ଇଏ ଗୋଟେ ନୁଆ ଡ୍ରାମା ଆରମ୍ଭ ହେଲା

Share it

ନଚିକେତା ଉବାଚ
2nd August 2024

ଇଏ ଗୋଟେ ନୁଆ ଡ୍ରାମା ଆରମ୍ଭ ହେଲା । ହ ଉ ଚାଲୁ । ଆଚ୍ଛା ସେ ଜେନେରାଲ କାଷ୍ଟ ପାଇଁ ସଂରକ୍ଷିତ EWS 10% ଭିତରେ କେବଳ ପଠାଣ ,ଖ୍ରୀଷ୍ଟିଆନ, ବ୍ରାହ୍ମଣ ଓ କ୍ଷତ୍ରିୟ ହିଁ ଆସୁଥିବେ ବୋଧେ । ଅନ୍ଯମାନେ ତ OBC , ST ନହେଲେ SC ।

ଜାମୁ କାଶ୍ମୀରରେ ମୁସଲମାନଙ୍କ ସଂଖ୍ଯା ସର୍ବାଧିକ, ସେଇଥିପାଇଁ ସେଠାରେ ଜେନେରାଲ କାଷ୍ଟ ସଂଖ୍ଯା 70 % ।

ପଶ୍ଚିମବଙ୍ଗରେ ଜେନେରାଲ କାଷ୍ଟ ସଂଖ୍ଯା 55% ହୋଇଗଲାଣି ମାନେ ସେଠାରେ ମୁସଲମାନଙ୍କ ସଂଖ୍ଯା ଦ୍ରୁତ ଗତିରେ ବଢି ଚାଲିଛି ବୋଧହୁଏ। ବିଜେପି ବିଚାରରେ ସେଠାରେ ବାରମ୍ବାର ପରାଭବ ଭୋଗିବାର ଏହା ଗୋଟେ ବଡ କାରଣ ।

ହେଲେ କେରଳରେ ?

ଏମିତି ନାନାଦି ଦିଗରୁ ଚର୍ଚ୍ଚା ଆଲୋଚନାରେ ଏବେ ମିଡିଆ କମ୍ପିବ , କାରଣ ଧର୍ମ ଅଫିମ ହେଲେ ଜାତି ଚରସ ନିଶାଠୁ ବି ଅଧିକ ଡେଞ୍ଜରସ ନିଶା ଅଟଇ ।

ତେଣିକି GST ଟିଙ୍କ ଫୁଲି 28% ହେଇ ଡ୍ରାଏ ରାଇସ ବା ଭଜା ମୁଢୀରୁ ବି ରସ ଶୋଷୁ କି ତମ ମେଡିକାଲ ବେଡ୍ ଚାର୍ଜ ଉପରେ ସୀତାରମଣ ଜିଏସଟି କଷୁ – ଶାଲା ଲୋକଟାକୁ ମରିବାକୁ ହେଲେ ବି ତାକୁ ଜିଏସଟି ଦେବାକୁ ହେବ, ନଦେଲେ ମଲା ଲୋକଟା ବି ଶବ ଡିକ୍ଲାର ହେଇ ଆତ୍ମୀୟସ୍ଵଜନ ମାନଙ୍କୁ ହସ୍ତାନ୍ତର ହେଇ ପାରିବନି GST ବିଲ୍ କ୍ଲିଅର ନହେବା ପର୍ଯ୍ୟନ୍ତ ।

GST କଷ୍ଟ ଭୁଲେଇବାକୁ ଏ GENERAL CASTE ଡ୍ରାମା ନୁହେଁ ତ ?

– ଲକ୍ଷ୍ମୀଧର ନାୟକ
My Facebook Post:2nd August 2024


Share it

Leave a comment

Your email address will not be published. Required fields are marked *

Verified by MonsterInsights