ଆମ କଲେକ୍ଟର !
କେତେ ବିଶ୍ୱାସରେ ଏ କଥା ପାଟିରୁ ବାହାରେ ସତରେ !!
ସରକାର ତମେ ପଇସା ଗୁଡା କେମିତି କି କି ଖର୍ଚ୍ଚ କରୁଚ ହେ ..
କେହି ଜଣେ ଲେଖିଥିଲେ ରାଜ୍ୟ ସରକାର ଆମକୁ ଋଣରେ ବୁଡେଇ ଦେଲେଣି, ମୁଣ୍ଡ ପିଛା ଋଣ ଭାର 22 ହଜାର ଟଙ୍କା ହେଲାଣି ।
ମୁଁ ଆଜି ଜଣେ ସାଧାରଣ ଲୋକଙ୍କୁ ପଚାରିଲି,
କହିଲି ବାବୁ ତମ ସରକାର ମୁଣ୍ଡ ପିଛା 22 ହଜାର ଋଣ କଲେଣି , ସେ ପଇସାଗୁଡା କଣ କରୁଛନ୍ତି ତମେ ଗୋଟେ ଅନ୍ଦାଜ୍ ଲଗେଇ କିଛି କହି ପାରିବ ?
ସେ କହିଲେ, ହଁ କହିବି, କହି ପାରିବିନି କାହିଁକି ?
ରାଜ୍ୟ ସରକାର ପୁରୀ ବଡ ଦାଣ୍ଡ ସାରା ମାର୍ବଲ ବିଛେଇ ପୁରା ଚକାଚକ୍ କରିଛନ୍ତି, ଲିଙ୍ଗରାଜ ମନ୍ଦିର ଚାରିକଡ ବି ସେମିତି କରୁଛନ୍ତି, ଇସ୍କୁଲ ଘରଗୁଡାକୁ ଦେଖିଲା ଭଳିଆ କରୁଛନ୍ତି, ଆମେ ଆଖି ଉଠିଲା ଦିନୁ ଏମିତିକା ସୁନ୍ଦର ଇସ୍କୁଲ ଘର ଦେଖି ନଥିଲୁ, କାଳିଆ ଯୋଜନା ଟା ବହୁତ ଭଲ ଯେ ଟିକେ କମ୍ ଦୋଉଛନ୍ତି, ଯାହାକୁ ନାହିଁ ତାକୁ ଦେଇ ଦୋଉଛନ୍ତି, ବିଜୁ ସ୍ୱାସ୍ଥ୍ୟ କାର୍ଡଟା ଗରିବଙ୍କ ପାଇଁ ଅମର ବର ପରିକା ଗୋଟେ କାମ,
କିନ୍ତୁ ଚାକିରୀ ବାକିରି ବେପାର ବଣିଜ କଳ କାରଖାନା ଚାଷବାସ ବଢିବା କାମଗୁଡା କରିବାକୁ ସରକାରଙ୍କ ମୁଣ୍ଡକୁ କାଳିଆ ଆଉ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ କାର୍ଡ ଭଳିଆ କିଛି ଭଲ ଖାସ୍ ଆଇଡିଆ ଜୁଟୁନି ବୋଧେ ।
ସେ କହିଲେ ଆଜ୍ଞା ଆପଣଙ୍କ ଆଇଡିଆକୁ ଶହେ ଦଣ୍ଡବତ ।
ଆଜ୍ଞା ସେମିତି କରିଦେଲେ ଚମତ୍କାର ହେଇଯିବ, ପୃଥିବୀର ପାପ ଭାରା ଉଶ୍ୱାସ ହେଇଯିବ, ଆଜ୍ଞା ଏ ଟ୍ରାକ୍ଟର ଯୋଗୁ କେତେ ଯେ ଅଣ୍ଡିର ଅଣ୍ଡିଆ ଷଣ୍ଢ କଂସେଇକୁ ବିକିରି ହୋଉଛନ୍ତି ତାର ଇୟତ୍ତା ନାହିଁ , ସାର ଖାଇ ଖାଇ ମାଟି ମରିକି ଖପରା ହେଲାଣି, ଆଜ୍ଞା ସେ ମାଟିରେ ଚାଷ କଲେ କଲରା ପିତା ଲାଗୁନି କି ଲଙ୍କା ରାଗ ଲାଗୁନି, ଗୁଣ କମି କମି ଗଲାଣି,
ଆଜ୍ଞା ଟ୍ରାକ୍ଟର ସିନା ଜମି ଚଷିବ, ଟ୍ରାକ୍ଟର କଣ କୁଟା ବୋତି ଚୋବେଇକି ଗୋବର ହଗିବ କି ? ବିନା ଗୋବରରେ ମାଟି ମରିଯିବ, ମାଟି ମରିଗଲେ ସବୁ ମରିଯିବେ ।
ମୁଁ କହିଲି ଆଜ୍ଞା ପ୍ରଣାମ ।
ବାବୁ କହିଲେ ଯାହାର ବଳଦ ଥିବ, ପଟେ ହେଉ ପଛେ ତାକୁ କାଳିଆ ଟଙ୍କା ମିଳୁ, ସରକାରଙ୍କ କାନରେ ଏକଥା ପଡିବା ଜରୁରୀ ।
ଆଜ୍ଞା ଆମ ରାଜ୍ୟ ସରକାର ତ ମୁଣ୍ଡ ପିଛା 22 ହଜାର ଋଣ କରିଛନ୍ତି, ଆପଣଙ୍କ କେନ୍ଦ୍ର ସରକାର ମୁଣ୍ଡ ପିଛା ପରିବାର ପିଛା କେତେ ଋଣ କରିଛନ୍ତି ? ଆପଣଙ୍କ କେନ୍ଦ୍ର ସରକାର କଣ ସବୁ ବିକାଶ କରିଛନ୍ତି ଟିକେ କହୁ ନାହାନ୍ତି ।
ମୁଁ କହିଲି କେନ୍ଦ୍ର ସରକାର 2019 ସୁଦ୍ଧା ପ୍ରାୟ 90 ଲକ୍ଷ କୋଟି ଟଙ୍କା ଋଣ କରିଥିଲେ, ମୁଣ୍ଡ ପିଛା ଋଣ କରିଥିଲେ ପ୍ରାୟ 64 ହଜାର ଟଙ୍କା, ପରିବାର ପିଛା 4 ଲକ୍ଷ ହବ,
ପୁଣି ଗତ ଦୁଇ ବର୍ଷ ଭିତରେ ପ୍ରାୟ 20 ଲକ୍ଷ କୋଟି ଟଙ୍କା ଋଣ କରିଥିଲେ, ଏ ବର୍ଷ ଆଉ 14 ଲକ୍ଷ କୋଟି ଟଙ୍କା ଋଣ କରିବେ ବୋଲି ଶୁଣା ଯାଉଛି ।
ସେ ପଚାରିଲେ ଆଚ୍ଛା କେନ୍ଦ୍ର ସରକାର ତେଲରୁ କେତେ ଟିକସ ନେଇଛନ୍ତି ଗତ 8 ବର୍ଷ ଭିତରେ ?
ମୁଁ କହିଲି ଜାଣିନି, ହେଲେ ଜଣେ ପୂର୍ବତନ କଂଗ୍ରେସ ଅର୍ଥମନ୍ତ୍ରୀ କହୁଥିଲେ ମୋଦୀ ସରକାର ଗତ 8 ବର୍ଷ ଭିତରେ ଇନ୍ଧନରୁ ଟିକସ ନେଇଛନ୍ତି 26 ଲକ୍ଷ 51 ହଜାର 919 କୋଟି ଟଙ୍କା,
ଭାରତର ପରିବାର ସଂଖ୍ୟା ପ୍ରାୟ 26 କୋଟି, ଅର୍ଥାତ୍ ମୋଦୀ ସରକାର ଇନ୍ଧନ ଟିକସ ବାବଦକୁ ଗତ 8 ବର୍ଷ ଭିତରେ ପ୍ରତି ପରିବାରରୁ ନେଇଛନ୍ତି ହାରାହାରି ଲକ୍ଷେ ଟଙ୍କା ।
ସେ କହିଲେ ଆଚ୍ଛା ଗତ 8 ବର୍ଷ ଭିତରେ ଟିକସ ଜିଏସଟି କେତେ ନେଇଥିବେ ?
ମୁଁ କହିଲି ଜାଣିନି, ଗୋଟେ ମୋଟାମୋଟି ହିସାବ କରନ୍ତୁ ।
ମନେକର ପ୍ରତି ପରିବାରର ସ୍ୱାମୀ ସ୍ତ୍ରୀ ପିଲା ଭିତରୁ ଜଣେ ମାତ୍ର ରୋଜଗାରିଆ ମୁଲିଆ । ଦିନକୁ ମଜୁରୀ 500, ଖର୍ଚ୍ଚ ବି ସେଇଆ।
500 ଟଙ୍କାରେ 18 ପରସେଣ୍ଟ ଟିକସ ହିସାବରେ ଦିନକୁ ହେଲା 90 ଟଙ୍କା, ମାସକୁ 2,700 ଟଙ୍କା, ବର୍ଷକୁ 32,400 ଟଙ୍କା ବା 32 ହଜାର ହେଉ ।
32,000 ଗୁଣନ 26 କୋଟି ପରିବାର ହେଲେ ବର୍ଷକୁ ମୋଟ ଜିଏସଟି ହେବ 8,32,000 କୋଟି ଟଙ୍କା । ବର୍ଷକୁ 8,32,000 କୋଟି ହେଲେ 8 ବର୍ଷକୁ ହେବ 66,56,000 କୋଟି ଟଙ୍କା ।ସେଥିରୁ ଅଧା କେନ୍ଦ୍ର ନେଉଥିଲେ ବାକି ତକ ସବୁ ରାଜ୍ୟମାନେ କିଛି କିଛି ବାଣ୍ଟିକୁଣ୍ଟି ନେଉଥିବେ ।
ଅନ୍ୟାନ୍ୟ ଟିକସ ?
ମୁଁ କହିଲି ଏତେ ହିସାବ ଏମିତି ଠିଆ ଠିଆ କରି ହେବ କି ବର୍ତ୍ତମାନ ?
ବାବୁ କହିଲେ ଆଚ୍ଛା 2014 ପର୍ଯ୍ୟନ୍ତ କେନ୍ଦ୍ର ସରକାର କେତେ ଲୋନ କରିଥିଲେ ଓ ଗତ ଆଠ ବର୍ଷ ଭିତରେ କେନ୍ଦ୍ର ସରକାର କେତେ ଲୋନ କରିଛନ୍ତି ?
ମୁଁ କହିଲି 2014 ପର୍ଯ୍ୟନ୍ତ ବୋଧେ ପାଖା ପାଖି 30 ଲକ୍ଷ କୋଟି ଋଣ ଥିଲା, ମୁଣ୍ଡ ପିଛା 40 ହଜାର ପାଖାପାଖି ଧରାଯାଉ ।
ସେ କହିଲେ ମାନେ 70 ବର୍ଷରେ ଲୋନ୍ 30 ଲକ୍ଷ କୋଟି,
ଗତ 7 ବର୍ଷରେ ଲୋନ୍ ଆଉ 70 ଲକ୍ଷ କୋଟି ?
ମୁଁ କହିଲି ହଁ, ପାଖାପାଖି ସେଇଆ, ଆଉ ଟିକେ ଅଳ୍ପ ଅଧିକ ହେଲେ ହେବ । କିନ୍ତୁ ସରକାର ଲୋନ କରିବା ଖୁବ୍ ଭଲ କଥା, ଯଦି ଏହାର ସୁବିନିଯୋଗ କରାଯାଏ ।
ମୁଁ କହିଲି ଆଚ୍ଛା କେନ୍ଦ୍ର ସରକାର ଯେତେ ସବୁ ବିକାଶମୁଳକ କାର୍ଯ୍ୟ କରିଛନ୍ତି, ସେ ମଧ୍ୟରୁ କେଉଁଗୁଡା ଆପଣଙ୍କ ମନେ ଅଛି କୁହନ୍ତୁ ତ ?
ସେ କହିଲେ ମୋ ଜାଣିବାରେ,
ଗୋଟିଏ ପଟେଲ ମୂର୍ତ୍ତୀ, ଗୋଟିଏ ରାମାନୁଜ ମୂର୍ତ୍ତୀ, ଗୋଟିଏ ରାମ ମନ୍ଦିର ବାଦ୍ ଆଉ ବିଶେଷ କିଛି ଉନ୍ନତି ତ ଦିଶୁନି କି ସାଧାରଣ ଲୋକଙ୍କ ରୋଜଗାର ତ କାଇଁ ବଢିଲା ପରି ଦିଶୁନି ଆଜ୍ଞା ।
ସରକାର ତମେ ପଇସା ଗୁଡା କେମିତି କି କି ଖର୍ଚ୍ଚ କରୁଚ ହେ …. ଏତେ ଟିକସ ପଇସା ନେଉଛ, ପୁଣି ଏତେ ପଇସା ଋଣ କରୁଛ, ପଇସା ଗୁଡା କଣ କରୁଛ ? କାଇଁ ଚାକିରୀ ବାକିରୀ କାମ ଧନ୍ଦା ରୋଜଗାର ଇନକମ୍ କିଛି ତ ବଢୁନି, ସବୁବେଳେ ନିଅଣ୍ଟ ହେଉଚି ।
ସେ କହିଲେ ଆଚ୍ଛା ଶିଳ୍ପପତିଙ୍କୁ କେତେ ଋଣ ଛାଡ କରିଛନ୍ତି ? ସେଇ 68 ହଜାର କୋଟି ? ନା ବେଶି ?
ମୁଁ କହିଲି ସେଇଟା ଗୋଟିଏ ଜଟିଳ ହିସାବ । ସରଳ ଭାବରେ ବୁଝିବା ବୁଝେଇବା ଟିକେ କଷ୍ଟ ।
ସେ କହିଲେ ହଉ ।
କିନ୍ତୁ ବଳଦ ଯାହାର, କାଳିଆ ଟଙ୍କା ତାହାର – ଏକଥା ଟା ସରକାର କେମିତି ଜାଣନ୍ତେ ? ଏକା ପାଣ୍ଡିଆନ ସାର୍ ଜାଣିଗଲେ କାମ ଟା ହେଇଯାଆନ୍ତା ।
ମୁଁ କହିଲି ଆଗରୁ ପାଣ୍ଡିଆନ ସାର୍ ସବୁ କଥା କରୁଥିଲେ,ଏବେ ନୁଆ ମାମଲତକାର ବାହାରିଲେଣି,
ସିଏ ଡାଲମା ଭାତ ଖାଇ ଖଟ ତଳେ ଶୋଇବ ବୋଲି ଭାବିକି ଯୋଉ ବାଘ ବାନ୍ଧିଥିଲେ , ସେ ବାଘ ଏବେ କହୁଚି ମୁଁ ମଣିଷ ଖାଇବି, ଆଗ ତୁମରି ପାଖରୁ ଶ୍ରୀଗଣେଶ ହେବ, ତା ପରେ ବ୍ରହ୍ମା ବିଷ୍ଣୁ ମହେଶ ।
ବାବୁ ଟିକେ ଗମ୍ଭୀର ଓ ଚିନ୍ତିତ ହୋଇ ଗଲେ , କହିଲେ ସତେ ନା କଣ ?
ମୁଁ କହିଲି,
ନାଇଁ ଆଜ୍ଞା, ଥଟ୍ଟାରେ ଆପଣଙ୍କୁ ଟିକେ ଡରେଇ ଦେବା ପାଇଁ ଏମିତି କହିଦେଲି । ମୁଁ ପାଣ୍ଡିଆନ୍ ସାର୍ ଙ୍କୁ ଚିହ୍ନେ ନି କି ଜାଣେନି ।
ଆପଣ ଜାଣିଛନ୍ତି ?
ବାବୁ ଜଣକ ଗୋଟେ ବଡ ବିଶ୍ୱାସର ସହ କହିଲେ –
ମଲା, ପାଣ୍ଡିଆନ୍ ସାର୍ ଙ୍କୁ ପୁଣି କିଏ ନ ଜାଣେ ?
ତାଙ୍କର ଏ କଥା ଶୁଣି ମୋର କୋଡିଏ ପଚିଶ ବର୍ଷ ତଳର ଗୋଟେ କଥା ମନେ ପଡିଗଲା
ନୁଆପଡାର କିଛି ମୁଲିଆ ଶ୍ରେଣୀୟ ଲୋକ ଜଣେ ସରକାରୀ ବାବୁଙ୍କୁ ଧମକୋଉ ଥାଆନ୍ତି, ବାବୁ ତୁ କାମ କରିଦବୁ ନା ଆମେ ‘ଆମ କଲେକ୍ଟର’ ( ବିଷ୍ଣୁପଦ ସେଠୀ, IAS ) ଙ୍କୁ କହିବୁ ?
ଆମ କଲେକ୍ଟର !
କେତେ ବିଶ୍ୱାସରେ ଏ କଥା ପାଟିରୁ ବାହାରେ ସତରେ !!
**** ***** ******
– ଲକ୍ଷ୍ମୀଧର ନାୟକ
Mo Lekha: Facebook post- 09.04.2022
Wow Sabu details re bujhei dele. Hmm balada jahara Kalia tahara bahut bhala haba
I have personally visited Nuapada area after super cyclone for a DST Research Project. Happened to meet rural farmers. In Odia they used to say” ଆମ କଲେକଟର ମା -ବାପ ” An Achiever.