My Facebook Post : 23 February 2019
ଆମର ଗର୍ବ ଓ ଗୌରବ ରାଣୀପୁର ଝରିଆଲ – ଲକ୍ଷ୍ମୀଧର ନାୟକ
ରାଣିପୁର ଝରିଆଲର ଚଉଷଠି ଯୋଗିନୀ ମନ୍ଦିର ଓ ତତ୍ ସଂଲଗ୍ନ ଐତିହାସିକ କୀର୍ତ୍ତୀରାଜିକୁ ହେୟଜ୍ଞାନ କରୁଥିବା ଏବଂ ପଥର ମାଫିଆ, ଠିକାଦାର ଓ ସଂସ୍କୃତି ବେପାରୀଂକ ହାତରେ ଟେକିଦେଇ , ବେଶ୍ ଦୁଇପଇସା ପକେଟରେ ପୁରେଇ ବେଧଡକ ବସିଥିବା ଆର୍କିଓଲୋଜିକାଲ୍ ସଂସ୍ଥା ଅଧିକାରୀ ଓ ସ୍ଥାନୀୟ ପ୍ରଶାସନିକ ଅଧିକାରୀଂକ ସଂପର୍କରେ ପଦେ …
ବାବୁରେ ପ୍ରଶାସନ !
ଆଉ କେତେ ଦରମା ଦେଲେ,
ଆଉ କେତେ ପାଠ ପଢେଇଲେ,
ତୁମେ ନିଜ ଐତିହ୍ଯ ଓ ସଂସ୍କୃତିକୁ ସମ୍ମାନ ଦେଇ ଶିଖିବ ???
ଏ ସଂପର୍କରେ ଗଣତଂତ୍ରର ପଂଚମ ସ୍ତମ୍ଭ କୁହାଯାଉଥିବା ସାମାଜିକ ଗଣମାଧ୍ଯମରେ ବଲାଂଗୀର ଜିଲ୍ଲା ବଂଗମୁଡା ବ୍ଲକର ଜଣେ ଆଗଧାଡିର ସଚେତନ ନାଗରୀକ ଶ୍ରୀଯୁକ୍ତ ରାଜୀବ ସଗରିଆ, ଏହି ପ୍ରତ୍ନତାତ୍ୱିକ କ୍ଷେତ୍ରରେ ସରକାରଂକ ଲୋୟର ଇନ୍ଦ୍ର ପାଇପ୍ ଜଳ ଯୋଗାଣ ପ୍ରକଳ୍ପ ଅଧିକାରୀଙ୍କ ବିଭାଗ ଦ୍ୱାରା କରାଯାଉଥିବା ବେପରୁଆ ଓ ବେଆଇନ୍ ଖନନ ବିରୋଧରେ ଉତ୍ଥାପିତ କରିଥିବା ତାଂକର ଉଦ୍ବେଗର ଉତ୍ତର ଦେବାକୁ ଯାଇ, ଜଣେ ସ୍ଥାନୀୟ ଯୁବକ ଶ୍ରୀଯୁକ୍ତ ରୀତେଶ କୁମାର ଦାଶ ଦେଇଥିବା ଏକ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ଯକୁ ସର୍ବସାଧାରଣ, ପ୍ରଶାସନ, ସବୁ ରାଜନୈତିକ ଦଳଂକ ଅବଗତି ନିମନ୍ତେ ଏଠାରେ ପୁନଃ ଉପସ୍ଥାପିତ କରୁଛି ।
ଆଶା ଏହା ସମସ୍ତଂକର ନିଦ୍ରାଭଂଗ କରି ଏହି ପୁରାତନ ଐତିହ୍ଯର ସୁରକ୍ଷାପାଇଁ ସମସ୍ତଂକୁ ତତ୍ପର କରାଇବ ନିଶ୍ଚୟ । – ଲକ୍ଷ୍ମୀଧର ନାୟକ
“ ସମସ୍ତ ଐତିହାସିକ ଓ ଧାର୍ମିକ ସ୍ଥାନ ଯେଉଁ ଗୁଡ଼ିକ କି ଶହ ଶହ ବର୍ଷ ଧରି ଯେ କୌଣସି ସ୍ଥାନରେ ଛିଡ଼ା ହୋଇ ରହିଛନ୍ତି ସେଗୁଡ଼ିକ ଅତ୍ୟନ୍ତ ସମ୍ବେଦନଶୀଳ ଅଟନ୍ତି ବୋଲି ସରକାରୀ ବିଭାଗର ଅଧିକାରୀ ଓ ଠିକାଦାର ମାନେ ଜାଣି ନାହାନ୍ତି କି? ଏହି ସବୁ କିର୍ତ୍ତୀରାଜି ଗୁଡ଼ିକ ନିମନ୍ତେ କେଉଁ ମୁହୂର୍ତ୍ତରେ କିପରି ଲଙ୍କା କାଣ୍ଡ ହୁଏ ଏକଥା ଓଡିଶାର ପ୍ରଶାସନିକ ଅଧିକାରୀ ଓ କର୍ମଚାରୀମାନେ କେବେ ବୁଝିବେ? ଉତ୍ତର ପ୍ରଦେଶର ଅଯୋଧ୍ୟାର ମନ୍ଦିର ଯେପରି ସେଠାକାର ହିନ୍ଦୁମାନଙ୍କ ପାଇଁ ଗୁରୁତ୍ବ ବହନ କରେ, ରାଣିପୁର ଝରିଆଲର କିର୍ତ୍ତୀ ଗୁଡ଼ିକ ଏଠାକାର ଲୋକଙ୍କ ପାଇଁ ମଧ୍ୟ ଅସ୍ମିତାର ବିଷୟ। ଠିକାଦାର ଓ ଅଧିକାରୀ ମାନେ କ’ଣ ଏସବୁ ଜାଣି ନାହାନ୍ତି? ନା ଏ ଅଞ୍ଚଳରୁ ବାହାର ଲୋକ ଏମାନେ? ବାହାର ଲୋକ ହେଲେ ମଧ୍ୟ ଓଡ଼ିଶାର କେଉଁ ଅଂଶର ତ? ଭବିଷ୍ୟତରେ ଯଦି ପୁରୀ ଜଗନ୍ନାଥ ମନ୍ଦିର ତଳେ ସୁନାଖଣିର ଠାବ ହୁଏ, ଲିଙ୍ଗରାଜ ମନ୍ଦିର ତଳେ ମାଙ୍ଗାନିଜ ଖଣି ବାହାରେ ତେବେ ଏ ମନ୍ଦିର ଗୁଡ଼ିକୁ ଖୋଲିବାକୁ ସରକାର ଅନୁମତି ଦେବେ ତ? କାକଟପୁର,ଵିରଜା ମନ୍ଦିର ମଧ୍ୟ ଦେଇ ପାଣି ପାଇପ ନେବାର କୌଣସି ନାସ୍ତିକ ଯନ୍ତ୍ରୀ ପ୍ଲାନ୍ ଦିଏ, ତାକୁ ସରକାର ମଞ୍ଜୁରୀ ଦେବେ ତ?
ସରକାରଙ୍କୁ ଅନୁରୋଧ ଏପରି ପରିସ୍ଥିତିରୁ ମୌଳବାଦୀମାନଙ୍କୁ ଫାଇଦା ହାସଲ କରିବାକୁ ସୁଯୋଗ ଦିଅନ୍ତୁ ନାହିଁ। ଏପର୍ଯ୍ୟନ୍ତ ଏହା ରାଜନୈତିକ ପଶାପାଲିର ଶୀକାର ହୋଇନାହିଁ। ରାଜୀବ ବାବୁ ଓ ଥବୀର ବାଗ୍ ମହାଶୟ ପ୍ରକୃତରେ ଅଞ୍ଚଳର ଯେ କୌଣସି ଲୋକାଭିମୁଖୀ ସମସ୍ୟାକୁ ନେଇ ସର୍ବଦା ଚିନ୍ତିତ ଏହାର ପ୍ରମାଣ ମୁଁ ଯେକୌଣସି ସ୍ଥାନରେ ଠିଆ ହୋଇ କହିପାରିବି। ଏମାନଙ୍କ ଦାବୀକୁ କାର୍ଯ୍ୟକାରୀ କଲେ ସରକାର ହିଁ ପରୋକ୍ଷରେ ଲାଭବାନ ହେବେ । ଅଞ୍ଚଳବାସୀଙ୍କୁ ପାନୀୟ ଜଳର ଯେପରି ଆବଶ୍ୟକତା ରହିଛି ନିଜ ଅଞ୍ଚଳର ଅସ୍ମିତାର ମଧ୍ୟ ସେହିପରି ଗୌରବ ବୋଧ ରହିଛି। ପରୋକ୍ଷ ଓ ପ୍ରତ୍ୟକ୍ଷ ଅନେକ ଲାଭ ମଧ୍ୟ ରହିଛି।
ସରକାରୀ ବାବୁ ମାନେ ତିନି ବର୍ଷର ଚାକିରୀ ପରେ ଚାଲିଯିବେ। ଠିକାଦାର ତାଙ୍କ କାମ ସାରି ଚାଲିଯିବେ। ପୁଣି ନୂଆ ଅଫିସର ଆସିବେ, ନୂଆ ଠିକାଦାର ଆସିବେ। ହୁଏତ ଆଉ ଗୋଟିଏ ପୁରୁଣା କିର୍ତ୍ତୀ ଭାଙ୍ଗିବ। ଏପରି କାର୍ଯ୍ୟକଳାପର ଉତ୍ତରଦାୟୀ କେହି ରହିବେ ନାହିଁ। ମାତ୍ର ଏକ ଦୃଷ୍ଟାନ୍ତମୂଳକ ପଦକ୍ଷେପ ସମସ୍ତଙ୍କ ପାଇଁ ଏକ ଶିକ୍ଷା ହୋଇ ରହିଯିବ।
ଅଯୋଧ୍ୟା ମନ୍ଦିର ପାଇଁ ଇଟା ପଠାଉଥିବା ବନ୍ଧୁ ମାନଙ୍କ ପାଇଁ ପଦେ। ଭାଇ, ରାଣିପୁର ଝରିଆଲ କ’ଣ ପ୍ରାଚୀନ ଭାରତୀୟ ସଂସ୍କୃତିର ଧରୋହର ନୁହେଁ? ତେବେ ଏହାକୁ ନେଇ ଆପଣମାନେ କାହିଁକି ପ୍ରତିକ୍ରିୟାଶୀଳ ନୁହଁନ୍ତି? କାରଣ ଏହା ଜଣେ ମୁସଲମାନ ଠିକାଦାର ଭାଙ୍ଗିନାହିଁ,ସେଥିପାଇଁ? ନା ଜଣେ ମୁସଲମାନ ଅଧିକାରୀଙ୍କ ଆଦେଶରେ ଭଙ୍ଗା ହୋଇନାହିଁ, ସେଥିପାଇଁ? ଅଯୋଧ୍ୟାର ରାମ ମନ୍ଦିର ପାଇଁ, ଯାହାକି ହଜାରେ କିମିରୁ ବେଶି ଦୂରରେ, ତା ପାଇଁ ଏତେ ଦରଦ! ହେଲେ ନିଜ ଘର ପାଖରେ ଥିବା ସମ୍ପତ୍ତି ପାଇଁ ତିଳେ ହେଲେ ଚିନ୍ତା ନାହିଁ। ଓଡ଼ିଆରେ ଏକ ଢଗ ଅଛି ରାଜୀବ ସାର୍, ଦୂର ପାହାଡ଼ ସୁନ୍ଦର, ଗାଁ କନିଆ ସିଂଘାଣିନାକୀ। “
( ଏଠାରେ ରାଣୀପୁର ଝରିଆଲ ଐତିହ୍ଯାଂଚଳର ଯେଉଁ ଫଟୋଗୁଡିକ ଦିଆଯାଇଛି, ତାହା ୨୦୦୬ ରେ ମୁଁ ରାଣୀପୁର ଝରିଆଲ ଯାଇଥିବା ସମୟରେ ଉଠାଯାଇଥିବା ଅଳ୍ପ କେତୋଟି ଫଟୋ ମାତ୍ର । ଏ ଫଟୋ କେଇଟି ଦେଖିଲାପରେ ଆପଣମାନେ ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏ ପୀଠର ବୈଭବଶାଳୀ ଐତିହ୍ଯ ସଂପର୍କରେ କିଂଚିତ୍ ଆଭାସ ପାଇବେ ନିଶ୍ଚୟ । – ଲକ୍ଷ୍ମୀଧର ନାୟକ )
My Facebook Post : 23 February 2019
ରାଣୀପୁର ଝରିଆଲ ଚଉଷଠି ଯୋଗିନୀ ପୀଠରେ ଗୋଟେ “ଆଦିସଂସ୍କୃତି ଗବେଷଣା ପ୍ରତିଷ୍ଠାନ ଓ ସଂଗ୍ରହାଳୟ” ସ୍ଥାପନ କରନ୍ତୁ ସରକାର …..
ରାଣୀପୁର ଝରିଆଲ କେବଳ କିଛି ମନ୍ଦିରର ସମାହାର ନୁହେଁ, ଏହା ଗୋଟେ ଆଦି ସଭ୍ଯତାର ପରୀକ୍ଷାଗାର ଓ ଉଦ୍ଗମ ସ୍ଥଳ ବି ।
ଏହାକୁ ଦୃଷ୍ଟିରେ ରଖି ଏ କ୍ଷେତ୍ରର ବିକାଶ ନକ୍ସା ପ୍ରସ୍ତୁତ ହେଲେ , ସାଦା ଭାଷାରେ କହିଲେ ଏହାକୁ ଏକ ଇତିହାସ ଗବେଷଣାଗାର ଢାଞ୍ଚାରେ ବିକଶିତ କରାଯାଇ ପାରିଲେ ଦେଶ ବିଦେଶର ସଂସ୍କୃତି ସଭ୍ଯତା ଗବେଷକମାନଙ୍କ ପାଇଁ ଯୁଗଯୁଗକୁ ଏହା ଉପାଦେୟ ହୋଇ ପାରିବ ।
ସ୍ଥାନୀୟ ନେତୃବୃନ୍ଦ ଅହଙ୍କାର ଓ ଅସୂୟା ପରିତ୍ଯାଗ କରି ସଭ୍ଯତା ଓ ସଂସ୍କୃତି ଉପରେ ଜ୍ଞାନ ରଖୁଥିବା ସ୍ଥାନୀୟ ଲୋକଙ୍କ ପରାମର୍ଶରେ ଏ କ୍ଷେତ୍ରର ବିକାଶ ନକ୍ସା ପ୍ରସ୍ତୁତ କରିବା ଉଚିତ ହେବ, ମୋ ମତରେ ।
– ଲକ୍ଷ୍ମୀଧର ନାୟକ
**** **** ******
” ଶ୍ରୀ ଭି.କେ.ପାଣ୍ଡିଆନ, ୫-ଟି ସଚୀବ, ଓଡ଼ିଶା ସରକାର ମହୋଦୟ
ବିଷୟ: ରାଣୀପୁର ଝରିଆଲ ଉନ୍ନୟନ ବିଷୟରେ କେବଳ ଐତିହାସିକ ଓ ପୁରାତତ୍ତ୍ଵବିଦଙ୍କ ସହ ଆଲୋଚନା କରିବାକୁ ଅନୁରୋଧ
ମହାଶୟ,
ଆପଣ ଆସନ୍ତାକାଲି ରାଣୀପୁର ଝରିଏଲ ଗସ୍ତରେ ସରକାରୀ କାମରେ ଆସୁଛନ୍ତି। ଆପଣଙ୍କୁ ସ୍ଵାଗତ। ରାଣୀପୁର ଝରିଏଲର ଉନ୍ନତି ହେବ ଏହି ବିଶ୍ୱାସ ନେଇ ଅଞ୍ଚଳବାସୀ ବହୁତ ଖୁସି ଅଛୁ। ରାଣୀପୁର ଝରିଏଲର ଉନ୍ନତି ହେଉ ଏହା ଆମର ଗର୍ବ।
ଏଠାରେ କିଛି ଘଟଣାର ଉଲ୍ଲେଖ କରିବି; ଲୋୟର ଇନ୍ଦ୍ର ଜଳସେଚନ ପାଇଁ ଭୂତଳ ପାଇପ ବିଛେଇବା ସମୟରେ ଷଷ୍ଠ ଶତାବ୍ଦୀର ଛେଲିଆ ମନ୍ଦିର ଅସ୍ଥିତ୍ଵକୁ ନଷ୍ଟ କରି ଦିଆଗଲା। ଏହାପରେ ଇନ୍ଦ୍ରଲାଟ ମନ୍ଦିରର ସୌନ୍ଦର୍ଯୀକରଣ ବେଳେ ଅନେକ ପୁରାତତ୍ତ୍ଵ ସମ୍ପଦା ନଷ୍ଟ କରାଗଲା। ବର୍ତ୍ତମାନ ଦିଆଯାଉଥିବା ବାଡ ନିର୍ମାଣ ବେଳେ ପୁରାତତ୍ତ୍ଵ ଆଇନକୁ ଉଲ୍ଲଙ୍ଘନ କରା ହେଉଅଛି।
ରାଣୀପୁର ଝରିଏଲର ଇତିହାସ ପ୍ରସ୍ତର ଯୁଗରୁ ଆରମ୍ଭ । ମୁଙ୍ଗେ ପାହାଡ଼, ଅଲଣ୍ଡା ମାଁ ଦ୍ଵାରସେନୀ ମନ୍ଦିର ଓ ରାଣୀପୁର ଝରିଏଲ ରେ ସମସ୍ତ ପ୍ରମାଣ ଆଜି ବି ରହିଛି। ଚାଣକ୍ୟ କହିଥିବା ଅଜେୟ କନ୍ଧଭୂମୀ ଓ ପିଠର ପ୍ରାଚୀନ ନାମ କନ୍ଧଶିଳ ଗୋଟିଏ ସୂତ୍ରର। ଏଠାରେ ଏକ ସମୟରେ ୬ଗୋଟି ଧର୍ମ (ବୁଦ୍ଧ, ଆଦି ଯୋଗିନୀ, ବୈଷ୍ଣବ, ଶୈବ, ଗାଣପତ୍ୟ ଓ ଜୈନ) ଏକ ସମୟରେ ଏହି ଏକକ ପିଠରୁ ଦକ୍ଷିଣ ଏସିଆରେ କ୍ଷାତ ହୋଇଥିଲେ।
ରାଣୀପୁର ଝରିଏଲର ଉନ୍ନତି ହେଉ ଏହି ପିଠରେ କିଭଳି ନିର୍ମାଣ କରାଯିବା ଉଚିତ ସେ ବିଷୟରେ କେବଳ ପୁରାତତ୍ତ୍ଵବିଦ ଓ ଐତିହାସିକଙ୍କ ସହ ଆଲୋଚନା କରାହେଉ। ସୌଭାଗ୍ୟକୁ ବଲାଙ୍ଗିର, ନୂଆପଡ଼ା ଓ କଳାହାଣ୍ଡି ଜିଲ୍ଲାରେ ପ୍ରକ୍ଷାତ ଐତିହାସିକ ଓ ପୁରାତତ୍ତ୍ଵବିଦ ରହି ଅଛନ୍ତି।
ବିଶ୍ୱାସ ଅନୁରୋଧ ରକ୍ଷା କରିବେ ।
ରାଜୀବ ସଗରିଆ
Mob : 77499 54327 ”
https://m.facebook.com/story.php?story_fbid=2040312286268522&id=100008693116144&mibextid=Nif5oz
My Facebook Post : 7th August 2023
( ଏଠାରେ ରାଣୀପୁର ଝରିଆଲ ଐତିହ୍ଯାଂଚଳର ଯେଉଁ ଫଟୋଗୁଡିକ ଦିଆଯାଇଛି, ତାହା ୨୦୦୬ ରେ ମୁଁ ରାଣୀପୁର ଝରିଆଲ ଯାଇଥିବା ସମୟରେ ଉଠାଯାଇଥିବା ଅଳ୍ପ କେତୋଟି ଫଟୋ ମାତ୍ର । ଏ ଫଟୋ କେଇଟି ଦେଖିଲାପରେ ଆପଣମାନେ ଭାତ ହାଣ୍ଡିରୁ ଗୋଟିଏ ଚିପିଲା ପରି ଏ ପୀଠର ବୈଭବଶାଳୀ ଐତିହ୍ଯ ସଂପର୍କରେ କିଂଚିତ୍ ଆଭାସ ପାଇବେ ନିଶ୍ଚୟ । – ଲକ୍ଷ୍ମୀଧର ନାୟକ )