ଆମ ପିଲାବେଳେ ମଣିଷ ହାତରେ ରାକ୍ଷୀ ବନ୍ଧା ହେଉ ନଥିଲା, ବଳଦ ମାନଙ୍କ ଶିଙ୍ଗରେ ରାକ୍ଷୀ ବନ୍ଧା ହେଉଥିଲା

Share it

Mo Lekha
My Facebook Post: 24th August 2023

Contribution of a bullock to ISRO.
USE BULLOCK POWER to STOP COW SLAUGHTER

ଜୟ ବଳଦେବଙ୍କ ଜନ୍ମ ଦିନ, ହାପି ରାକ୍ଷୀପୁର୍ଣ୍ଣିମା ଇନ୍ ଆଡଭାନ୍ସ, ରାକ୍ଷୀ ବାନ୍ଧିବ ତ କେବଳ ବଳଦଙ୍କୁ ବାନ୍ଧ,

ଜଣେ ମହିଳା ଲେଖିଥିଲେ ଯେ, ‘ଆମ ପିଲାବେଳେ ମଣିଷ ହାତରେ ରାକ୍ଷୀ ବନ୍ଧା ହେଉ ନଥିଲା, ବଳଦ ମାନଙ୍କ ଶିଙ୍ଗରେ ରାକ୍ଷୀ ବନ୍ଧା ହେଉଥିଲା ‘ – ଏଇଟା ପୁରା ଠିକ୍ କଥା

ହଁ ଆଉ ଗୋଟେ କଥା, ରାକ୍ଷୀପୂର୍ଣ୍ଣିମା ଦିନ ତ ଶ୍ରୀମନ୍ଦିରରେ ବଳରାମଙ୍କ ଜନ୍ମ ଦିନ ପାଳନ ହେଉଥିବ, ନା ନାହିଁ ?

ନିଆଳୀରୁ ଯୋଗୀ ମାମୁଁ ସେଦିନ ବି ତ ପାଟ ବସ୍ତ୍ର ନେଇକି ଶ୍ରୀମନ୍ଦିର ଯାଉଥିବେ , କାଇଁ ସେକଥା କେବେ ଟିଭିରେ ତ ଦେଖୋଉନି ? ନା ମାମୁଁ ଜନ୍ମ ଦିନରେ ଲୁଚୁଛନ୍ତି ବା ?

ଆଚ୍ଛା, ନିଆଳିର ଯୋଗୀ ଦାସ କଣ କେବଳ ବଳରାମଙ୍କ ମାମୁଁ ?

ନିଆଳି ଯୋଗୀ ଦାସେ ଯଦି କେବଳ ବଳରାମଙ୍କର ମାମୁଁ, ମାନେ ରୋହିଣିଙ୍କ ଭାଇ, ପ୍ରଥମାଷ୍ଟମୀରେ ନିଆଳିରୁ ପଢୁଆଁ ଭାର ଆସିବ ତାହେଲେ କୃଷ୍ଣଙ୍କ ମାମୁଁ ଘର କୋଉଠି ? ଦେବକୀଙ୍କ ଭାଇ କିଏ ହୋଇଥିବେ ତ ? ସେଇଟା ବି ଖୋଜା ଯିବା ଉଚିତ କି ନାହିଁ ?

ଅବଶ୍ଯ ରୁକ୍ମିଣୀଙ୍କ ବାପ ଘର ଜାରକା ପାଖରେ , ମୁଁ ଜାଣିଚି , ହେଲେ ସେଠିକି ତ କାଇଁ କୋଉ ବର୍ଷ ଜଗନ୍ନାଥ ଜଇଁ କୁଣିଆ ହେଇ ଯାଉ ନାହାନ୍ତି ତ ?

@ Rakhi Purnima
Use Bullock Power to stop Cow slaughter

Laxmidhar Nayak
My Facebook Post: 24th August 2023


Share it

Leave a comment

Your email address will not be published. Required fields are marked *

Verified by MonsterInsights