ଆସିଲା ହୋଲି – ୫ : ଦୁଧ ବନ୍ଦାଣ

Share it

ନନ୍ଦରାଜା ଡାକୁଛନ୍ତି ଯଶୋଦେ ଆସ
ବନ୍ଦାଣର ବେଳ ଆସି ହେଲା ପ୍ରବେଶ

୩. ଦୁଧ ବନ୍ଦାଣ

ଜୟ ଜୟ ଜଗନ୍ନାଥ ଜୟ ମଂଗଳ
ଜଗନ୍ନାଥ ନାମ ଦଶ ଦିଗକୁ ସାର ।

ଠାବରେ ହୋଇଲା ବେଳ ଦୁଇ ପ୍ରହର
ଗୋଗୋଷ୍ଠରୁ ଦୁଧମାନ କଲେ ବାହାର ।

ଗୋମୟ ଲିପିଣ କ୍ଷୀର ଅରଘ୍ଯ ଦେଲେ
ନନ୍ଦ ସିଂହଦ୍ୱାରେ ଯାଇ ପ୍ରବେଶ ହେଲେ ।

ନନ୍ଦରାଜା ଡାକୁଛନ୍ତି ଯଶୋଦେ ଆସ
ବନ୍ଦାଣର ବେଳ ଆସି ହେଲା ପ୍ରବେଶ ।

ବନ୍ଦାଣର ସଂଚା ବିଧି ଆଗ ଥୋଇଲେ
ଧର୍ମକୁ ସୁମରି ହୁଳହୁଳି ସେ ଦେଲେ ।

ପ୍ରଥମ ଅଂଜୁଳି କ୍ଷୀର ଧର୍ମକୁ ଦେଲେ
ଦ୍ୱିତୀୟ ଅଂଜୁଳି କ୍ଷୀର ବାସୁକୀ ଦେଲେ ।

ତୃତୀୟ ଅଂଜୁଳି କ୍ଷୀର ତୋଳି ଧଇଲେ
କୁଲା କୁଲା କରି କ୍ଷୀର ବହିଣ ନେଲେ ।

ଗମ୍ଭିରୀ କୋଣରେ ନେଇ ତାକୁ ସିଂଚିଲେ
କୃଷ୍ଣଂକୁ ସୁମରି ପୁଣି ଆନନ୍ଦ ହେଲେ ।

ଗମ୍ଭିରୀ ଶାଳରେ ତାର ପୁରିଛି ଧନ
ଦୟାଳୁ ଠାକୁର ପ୍ରଭୁ ଶ୍ରୀଭଗବାନ ।

ବନ୍ଦାଣର ଗୀତ ଆସି ହୋଇଲା ଶେଷ
ଭାବରେ ଭଣିଲେ ଦୀନ ଅଚ୍ଯୁତ ଦାସ ।

( ଦୋଳପୂର୍ଣ୍ଣିମା ବା ବସନ୍ତ ଉତ୍ସବ ଅବସରରେ
ପ୍ରକୃତିପ୍ରେମୀ ଗୋପାଳମାନେ ଅତିଆନନ୍ଦ ଓ ଉଲ୍ଲାସରେ ଗାଉଥିବା ଓଗାଳ )


Share it

Join the Conversation

1 Comment

Leave a comment

Your email address will not be published. Required fields are marked *

Verified by MonsterInsights