୍ଯ୍ୟନ୍ତ ତିଆରି କରି ପାରିଲା ନାହିଁ।
ସମସ୍ତ ମାତୃଭାଷାର ଜୟ ହେଉ।
ମାତୃଭାଷା_ଦିବସ_ଓ_ଓଡ଼ିଶା : ଏକ ଅନୁଚିନ୍ତା
ବଲାଙ୍ଗୀର, mob : +917749954327
*** **** ****
ଆମର ଲକ୍ଷ୍ୟ : ଭାଷା ସୁରକ୍ଷା
ସରଳ ଲେଖା, ସରସ କଥା
ସଂସାର ପଢୁ ଆମ “ସୁଲେଖା”
(ଏଇ ଲିଙ୍କ ବ୍ଯବହାର କରି ଆପଣ Google Play Store ରୁ e-Sulekha App ଡାଉନଲୋଡ କରିପାରିବେ ଏବଂ ପ୍ରତିଦିନ ଗୋଟିଏ ଲେଖାଏ ନୁଆ ପୋଷ୍ଟ ପଢିପାରିବେ।
https://play.google.com/store/apps/details?id=com.esulekha.magazine)
***** ***** ******