ଏଇଟା ଗୋଟେ ସରକାର ଆଉ ସୁଭଦ୍ରା ଗୋଟେ ଯୋଜନା ?

Share it

ଖୋଲା ବିଚାର
4th September 2024

ଏଇଟା ଗୋଟେ ସରକାର ଆଉ ସୁଭଦ୍ରା ଗୋଟେ ଯୋଜନା ?

    ବଜେଟରୁ ଟଙ୍କା ବାଣ୍ଟିବା ଟା କୁ ଯଦି ଗୋଟେ ଯୋଜନା କୁହାଯାଏ ତାହେଲେ ସେ ଟଙ୍କା ତ ସେକ୍ରେଟେରିଏଟ୍ କିରାଣୀ ବି ବାଣ୍ଟି ଦେଇ ପାରିବ, ସେଥିପାଇଁ ଗୋଟେ ସରକାର କଣ ଦରକାର ?

ବାବୁ ସର୍ବ ମୋଟ୍ ଗୋଟିଏ ପେନସନ ଯୋଜନା କର , ଯାହାକୁ 60 ବର୍ଷ ହେଲା ତାକୁ ମାସକୁ 3000 ଟଙ୍କା ପେନସନ ଦେବ, ବିଧବା ଓ ଭିନ୍ନକ୍ଷମମାନଙ୍କୁ ବି ଦେବ ।

ବାକି ସବୁ ଟଙ୍କା ବଣ୍ଟା ଯୋଜନା ବନ୍ଦ କରି ସେ ପଇସାକୁ ଅନ୍ଯାନ୍ଯ ବିକାଶମୂଳକ କାମରେ ଖର୍ଚ୍ଚ କର । ଖାଲି ପଡିଥିବା ନର୍ସ, ଡାକ୍ତର, ଶିକ୍ଷକ, କୃଷିକର୍ମଚାରୀ ଇତ୍ଯାଦି ଇତ୍ଯାଦି ଗଣିଲେ 5 ଲକ୍ଷ ପୋଷ୍ଟ ଭାକାଣ୍ଟ ଥିବ । ସେଗୁଡା ପୁରଣ କର ।

ଏ ନୁଆ ନିଯୁକ୍ତି ପାଇଁ ଗୋଟେ ନୁଆ ଦରମା ପଲିସି କର । ଯଥା –

1 . ଚତୁର୍ଥ ଶ୍ରେଣୀ ସେବକ – ( ଉଦାହରଣ ପିଅନ, ସିକୁରିଟି ଇତ୍ଯାଦି ) : ଦରମା NPCI ×3 = 27, 000

2. ତୃତୀୟ ଶ୍ରେଣୀ ସେବକ – ଉଦାହରଣ ( କିରାଣୀ ) NPCI ×4 = 36, 000

3. ଦ୍ବିତୀୟ ଶ୍ରେଣୀ ସେବକ – (ଉଦାହରଣ ଓଏସ ,ଏମ ଏଲ ଏ, ଏମ ପି ଇତ୍ଯାଦି ) NPCI ×5 = 45, 000

4. ପ୍ରଥମ ଶ୍ରେଣୀ ସେବକ – ( ଉଦାହରଣ ଡାକ୍ତର, ନର୍ସ, ସୈନିକ ) : NPCI ×6 = 54, 000

5. ଆଚାର୍ଯ୍ଯ : ( ଉଦାହରଣ ଶିକ୍ଷକ, ପ୍ରାଇମେରୀ ସ୍କୁଲ ଠୁ ଯୁନିଭରସିଟି ପ୍ରଫେସର ) : NPCI ×7= 63,000

NPCI : National Per Capita Income = 9,000 ଧରିଲେ

ଯଦି ସମସ୍ତେ ମନ ଲଗେଇ ସେବା ଦେବେ ତ NPCI ବଢି ଚାଲିବ, NPCI ବଢିଲେ ଦରମା ସେହି ଅନୁସାରେ ବଢି ଚାଲିବ, କୋଉ ଶାଲାକୁ କିଛି ପଚରା ଉଚରା ନାହିଁ।

କେବଳ ପୁଳାଏ ଭିଜିଲାନ୍ସ ଷ୍ଟାଫ୍ ରଖିଥିବ, ସେମାନେ କଜଳପାତି ଭଳିଆ ସବୁଦିନ ବୁଲି ବୁଲି ଦେଖୁଥିବେ କିଏ ଦୁର୍ନିତି କଲା, ବାନ୍ଧିବ, ତିନି ମାସ ଭିତରେ ବିଚାର ଓ ରାୟ, ଚୋରୀ ପ୍ରମାଣିତ ହେଲେ ସିଧା ଚାକିରୀରୁ ବହିଷ୍କାର କରିଦେବ, ଗୋଟେ ଅଯୋଗ୍ଯ ପ୍ରମାଣ ପତ୍ର ସହ ସିଏ ଯେମିତି ସରକାରୀ ଚାକିରୀରୁ ବହିଷ୍କାର ହେଇ ମହିମା ମିଶ୍ରର ମାନେଜର ନହୁଏ, ସିଏ କେବଳ ଚାଷ କରିବ ଇଟା ବୋହିବ ପେଟପୋଷିବ।

ତରବରରେ ଲେଖିଦେଲି, ମନକୁ ପାଉଛି କି ନାହିିଁ ଭାବନ୍ତୁ, ମୁଁ ଟିକେ ବାହାରକୁ ଯାଉଛି, ଆସିଲେ ଯଦି କେହି ମନେ ପକେଇବ ତ ଓବାକଫ ବୋର୍ଡ କଥା କହିବା ।


Share it

Leave a comment

Your email address will not be published. Required fields are marked *

Verified by MonsterInsights