ଆଶାର ଆଷାଢ଼

Share it

ଆଶାର ଆଷାଢ଼
~~~~~

କଥା ଦେଇଥିଲା ଆଶାର ଆଷାଢ଼
ହାତ ପରେ ରଖି ହାତ
ମେଘ ସବାରୀରେ ଆସିବ ମୋ ପ୍ରିୟା
ସପନ ହୋଇବ ସତ
ଚାହିଁ ରହିଛି ତା ପଥ (୦)

କଦମ୍ବ ଫୁଲରେ ଉଲୁରା କେଶକୁ
ଗଭାରେ ସଜେଇ ତାର
ପ୍ରେମର ପ୍ରତୀକ ଗୋଲାପ ଫୁଲକୁ
ଦେବି ପ୍ରୀତି ଉପହାର
ନିସ୍ଵ ବୋଲି ମୁଁ ବିଶ୍ବାସ କରିଛି
ମୋପ୍ରେମରେ ହୋଇ ପ୍ରୀତ।୧।

ଭାବୁକ ହୋଇ ମୁଁ ବସିଛି ଏକାନ୍ତେ
ମୁଠାଏ ଶୂନ୍ୟତା ନେଇ
ଦୀର୍ଘ ଶ୍ଵାସ ଯେତେ ମିଳେଇ ଯାଉଛି
ନିସଂଗତା ଯାଏ ଛାଇ
ପ୍ରୀତି ବରଷାରେ ଭିଜେଇ ଦେବସେ
ଭାବନା ହୋଇବ ସତ(୨)

ଗଗନ ବିହାରୀ ନାୟକ
ଭୁବନେଶ୍ୱର ।


Share it

Leave a comment

Your email address will not be published. Required fields are marked *

Verified by MonsterInsights