ଆମିଷ ବଜାରରେ ଦିନେ

Share it

ଆମିଷ ବଜାରରେ ଦିନେ
– ବିଜୟ କୁମାର ଜେନା

ମୋ ଧାରଣାରେ ଏବେ ସୁଦ୍ଧା ରହିଛି ଯେ ହିନ୍ଦୁ ଧର୍ମର ଲୋକେ ଗୁରୁବାର ଦିନ ଆମିଷ ଦ୍ରବ୍ୟ ନିଜ ଗୃହକୁ ନିଅନ୍ତି ନାହିଁ ଏବଂ ଭୋଜନ ମଧ୍ୟ କରନ୍ତି ନାହିଁ। କିନ୍ତୁ ମୋର ଏହି ବିଶ୍ୱାସ ଜମାରୁ ଠିକ୍ ନଥିଲା। ଗତ ଗୁରୁବାର ଦିନ ସଂଧ୍ୟା ପ୍ରାୟ ୬ ଘଟିକା ସମୟ। ଆମ ଅଞ୍ଚଳର ଗୋଟିଏ ଆମିଷ ବଜାର କୁ ବୁଲି ଯାଇ ଥିବା ବେଳେ ମୋ ଦୃଷ୍ଟିରେ ଏକ ଅବାବନୀୟ ଦୃଶ୍ୟ ପଡ଼ିଲା। ୧୦/୧୫ ମିନିଟ ବ୍ୟବଧାନରେ କଂସେଇ ଜଣଙ୍କ ଏକାଦିକ୍ରମେ ୫ ଗୋଟି ଖାସି କାଟି ଗରାଖଙ୍କୁ ବିକ୍ରୟ କରିବାରେ ସକ୍ଷମ ହୋଇଥିଲେ। ଏହି ଦୃଶ୍ୟ ଦେଖି ଆଖି ଖୋସି ହୋଇଗଲା।

ବୋଦା ମାନଙ୍କୁ ଯେଭଳି ଭାବେ ହତ୍ୟା କରାଯାଇଥିଲା ତାହା ମଧ୍ୟ ହୃଦୟ ବିଦାରକ ଥିଲା। ମାରିବା ବାଲା ପାପୀ, ଦେଖିବା ବାଲା ବି ପାପୀ ଏବଂ ମାଂସ କିଣିବା ବାଲା ବି ସେହି ହତ୍ୟା ପାପରେ ଭାଗୀଦାର ହୁଅନ୍ତି, ଏହି କଥା ସେ ଦିନ ମୁଁ ମୋ ଅନୁଭବକୁ ଆଣିଲି।

ଯେଉଁ ମାନେ ସେଦିନ ଅର୍ଥାତ୍ ସେହି ଗୁରୁବାର ଦିନ ମାଂସ କ୍ରୟ କରିଥିଲେ ସେମାନେ ସମସ୍ତେ ହେଉଛନ୍ତି ହିନ୍ଦୁ ଲୋକ, ସନାତନ ଅବା ହିନ୍ଦୁ ଧର୍ମର। ଏହା ଦେଖି ବିଶ୍ୱାସ କଲି ଯେ ହିନ୍ଦୁ ଲୋକେ ଗୁରୁବାର ଦିନ ମଟନ ବି ଭକ୍ଷଣ କରନ୍ତି।

ଖାଦ୍ୟରେ ସେମିତି କିଛି କଟକଣା ନ ଥିଲେ ମଧ୍ୟ ଶରୀର ଓ ମନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଆମକୁ ଖାଦ୍ୟ ଚୟନ କରିବାକୁ ପଡ଼ିବ।

ଅନେକ ପରିବାରରେ ବାର ଦେଖି ଆମିଷ ଖାଦ୍ୟ ଚୟନ କରାଯାଏ। ଗୁରୁବାର ଦିନ ଆମିଷ ଭୋଜନ ଯିଏ କରେ ସିଏ ଲକ୍ଷ୍ମୀ ଛଡା ହୁଅନ୍ତି ବୋଲି ଓଡ଼ିଆରେ ଏକ ପ୍ରବାଦ ଅଛି। ଏପରି ପରମ୍ପରା ଆମର ମାନସିକତା ବଦଳାଇ ଗୁରୁବାର ଦିନ ଆମିଷ ବଜାର ନ ଯିବାକୁ ଅଭ୍ୟାସରେ ପରିଣତ କରାଇଥାଏ ।

୧୮୯୪ ମସିହା ଡିସେମ୍ବର ମାସ ୧୭ତାରିଖରେ ସ୍ଵାମୀ ବିବେକାନନ୍ଦ ଆମେରିକାର ଚେମ୍ବ୍ରିଜି ଠାରେ ଭାରତୀୟ ନାରୀ ଙ୍କ ଉପରେ ଏକ ସୁନ୍ଦର ଓ ଆକର୍ଷଣୀୟ ଭାଷଣ ବା ବକ୍ତବ୍ୟ ପ୍ରଦାନ କରିଥିଲେ। ସେ ଏହିପରି ତାଙ୍କର ଭାଷଣ ଇଂରେଜୀ ଭାଷା ରେ ରଖିଥିଲେ।

Our books say that eating meat is bad and sinful,but you may still eat such and such a meat_mutton,for instance,I have seen thousands of men who eat mutton, and never in my life have I seen u woman of higher caste who eats meat of any kind.This shows that their nature is to keep the law _keeping more towards religion.But donot judge too harshly of Hindu men.you must try to look at the Hindu law from my position too,for I am a Hindu man.

ସ୍ଵାମୀ ବିବେକାନନ୍ଦଙ୍କ ଭାଷଣରେ ହିନ୍ଦୁ ଧର୍ମର ନାରୀମାନେ କେଡେ ପବିତ୍ର ଓ ଶୁଚିବନ୍ତ ଜାଣିବାପରେ ଏହା ସେ ସମୟରେ ପାଶ୍ଚାତ୍ୟ ଦର୍ଶନରେ ବହୁତ ପରିବର୍ତ୍ତନ ଆଣି ପାରିଥିଲା। କହିବାର ତାତ୍ପର୍ଯ୍ୟ ଏହିକି ଯେ ମଟନକୁ ସର୍ବଦା ପରିହାର କରିବା ଆମମାନଙ୍କ ପାଇଁ ଅତ୍ୟନ୍ତ ଉପାଦେୟ ଅଟେ।

ମଣିଷ ଶରୀର ଏଭଳି ଭାବେ ଗଠିତ, ଯାହା ମାଂସ ଭକ୍ଷଣ ନିମନ୍ତେ ଆଦୌ ଉପଯୁକ୍ତ ନୁହେଁ। ଆପଣ ଯେତେବେଳେ ମଟନ ଖାଆନ୍ତି, ତାହାକୁ ହଜମ କରିବା ପାଇଁ ଆପଣଙ୍କ ପାକସ୍ଥଳୀ ଅନ୍ତତଃ ୩୬ ଘଣ୍ଟା ସମୟ ନିଏ। ଏହା ଆଳସ୍ୟକୁ ଆମନ୍ତ୍ରଣ କରେ। ଆପଣଙ୍କ ବିଚାର ଧାରା ପ୍ରଭାବିତ ହୁଏ। ବେଳେ ବେଳେ ଆପଣ ନିଜ ଉପରୁ ବି ନିୟନ୍ତ୍ରଣ ହରାଇ ବସନ୍ତି। ରୋଗୀ ଟିଏ ପଥି ଗ୍ରହଣ କଲାବେଳେ ଡାକ୍ତର କୌଣସି ପ୍ରକାର ମାଂସ ଭକ୍ଷଣ କରିବାକୁ ବାରଣ କରନ୍ତି।

ମୁଁ ମୋ ପିଲାବେଳେ ଦେଖିଛି ଆମ ମାଆ ମାନେ ତିଥି ଓ ବାର ଅନୁଯାୟୀ ରୋଷେଇ ଘରେ ଗ୍ରହଣୀୟ ଖାଦ୍ୟ ରାନ୍ଧୁଥିଲେ ଓ ପରସୁ ଥିଲେ। ପରିବେଶ ବଡ ନିର୍ମଳ ଥିଲା ଓ ଲୋକଙ୍କ ବିଚାର ସେହିପରି ଥିଲା। ଯେମିତି ଖାଦ୍ୟ, ସେମିତି ମନ ଓ ସେମିତି ସମାଜ।

ନିରାମିଷ ଖାଦ୍ୟ ପ୍ରତି ଲୋକଙ୍କ ମନରେ ଧୀରେ ଧୀରେ ଆଗ୍ରହ ବଢୁଛି। ବଢିବା ବି ଉଚିତ। ସେଲିବ୍ରିଟଙ୍କ ଠାରୁ ସାଧାରଣ ଜନତା ଙ୍କ ପର୍ଯ୍ୟନ୍ତ ଏବେ ଅନେକ ନିରାମିଷ ଖାଇବାକୁ ପସନ୍ଦ କରୁଛନ୍ତି।

ସୁସ୍ଥ ଓ ଦୀର୍ଘ ଜୀବନ ଯାପନ ନିମନ୍ତେ ଶାକାହାରୀ ହେବା ଆବଶ୍ୟକ। ଫଳତଃ ଆମିଷ ବଜାର ରେ ଭିଡ କମିଯିବ ଏବଂ ଯେଉଁ ପ୍ରାଣୀଙ୍କର ଅକାଳ ମୃତ୍ୟୁ ହୁଏ ତାହା ଯଥେଷ୍ଟ କମିଯିବ। ପ୍ରକୃତି ନିଜସ୍ଵ ଢଙ୍ଗରେ ନିୟନ୍ତ୍ରଣ ଜାହିର କରିବ।


– ବିଜୟ କୁମାର ଜେନା
ଅବସର ପ୍ରାପ୍ତ ପ୍ରାଧ୍ୟାପକ,
ଶାମୁକା ସାହି ରଣପୁର ନୟାଗଡ଼


Share it

Leave a comment

Your email address will not be published. Required fields are marked *

Verified by MonsterInsights