ଉତ୍କଳ ବିନୋଦ ସାମ୍ବାଦିକ ଶ୍ରୀରଙ୍ଗାଭଟ୍ଟ୍ଲ ଗୁନ୍ନେୟା ଶାସ୍ତ୍ରୀ

Share it

ସ୍ବଦେଶ ଲକ୍ଷ୍ମୀ : ଓଡ଼ିଶାର ପ୍ରଥମ କୃଷି, ଶିଳ୍ପ, ବାଣିଜ୍ୟ ପତ୍ରିକା

* ଓଡ଼ିଶା ର ପ୍ରଥମ କୃଷି, ଶିଳ୍ପ,ବାଣିଜ୍ୟ,ଖାଦ୍ୟ ,ବୈଷୟିକ ଡାଇଜେଷ୍ଟ ପତ୍ରିକା – ସ୍ବଦେଶ ଲକ୍ଷ୍ମୀ –
THE SWADESH LAKSHMI
A monthly uriya journal of agricultural and cognate trade and industries .

* ଏହି ମାସିକ ପତ୍ରିକା 1906 ଫେବୃୟାରୀ ମାସରୁ ବ୍ରହ୍ମପୁର ରୁ ପ୍ରକାଶ ପାଇଥିଲା ।

* ବ୍ରହ୍ମପୁରର ତତ୍କାଳୀନ ସାମ୍ବାଦିକ ଶ୍ରୀରଙ୍ଗାଭଟ୍ଟ୍ଲ ଗୁନ୍ନେୟା ଶାସ୍ତ୍ରୀ ଏହାର ସଂସ୍ଥାପକ ଏବଂ ପ୍ରଥମ ସଂପାଦକ, ପରେ କବି ଶେଖର ଚିନ୍ତାମଣି ମହାନ୍ତି ସଂପାଦକ ଥିଲେ।

* ବଡ ଖେମୁଣ୍ଡି ତଥା ଗଞ୍ଜାମ ଦିଗପହଣ୍ଡି ରାଜା ଶ୍ରୀ କୃପାମୟ ଦେବଙ୍କ ଆର୍ଥିକ ସହାୟତାରେ ଏହି ପତ୍ରିକା ପ୍ରକାଶ ପାଉଥିଲା ।

* ସୂଚୀପତ୍ର ପ୍ରକାରେ – ହଳଦୀ ଚାଷ, ଧାନଚାଷ, ନାଗେଶ୍ଵର କୁଙ୍କୁମ, ନୂତନ ସାର,ମାନ୍ଦ୍ରାଜ କୃଷି ସମିତି,ଫଳ, ବିଲାତି କିଆ,ବୁଡା ଧାନ, ପଖାଳ ଭାତ, ଶସ୍ୟ ହସ୍ପିଟାଲ, ଲୌହ କାରଖାନା, ନୂତନ କାଗଜ,କୃଷି ରାଜସ୍ବ, ଗଞ୍ଜାମ କୃଷି ସମାଜ ଇତ୍ୟାଦି ।

* ଏହି ପତ୍ରିକା ଗୁନେୟା ଶାସ୍ତ୍ରୀଙ୍କ ବ୍ରହ୍ମପୁର ଭା ପୁର ବଜାର ସରସ୍ଵତୀ ପ୍ରେସ୍ ରୁ ପ୍ରକାଶିତ ଏବଂ ଓଡ଼ିଶାର ପାଠକ, ଏବଂ ବିଦ୍ୟାଳୟ ନିମନ୍ତେ ପ୍ରେରିତ ।

* ଶ୍ରୀମାନ ଶ୍ରୀରଙ୍ଗାଭଟ୍ଟ୍ଲ ଗୁନେୟା ଶାସ୍ତ୍ରୀ- ଜାତିରେ ତେଲେଙ୍ଗା ପ୍ରୀତିରେ ଓଡ଼ିଆ ଥିଲେ, ଉତ୍କଳ ସମ୍ମିଳନୀ ତାଙ୍କୁ – ଉତ୍କଳ ବିନୋଦ, ଉପାଧି ପ୍ରଦାନ କରିଥିଲେ, ଓଡ଼ିଶା ପ୍ରଦେଶ ଗଠନ ପାଇଁ ଏହି ତେଲେଙ୍ଗା ଓଡ଼ିଆଙ୍କୁ ସମର୍ଥନ କରୁଥିଲେ

* ଏତଦ୍ ବ୍ୟତୀତ ଶାସ୍ତ୍ରୀ ମହାଶୟ ବ୍ରହ୍ମପୁରରୁ – ଗଞ୍ଜାମ ଓଡ଼ିଆ ହିତବାଦିନୀ, Ganjam patriot, ପାଠଶାଳା, ଆଦି ପତ୍ରିକା ପ୍ରକାଶ କରିଥିଲେ, ତତ୍କାଳୀନ ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକର ପ୍ରକାଶକ ଥିଲେ। ଶ୍ରୀ ଫକୀର ମୋହନ, ଶ୍ରୀ ରାଧାନାଥ ରାୟ, ଶ୍ରୀ ମଧୁସୂଦନ ରାଓ, ଉତ୍କଳ ମଣି ଗୋପବନ୍ଧୁ ଦାସ, ଗୋପାଳ ପ୍ରହରାଜ ପ୍ରମୁଖ ଏହି ସବୁ ପତ୍ରିକାର ଲେଖକ, ପାଠକ ଥିଲେ ।


ତଥ୍ୟ : ଡଃ ଅନନ୍ତରାମ କର କୈାଣ୍ଡିନ୍ଯ
ଭୀଷ୍ମଗିରି, ଗଞ୍ଜାମ


Share it

Leave a comment

Your email address will not be published. Required fields are marked *

Verified by MonsterInsights